ହାଇକୋର୍ଟ୍ ଜଜ୍ ନିଯୁକ୍ତି: ସୁପ୍ରିମକୋର୍ଟ୍ କଲେଜିୟମକୁ ସରକାର ପଠାଇଲେ ୬୯ ନାମ
Khabar Odisha:to-make-a-judge-in-the-high-court-the-government-sent-69-names
ନୂଆଦିଲ୍ଲୀ, ଜୁଲାଇ ୧୩(ଖବର ଓଡିଶା) :

ଆଇନ ମନ୍ତ୍ରାଳୟ ଦେଶରେ ଥିବା ୨୩ଟି ହାଇକୋର୍ଟରେ ନୂତନ ଜଜ୍ ନିଯୁକ୍ତ କରିବା ପାଇଁ ୬୯ଜଣଙ୍କ ନାମ ଉପରେ ସମ୍ମତି ପ୍ରକାଶ କରିଛି । ତେବେ ଏସମସ୍ତ ନାମକୁ କଲେଜିୟମକୁ ପଠାଯାଇଛି । ପ୍ରକ୍ରିୟାନୁସାରେ ହାଇକୋର୍ଟ୍ କଲେଜିୟମ୍ ଜଜ୍ ହେବା ପାଇଁ ଥିବା ଆଶାୟୀଙ୍କୁ ତଦାରଖ କରିବା ପରେ ମନ୍ତ୍ରାଳୟକୁ ସୂଚିତ କରିବ । ପରେ ସୁପ୍ରିମକୋର୍ଟ୍ କଲେଜିୟମଙ୍କୁ ଅନ୍ତିମ ଚୟନ ପାଇଁ ନାମଗୁଡିକୁ ପଠାଯିବ । 

ଆଇନ ମନ୍ତ୍ରାଳୟ ଚଳିତ ଥର ହାଇକୋର୍ଟ୍ କଲେଜିୟମରୁ ଆଶାୟୀଙ୍କ ନାମ ଆସିବା ପରେ ଇଂଟେଲିଜେନ୍ସ୍ ବ୍ୟୁରୋ ମାଧ୍ୟମରେ ରିପୋର୍ଟ୍ ମଗାଇଥିଲା । ଗତବର୍ଷର ଏହି ପ୍ରକ୍ରିୟାକୁ ନଜର ପକାଇଲେ ହାଇକୋର୍ଟ୍ ତରଫରୁ ଦିଆଯାଇଥିବା ୪୦ ପ୍ରତିଶତ ଆଶାୟୀଙ୍କ ନାମକୁ ସୁପ୍ରିମକୋର୍ଟ୍ ଖାରଜ କରିଦେଇଥିଲେ । 

୨୦୧୬ରେ ହାଇକୋର୍ଟରେ ୧୨୬ଜଣ ଜଜଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା । ଯାହା ଭାରତର ସ୍ୱାଧିନତା ପରେ କୌଣସି ବର୍ଷର ସବୁଠାରୁ ବଡ ନିଯୁକ୍ତି ଥିଲା । ସୂଚନାଯୋଗ୍ୟ କି, ଦେଶର ୨୩ଟି ହାଇକୋର୍ଟରେ ପ୍ରତିବର୍ଷ ୮୬ଜଣ ନୂଆ ଜଜଙ୍କୁ ନିଯୁକ୍ତି ଦିଆଯାଇଥାଏ  ।

  • Tags:

Subscribe

National International State Sports Entertainment