ଏସ-୪୦୦ ଚୁକ୍ତି: ଟ୍ରମ୍ପ କହିଲେ ଭାରତକୁ ଅତି ଶୀଘ୍ର ମୋ ନିଷ୍ପତି ସମ୍ପର୍କରେ ଅବଗତ କରାଯିବ
Khabar Odisha:statement-of-donald-trump-on-caatsa-after-s-400-deal
ନୂଆଦିଲ୍ଲୀ, ଅକ୍ଟୋବର ୧୧(ଖବର ଓଡିଶା):

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ଋଷଠାରୁ ୫ ଆରବ ଡଲାରର ଏସ-୪୦୦ ରକ୍ଷା ପ୍ରଣାଳୀ ଚୁକ୍ତିକୁ ନେଇ ଭାରତକୁ ଅତିଶୀଘ୍ର ପ୍ରତିବନ୍ଧକ ବିଷୟରେ ଅବଗତ କରାଯିବ ବୋଲି କହିଛନ୍ତି । କାଉଂଟରିଂ ଆମେରିକାଜ ଆଡବରସିଜ ଥ୍ରୋ  ସେକନସ୍ ଆକ୍ଟ ବା କାଟସ୍ ନିୟମାନୁସାରେ ଋଷ ସହ ଏହି ଚୁକ୍ତି ପରେ ଆମେରିକୀୟ ପ୍ରତିବନ୍ଧରୁ ଭାରତକୁ ମୁକ୍ତି କରିବାର କ୍ଷମତା କେବଳ ଟ୍ରମ୍ପଙ୍କ ପାଖରେ ରହିଛି ।

ଭାରତ ଏବଂ ଋଷ ମଧ୍ୟରେ ହୋଇଥିବା ଏହି ଚୁକ୍ତିକୁ ନେଇ ଟ୍ରମ୍ପ କହିଛନ୍ତି କି, ଭାରତକୁ ଅତିଶୀଘ୍ର ଜଣାପଡିବ  । ଆପଣମାନେ ମଧ୍ୟ ଏହା ଜାଣିପାରିବେ । ଇରାନଠାରୁ ତୈଳ ଆମଦାନୀ କରୁଥିବା ଦେଶଙ୍କ ଉପରେ ଆମେରିକା ନଜର ରଖିଛି । ଭାରତ ଏବଂ ଚୀନ ଇରାନଠାରୁ ତୈଳ କିଣୁଥିବା ପ୍ରସଙ୍ଗରେ ସେ ଏହି କଥା ବୁଝିବେ ବୋଲି କହିଛନ୍ତି । 

ସୂଚନାଯୋଗ୍ୟ କି, ନିକଟରେ ବିଶେଷଜ୍ଞମାନେ ଆଶଙ୍କା କରିଥିଲେ ଯେ ଏସ-୪୦୦ କିଣିବା ପରେ ଆମେରିକୀୟ ପ୍ରତିବନ୍ଧରୁ ମୁକ୍ତି ପାଇବା ଭାରତ ପାଇଁ ସହଜ ହେବ ନାହିଁ । ଭାରତ ଉପରେ ଆମେରିକା କିଛି ବଡ ପ୍ରତିବନ୍ଧକ ଲଗାଇପାରେ ବୋଲି କୁହାଯାଉଛି । 

  • Tags:

Subscribe

National International State Sports Entertainment