ଗାଡିରେ ଲଗାଇ ନିଅନ୍ତୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍, ନଚେତ୍ ଯିବେ ଜେଲ୍
Khabar Odisha:vehicles-not-having-high-security-number-plates-after-13-october-owner-could-go-jail
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୪ (ଖବର ଓଡିଶା):

ଯଦି ଆପଣଙ୍କ ଗାଡିରେ ହାଇ ସୁକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗି ନାହିଁ ତେବେ ଆପଣ ଅସୁବିଧାରେ ପଡିପାରନ୍ତି । ଏପରି କି ଜରିମାନା ସହ ଜେଲଦଣ୍ଡ ମଧ୍ୟ ଆପଣ ଭୋଗି ପାରନ୍ତି । ଏବେଠୁ ସାବଧାନ ହୋଇ ଯାଆନ୍ତୁ । ଏବଂ ଅକ୍ଟୋବର ୧୩ ପୂର୍ବରୁ ଏହି କାମ ତୁରନ୍ତ ସାରି ନିଅନ୍ତୁ । କାରଣ ପରିବହନ ବିଭାଗ ଆସନ୍ତା ମାସରୁ ଏନେଇ ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛି । 

ବର୍ତମାନ ଚିନ୍ତା କରିବା ଆବଶ୍ୟକ ନାହିଁ । କାରଣ ଆହୁରି ପାଖାପାଖି ଏକ ମାସ ବାକି ରହିଛି । ଯଦି ଆସନ୍ତା ୧୩ ତାରିଖରୁ ଆପଣଙ୍କ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥାଏ ତେବେ ଆପଣ ୫୦୦ ଟଙ୍କା ଜରିମାନା ଦେଇ ପାରନ୍ତି । ଜରିମାନା ଅନାଦେୟ ୩ମାସ ଜେଲ୍ ମଧ୍ୟ ଭୋଗିବାକୁ ପଡିପାରେ । ଏବେଠାରୁ ରାଜଧାନୀ ଦିଲ୍ଲୀରେ ଯେଉଁ ସବୁ ଗାଡିର ରେଜିଷ୍ଟ୍ରେସନ ହେଉଛି ସେମାନଙ୍କୁ ହାଇ ସୁକ୍ୟୁରିଟି ନମ୍ବର ପ୍ଲେଟ୍ ଦିଆଯାଉଛି । 

ପରିବହନ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ପୁରୁଣା ଗାଡିମାନଙ୍କର ଏକ ସର୍ଭେ କରାଯିବ । ପୂର୍ବ ସର୍ଭେରେ ପ୍ରାୟ ୪୦ ଲକ୍ଷ ଗାଡିର ନମ୍ବର ପ୍ଲେଟ୍ ନଥିବା ଜଣାପଡିଥିଲା । ଏହାମଧ୍ୟରେ କାର୍ ଏବଂ ମୋଟରସାଇକେଲ୍ ମଧ୍ୟ ସାମିଲ ଥିଲେ । 

ଆପଣ ମଧ୍ୟ ଗାଡିର ନମ୍ବର ପ୍ଲେଟକୁ ଠିକ୍ ଭାବେ ଲେଖି ନିଅନ୍ତୁ । ଯଦି ନମ୍ବର ପ୍ଲେଟ୍ ସ୍ପଷ୍ଟ ଦେଖା ନ ଯାଏ ତାହାଲେ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି ।

  • Tags:

Subscribe

National International State Sports Entertainment