ମିଛ କହୁଛନ୍ତି ମାଲ୍ୟା, ତାଙ୍କ ସହିତ ମୋର ସାକ୍ଷାତ ହୋଇ ନାହିଁ- ଜେଟଲୀ
Khabar Odisha:statement-by-mallya-is-factually-false-said-finance-minister-arun-jaitley
ନୂଆଦିଲ୍ଲୀ,ସେପ୍ଟେମ୍ବର୧୨(ଖବର ଓଡ଼ିଶା):

 ଆଜି ବ୍ରିଟିଶ କୋର୍ଟରେ ଶୁଣାଣି ପରେ ମଦ ସମ୍ରାଟ ବିଜୟ ମାଲ୍ୟା କହିଥିଲେ ଯେ ବିଦେଶ ଛାଡିବା ପୂର୍ବରୁ ସେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟିଥିଲେ।  ଏବେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ନିଜ ବ୍ଲଗରେ ଲେଖି ମାଲ୍ୟାଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅରୁଣ ଜେଟଲୀ ଲେଖିଛନ୍ତି ଯେ ବିଜୟ ମାଲ୍ୟା କହିଲେ ଯେ ଭାରତ ଛାଡିବା  ପୂର୍ବରୁ ସେଟେଲମେଣ୍ଟ ଅଫରକୁ ନେଇ ସେ ମୋତେ ଭେଟିଥିଲେ। ତଥ୍ୟାତ୍ମକ ଭାବେ ମାଲ୍ୟାଙ୍କ ଏହି ବୟାନ ସଂପୂର୍ଣ୍ଣ ମିଛ ଅଟେ। ୨୦୧୪ରୁ ଏ ପର‌୍ୟ୍ୟନ୍ତ ମୁଁ ମାଲ୍ୟାଙ୍କୁ ଭେଟିବା  ପାଇଁ କୌଣସି ଆପୋଏଟମେଣ୍ଟ ଦେଇନାହିଁ। ଏମିତିରେ ମୋତେ ସେ ଭେଟିଥିବାର ପ୍ରଶ୍ନ ହିଁ ଉଠୁନାହିଁ। 

ନିଜ ବ୍ଲଗରେ ଜେଟଲୀ ଲେଖିଛନ୍ତି ଯେ ସେ ରାଜ୍ୟସଭାର ସଦସ୍ୟ ଥିଲେ ଏବଂ କେବେ କେବେ ଗୃହକୁ ଆସୁଥିଲେ। ଗୃହର କାର‌୍ୟ୍ୟ ସରିବା ପରେ ଥରୁଟିଏ ସେ  ନିଜର କୋଠରୀ ଅଭିମୁଖେ ଯାଉଥିଲେ।  ସେହି ସମୟରେ ମାଲ୍ୟା ଦୌଡ଼ି ଦୌଡ଼ି ମୋ ପାଖକୁ ଆସିଥିଲେ।  ସେହି ସମୟରେ ସେ କହିଥିଲେ ଯେ ମୁଁ ସେଟେଲମେଣ୍ଟ ପାଇଁ ଅଫର ପ୍ରସ୍ତୁତ କରୁଛି। ମୁଁ ତାଙ୍କର ଅଫରକୁ ଜାଣିବାକୁ ମଧ୍ୟ ଚେଷ୍ଟା କରି ନଥିଲି। ମୁଁ ମାଲ୍ୟାଙ୍କୁ କହିଥିଲି ଯେ ମୋ ସାମ୍ନାରେ ଅଫର ରଖିବାର କୌଣସି ଅର୍ଥ ନାହିଁ। ଆପଣଙ୍କୁ ଏହି କଥା ବ୍ୟାଙ୍କ ସାମ୍ନାରେ ରଖିବା ଉଚିତ୍। ଏହି ସମୟରେ ମାଲ୍ୟା ନିଜ ସହିତ ନେଇ ଆସିଥିବା କାଗଜପତ୍ର ମଧ୍ୟ ନେଇନଥିବା ଜେଟଲୀ କହିଛନ୍ତି। 

ଜେଟଲୀ କହିଛନ୍ତି ଯେ ମାଲ୍ୟା ରାଜ୍ୟସଭା ସଦସ୍ୟ ରୂପେ ମୋତେ ଗୃହରେ କିଛି କ୍ଷଣ ଭେଟି ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି। ଏହି ମାମଲାରେ ତାଙ୍କୁ ମୁଁ ଆପଏଟମେଣ୍ଟ ଦେବାର ପ୍ରଶ୍ନ ହିଁ ଉଠୁନାହିଁ। 

ଉଲ୍ଲେଖଯୋଗ୍ୟ ମଦ ବ୍ୟବସାୟୀ ବିଜୟ ମାଲ୍ୟା ପ୍ରତ୍ୟର୍ପଣ ମାମଲାରେ ଜାରି ଶୁଣାଣି ସମୟରେ ଏକ ବୟାନ ଦେଇ ବଡ଼ ଧମାକା କରିଛନ୍ତି। ମାଲ୍ୟା କହିଛନ୍ତି ଯେ ସେ ଭାରତ ଛାଡିବା ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଭେଟିଥିଲେ। ମାଲ୍ୟା କହିଛନ୍ତି ଯେ ସେଟେଲମେଣ୍ଟକୁ ନେଇ ଅର୍ଥମନ୍ତ୍ରୀଙ୍କୁ ସେ ଭେଟିଥିଲେ ମାତ୍ର  ବ୍ୟାଙ୍କ ତାଙ୍କର ସେଟେଲମେଣ୍ଟକୁ ନେଇ ପ୍ରଶ୍ନ ଉଠାଇଥିଲେ।  ମାଲ୍ୟା କହିଛନ୍ତି ଯେ  ତାଙ୍କର  ବକେୟା ପରିଶୋଧ କରିବାକୁ ସେ ପ୍ରସ୍ତୁତ ଥିଲେ। 

ଅନ୍ୟ ପଟେ ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ଵାମୀ ମଧ୍ୟ ଏହି ଭେଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସ୍ଵାମୀ ଟ୍ଵିଟ୍ କରିଛନ୍ତି ଯେ ଏକ ମଜଭୁତ ଲୁକ ଆଉଟ୍ ନୋଟିସ୍ ପରେ  ମାଲ୍ୟା ଦେଶ ଛାଡ଼ି ଯାଇ ପାରିବ ନାହିଁ। ଏହା ପରେ ମାଲ୍ୟା ଦିଲ୍ଲୀ ଆସିଥିଲେ ଏବଂ କାହାକୁ ଭେଟିଥିଲେ, ଯେଉଁ ବ୍ୟକ୍ତି ଏତେ ଶକ୍ତିଶାଳୀ ଥିଲେ ଯେ ଲୁକଆଉଟ୍ ନୋଟିସକୁ ଡିପାର୍ଚର ବ୍ଲକ ଜାଗାରେ ଡିପାର୍ଚର ରିପୋର୍ଟ କରି ଦେଲେ। ମାଲ୍ୟାଙ୍କ ଲୁକଆଉଟ୍ ନୋଟିସକୁ ଦୁର୍ବଳ କରିଥିବା ବ୍ୟକ୍ତି ଜଣକ କିଏ ଥିଲେ ବୋଲି ସୁବ୍ରମଣ୍ୟମ ପ୍ରଶ୍ନ କରିଛନ୍ତି। 

ଉଲ୍ଲେଖଯୋଗ୍ୟ ଲଣ୍ଡନ ସ୍ଥିତ ଓ୍ଵେଷ୍ଟମିନଷ୍ଟର କୋର୍ଟରେ ଶୁଣାଣି ସମୟରେ ଭାରତୀୟ ଅଧିକାରୀ ମୁମ୍ବାଇର ଆର୍ଥର ରୋଡ଼ ଜେଲରେ ମାଲ୍ୟାଙ୍କୁ ରଖିବା ପାଇଁ ପ୍ରସ୍ତୁତ ସେଲର ଭିଡିଓ ଉପସ୍ଥାପନ କରିଥିଲେ। 

  • Tags:

Subscribe

National International State Sports Entertainment