ଇଥାନଲର ମୂଲ୍ୟ ବୃଦ୍ଧି ଏବଂ ତୈଳ ଓ ଗ୍ୟାସର ବିକଳ୍ପର ପ୍ରୋତ୍ସାହନ ପାଇଁ ନୀତିକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରି
Khabar Odisha:two-major-Union-Cabinet-approvals
ଭୁବନେଶ୍ୱର, ୧୨ସେପ୍ଟେମ୍ବର(ଖବର ଓଡ଼ିଶା):

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ଓ କ୍ୟାବିନେଟର ଆର୍ଥିକ ମାମଲାର ସମିତିର ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି । ଇଥାନଲର ମୂଲ୍ୟରେ ବୃଦ୍ଧି ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦିଆଯିବା ସହ ତୈଳ ଓ ଗ୍ୟାସ କ୍ଷେତ୍ରରେ ଏନହାନସ ରିକଭରି ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାକୁ ନୀତିଗତ ଢାଂଚାକୁ ମଧ୍ୟ ଅନୁମୋଦନ ଦିଆଯାଇଛି ।

କ୍ୟାବିନେଟର ଆର୍ଥିକ ମାମଲାର କମିଟି ବୈଠକରେ ନିଆଯାଇଥିବା ନିଷ୍ପତି ଅନୁଯାୟୀ ବି-ହେଭି ମୋଲାସିସ ଇଥାନଲର ଦାମ ୪୭.୧୩ ଟଙ୍କା ପ୍ରତି ଲିଟରକୁ ବଢା ଯାଇ ୫୨.୪୩ ଟଙ୍କା ପ୍ରତି ଲିଟର କରାଯିବା ସହ ୧୦୦ ପ୍ରତିଶତ ଆଖୁ ରସରୁ ତିଆରି ଇଥାନଲର ମୂଲ୍ୟକୁ ୪୭.୧୩ ଟଙ୍କା ପ୍ରତି ଲିଟରରୁ ୫୯.୧୩ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଏହି ନିଷ୍ପତି ଫଳରେ ବିଭିନ୍ନ କାମରେ ଆଖୁ ରସର ଅଧିକ ଖର୍ଚ କମିବ ଓ ଚାଷୀ ମାନଙ୍କୁ ସେମାନଙ୍କର ବକେୟା ମୂଲ୍ୟ ଦେବାରେ ଚିନି ମିଲ ଗୁଡିକର ତରଳତା ବଢିବ ଓ ଇଥାନୋଲ ମିଶ୍ରିତ ପେଟ୍ରୋଲ କାର୍ଯ୍ୟକ୍ରମ ପାଇଁ ଅଧିକ ଇଥାନୋଲ ଉପଲବ୍ଧ ହୋଇ ପାରିବ । ସମସ୍ତ ଡିଷ୍ଟିଲାରୀ ଯୋଜନାର ଲାଭ ନେଇ ପାରିବେ ତଥା ଅଧିକ ସଂଖ୍ୟାରେ ଡିଷ୍ଟିଲାରୀ ଇବିପି କାର୍ଯ୍ୟକ୍ରମ ପାଇଁ ଇଥାନଲ ଯୋଗାଣ କରିବେ । ଇଥାନଲ ଯୋଗାଣକର୍ତା ମାନଙ୍କୁ ସହାୟକ ମୂଲ୍ୟ ପ୍ରାପ୍ତ ହେବା ଦ୍ୱାରା ଆଖୁ ଚାଷୀ ମାନଙ୍କର ବକେୟା କମିବ ତଥା ଏହି ପ୍ରକ୍ରିୟାରେ ଆଖୁ ଚାଷୀ ମାନଙ୍କର ସମସ୍ୟା କମିବ ।

ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବାର ଅନେକ ଲାଭ ରହିଛି । ଏହା ଦ୍ୱାରା ପେଟ୍ରୋଲିୟମ ଉତ୍ପାଦ ଆମଦାନୀ ଉପରେ ନିର୍ଭରତା କମିବା ସହ ପ୍ରଦୂଷଣ କମିବ ଓ ଚାଷୀ ମାନଙ୍କୁ ଲାଭ ହେବ । ଅନୁରୂପ ଭାବେ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ବୈଠକରେ ତୈଳ ଓ ଗ୍ୟାସର ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ହାଇଡ୍ରୋ କାର୍ବନ ଭଣ୍ଡାରରୁ ରିକଭରିରେ ସୁଧାର ପାଇଁ ଏନହାନ୍ସଡ ରିକୋଭରି ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାକୁ ନୀତିଗତ ଢାଂଚାକୁ ମଧ୍ୟ ଅନୁମୋଦନ ଦିଆଯାଇଛି । 

  • Tags:

Subscribe

National International State Sports Entertainment