ତ୍ରିପଲ ତଲାକକୁ ରାମାୟଣ ସହ ଯୋଡିଲେ କଂଗ୍ରେସ ମୁସଲିମ ସାଂସଦ, କହିଲେ ରାମ ମଧ୍ୟ ସୀତାଙ୍କୁ ଛାଡି ଦେଇଥିଲେ
Khabar Odisha:triple-talaq-congress-husain-dalwai-ram-sita-bjp-muslim-women
ନୂଆଦିଲ୍ଲୀ, ଅଗଷ୍ଟ ୧୦(ଖବର ଓଡିଶା ):

ବାରମ୍ବାର ହିନ୍ଦୁ ଧର୍ମକୁ କରାଯାଉଛି ଟାର୍ଗଟ୍ । ଦେବାଦେବୀଙ୍କ ସମେତ ହିନ୍ଦୁଙ୍କ ଧର୍ମୀୟ ଭାବନା କ୍ଷୁର୍ଣ୍ଣ ହେବା ଭଳି ଦିଆଯାଉଛି ବେଧଡକ ମନ୍ତବ୍ୟ ଏବଂ ବୟାନ । କେତେବେଳେ ଦେବାବେଦୀଙ୍କ ମୂର୍ତି ଭଙ୍ଗାଯାଉଛି ତ କେତେବେଳେ କିଛି ଅଶ୍ଲୀଳ ଫଟୋରେ ଦେବାଦେବୀଙ୍କୁ ଚିତ୍ରିତ କରାଯାଉଛି । ଆଜି ପୁଣିଥରେ କଂଗ୍ରେସର ଜଣେ ସାଂସଦ ହିନ୍ଦୁ ଧର୍ମର ଆରାଧ୍ୟ ଦେବତା ରାମଚନ୍ଦ୍ର ଏବଂ ସୀତାଙ୍କୁ ନେଇ ଦେଇଛନ୍ତି ବିବାଦିତ ବୟାନ । 

ରାଜ୍ୟସଭାରେ ଆଜି ମୋଦୀ ସରକାର ସଂଶୋଧିତ ତ୍ରିପଲ ତଲାକ ବିଲ ଆଗତ କରିବେ । ସଂଶୋଧିତ ବିଲ ଆଜି ଗୃହରେ ପାସ୍ ହେଇଯିବା ନେଇ ଆଶାବାଦୀ ଅଛନ୍ତି କେନ୍ଦ୍ର ସରକାର । କିନ୍ତୁ ଏହା ପୂର୍ବରୁ କଂଗ୍ରେସ ନେତାଙ୍କ ଏକ ବୟାନ ବିବାଦ ସୃଷ୍ଟି କରିଛି । ରାଜ୍ୟସଭାରେ କଂଗ୍ରେସ ସାଂସଦ ହୁସେନ ଦଲବାଇ କହିଛନ୍ତି କେବଳ ମୁସଲିମ ନୁହେଁ ମହିଳାମାନେ ସବୁଠାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । 

ସେ କହିଛନ୍ତି କି, ହିନ୍ଦୁ, ଶିଖ, ଇସାଇ ଆଦି ଧର୍ମ ପୁରୁଷ ପ୍ରଧାନ ହୋଇଥିବା ଉଦାହରଣ ରହିଛି । ଶ୍ରୀରାମ ଚନ୍ଦ୍ର ମଧ୍ୟ ସନ୍ଦେହ ଆଧାରରେ ସୀତା ମାତାଙ୍କୁ ଛାଡି ଦେଇଥିବା ସେ କହିଛନ୍ତି । ତେବେ ଦେଶରେ ଚାଲିଥିବା ପ୍ରକ୍ରିୟାକୁ ବଦଳାଇବାକୁ ପଡିବ ବୋଲି ସେ କହିଛନ୍ତି । 

ସୂଚନାନୁଯାୟୀ, ଆଜି ରାଜ୍ୟସଭାରେ ତ୍ରିପଲ ତଲାକ ବିଲକୁ ନେଇ ପ୍ରବଳ ହଟଗୋଳ ଦେଖାଦେଇଛି । ତେବେ ସଂସଦର ଶେଷ ଦିନରେ ସରକାର କୌଣସି ମତେ ଏହି ବିଲକୁ ପାରିତ କରିବାକୁ ଚାହୁଁଛନ୍ତି । ପୂର୍ବରୁ ଥିବା ଦଣ୍ଡାଦେଶକୁ କୋହଳ କରା ଅଭିଯୁକ୍ତକୁ ଜାମିନ ପ୍ରଦାନ କରାଯିବ ବୋଲି ବିଲରେ କୁହାଯାଇଛି । ଯାହାକୁ ମାଜିଷ୍ଟ୍ରେଟଙ୍କ ଅଧିକାରରେ ସାମିଲ କରାଯାଇଛି । 

  • Tags:

Subscribe

National International State Sports Entertainment