ଦୁଷ୍କର୍ମର ରାଜଧାନୀ ଦିଲ୍ଲୀ, ୨୪ଘଂଟା ମଧ୍ୟରେ ଦୁଷ୍କର୍ମର ଶୀକାର ହୋଇଛନ୍ତି ୨ଜଣ ଶିଶୁ
Khabar Odisha:two-minor-girls-raped-in-delhi-with-in-24-hours
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୪ (ଖବର ଓଡିଶା) :

ଦେଶର ରାଜଧାନୀ ଦିଲ୍ଲୀରେ ୨୪ଘଂଟା ମଧ୍ୟରେ ୨ଜଣ ଶିଶୁ ଦୁଷ୍କର୍ମର ଶୀକାର ହୋଇଥିବା ସୂଚନା ମିଳିଛି । ପ୍ରଥମ ଘଟଣାଟି ଦିଲ୍ଲୀର କୃଷ୍ଣାନଗରର ଜଣେ ଶିଶୁକୁ ଏକା ପାଇ ଏକ ବୃଦ୍ଧ ବ୍ୟକ୍ତି ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ଘଟଣାଟି ମୟୂରବିହାରର ଫେଟ୍ ଥ୍ରୀରେ ଘଟିଥିଲା । ଏଠାରେ ଜଣେ ୮ବର୍ଷର ଶିଶୁକୁ ଏକ ପାର୍କ ନିକଟରେ ଦୁଷ୍କର୍ମ କରାଯାଇଥିଲା । ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । 

ସୂଚନାନୁଯାୟୀ, କୃଷ୍ଣାନଗରରେ ଏକ ଶିଶୁକୁ ଜଣେ ବୃଦ୍ଧ ବ୍ୟକ୍ତି ୨୦ଟଙ୍କାର ପ୍ରଲୋଭନ ଦେଖାଇ ପାଖକୁ ଡାକିଥିଲେ ଏବଂ ପରେ ଶିଶୁଟିର ହାତ ଗୋଡ ବାନ୍ଧି ବଳାତ୍କାର କରିଥିଲେ । ପୀଡିତ ଶିଶୁ କନ୍ୟାର ବଡ ଭଉଣୀ ସ୍କୁଲରୁ ଫେରିବା ପରେ ନିଜ ପରିବାର ଆଗରେ ଏହି ସମ୍ପର୍କରେ କହିଥିଲା । ଡାକ୍ତରୀ ଯାଂଚରେ ବଳାତ୍କାର ହୋଇଥିବାର ସୂଚନା ମିଳିଛି । ଫଳରେ ପୁଲିସ ମାମଲା ରୁଜୁ କରି ସଂପୃକ୍ତ ବ୍ୟକ୍ତିକୁ ଗିରଫ କରିଛି । 

ସେହିଭଳି ଭାବରେ ମୟୂରବିହାରର ସ୍ମୃତିବନ ନିକଟରେ ଦୁଷ୍କର୍ମକାରୀ ୮ବର୍ଷର ଶିଶୁକୁ ଦୁଷ୍କର୍ମ କରିବା ସହ ତାର ମୁହଁକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି । ଗତକାଲି ରାତି ୧୦ଟାରେ ଆହତ ଶିଶୁକୁ ପାର୍କ ନିକଟରେ ବେହୋସ ଅବସ୍ଥାରେ ପୁଲିସ ଉଦ୍ଧାର କରିଥିଲା । ଦିଲ୍ଲୀ ପୁଲିସ ଏନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ତେବେ ୨୫ ବର୍ଷୀୟ ଜଣେ ଯୁବକଙ୍କ ଉପରେ ସନ୍ଦେହ କରାଯାଉଥିବା ବେଳେ ପୁଲିସ ଆଖପାଖ ସିସିଟିଭି ଫୁଟେଜ ସାହାଯ୍ୟରେ ଛାନଭିନ୍ କରୁଥିବାର ସୂଚନା ମିଳିଛି । 

  • Tags:

Subscribe

National International State Sports Entertainment