କୃଷକଙ୍କ ଆୟ ବୃଦ୍ଧି କରିବା ଆମର ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ ମୋଦୀ
Khabar Odisha:politics-odisha-new-delhi-pm-modi-speech-in-bjp-national-convention-meeting
ନୂଆଦିଲ୍ଲୀ,ଜାନୁଆରୀ ୧୨ (ଖବର ଓଡିଶା)

 ଦିଲ୍ଲୀର ରାମଲୀଳା ମୈଦାନରେ ଶୁକ୍ରବାର ଆରମ୍ଭ ହୋଇଥିବା ବିଜେପି ରାଷ୍ଟ୍ରୀୟ ପରିଷଦର ବୈଠକ ଶନିବାର ଶେଷ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ ଏହି କାର୍ଯ୍ୟକ୍ରମରେ କର୍ମୀମାନଙ୍କୁ ସମ୍ବୋଧିତ କରି ଗୁରୁମନ୍ତ୍ର ଦେଇଛନ୍ତି । କର୍ମୀଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ ଦୁଇଟି ରୁମରୁ ଆରମ୍ଭ ହୋଇଥିବା ଦଳ, ଦୁଇଟି ସାଂସଦରେ ଥିବା ଦଳ ଆଜି ଏତେ ବିଶାଳ ରୁପେ ଅଧିବେଶନ କରୁଛି ଯାହା ଅବିସ୍ମରଣୀୟ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସ୍ମରଣ କରି କହିଛନ୍ତି ଯେ ଆଜି ଆମର ଦଳ ପ୍ରତି ଥିବା ସମର୍ପଣ ଦେଖି ଆଟଳ ଜୀଙ୍କ ଆତ୍ମାକୁ ସନ୍ତୋଷ ମିଳିଥିବ । ଅଟଳ ଜୀ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ ଦେଶ ଆଜି ପ୍ରଗତିର ଶୀର୍ଷରେ ପହଞ୍ଚିଥାନ୍ତା ।

କର୍ମୀଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ ଗତ ସାଢେ ଚାରି ବର୍ଷରେ ବିଜେପିର ନେତୃତ୍ୱରେ ଯେଉଁ ବିକାଶ ହୋଇଛି ତାହା ଜନସାଧାରଣଙ୍କ ବିଶ୍ୱାସ ଜିତିଛି । ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ଅଛି ଯେ ବିଜେପି ହିଁ ଗୋଟିଏ ଦଳ ଯିଏ ଦେଶର ବିକାଶ କରିପାରିବ । 

କୃଷକଙ୍କ ପ୍ରସଙ୍ଗରେ କେଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି ମୋଦୀ । କଂଗ୍ରେସ ପାଇଁ କୃଷକଙ୍କ ଉନ୍ନତି ହୋଇପାରନି ବୋଲି କହିଛନ୍ତି । ଗତ ସାଢେ ଚାରି ବର୍ଷରେ ଆମ ସରକାର କୃଷକ ଓ ଚାଷରେ ଉନ୍ନତି ପାଇଁ ଅନେକ କିଛି କରିଛି । ତେବେ କୃଷକଙ୍କ ଆୟ ବୃଦ୍ଧି କରିବା ନେଇ ଅନେକ କିଛି କରିବାର ଅଛି । କୃଷକଙ୍କ ଆୟ ଦ୍ୱିଗୁଣିତ କରିବାରେ ଲକ୍ଷ୍ୟରେ ଅଛି ଆମ ସରକାର ।

ବୈଠକରେ ପ୍ରଧାନମନ୍ତ୍ରୀ ସଭିଙ୍କ ସହ,ସଭିଙ୍କ ବିକାଶ କଥା ଦୋହରାଇଛନ୍ତି । ଏହା ସହ ଗୋଟିଏ ଭାରତ ଶ୍ରେଷ୍ଠ ଭାରତ ବିଜେପିର ମୂଳମନ୍ତ୍ର ବୋଲି କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଆମ ସରକାର ଉପରେ ଗୋଟିଏ ଭ୍ରଷ୍ଟାଚର ଜନିତ ଅଭିଯୋଗ ନାହିଁ । ଦେଶର ଇତିହାସରେ ଏହା ପ୍ରଥମ ଯେ ସରକାର ଉପରେ କୌଣସି ଭ୍ରଷ୍ଟାଚାରର ଅଭିଯୋଗ ନାହିଁ । ଆମେ ଏହା ନେଇ ଗର୍ବିତ । 

Subscribe

National International State Sports Entertainment