ପ୍ରଧାନମନ୍ତ୍ରୀଙ୍କ ଅନୁମତି ବିନା ଲୁକଆଉଟ୍ ନୋଟିସ୍ ବଦଳା ଯାଇ ପାରିବ ନାହିଁ- ରାହୁଲ ଗାନ୍ଧି
Khabar Odisha:rahul-gandhi-alleges-lookout-notice-for-mallya-was-changed-on-the-approval-of-pm-narendra-modi
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୪ (ଖବର ଓଡିଶା):

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ମାମଲାକୁ ନେଇ ଆଜି ପୁଣି ପ୍ରଧାନମନ୍ତ୍ରୀଙ୍କୁ ଘେରିଛନ୍ତି । ନରେନ୍ଦ୍ର ମୋଦୀଙ୍କ ଅନୁମତି ବିନା କିପରି ସିବିଆଇର ଲୁକ୍ ଆଉଟ୍ ନୋଟିସକୁ ବଦଳା ଯାଇଥିଲା ସେ ନେଇ ରାହୁଲ ପ୍ରଶ୍ନ କରିଛନ୍ତି । 

କଂଗ୍ରେସ ଅଧ୍ୟକ୍ଷ ଟ୍ୱିଟ୍ ଯୋଗେ କହିଛନ୍ତି କି, ସିବିଆଇ ଚୁପଚାପ୍ ଡିଟେନ୍ ନୋଟିସକୁ ଇନଫର୍ମ୍ ନୋଟିସରେ ପରିବର୍ତନ କରି ଦେଇଥିଲା । ଫଳରେ ମାଲ୍ୟା ଦେଶ ବାହାରକୁ ଚାଲି ଯିବା ପାଇଁ ସଫଳ ହୋଇଥିଲେ । ସିବିଆଇ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ୍ କରିଥାଏ । ଏହା ଅସମ୍ଭବ ଯେ ପ୍ରଧାନମନ୍ତ୍ରୀଙ୍କୁ ନ ଜଣାଇ ସିବିଆଇ ନୋଟିସରେ ପରିବର୍ତନ କରିଥିଲା । ଗତକାଲି ମଧ୍ୟ ରାହୁଲ ଏହି ମାମଲାରେ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ହିଁ ମାଲ୍ୟାଙ୍କୁ ଦେଶରୁ ବାହାରକୁ ପଠାଇବାରେ ସାହାଯ୍ୟ କରିଥବା ସେ କହିଥିଲେ । 

ସୂଚନାଯୋଗ୍ୟ କି, ମାଲ୍ୟା ବୁଧବାର ଦିନ କହିଥିଲେ ଯେ ଭାରତରୁ ଚାଲି ଆସିବା ପୂର୍ବରୁ ସେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଜେଟଲୀ ମାଲ୍ୟାଙ୍କ ବୟାନକୁ ଖଣ୍ଡନ କରିବା ସହ ୨୦୧୪ ପରେ ସେ କେବେ ତାଙ୍କୁ ସାକ୍ଷାତ କରି ନଥିବା କହିଥିଲେ । 

  • Tags:

Subscribe

National International State Sports Entertainment