ଚାଷୀ ଶାନ୍ତିରେ ଶୋଉ, ଏହା କଂଗ୍ରେସକୁ ମଞ୍ଜୁର ନୁହେଁ- ମୋଦୀ
Khabar Odisha:pm-modi-arrives-in-mallot-of-punjab-to-address-kisan-kallayan-rally
ଚଣ୍ଡିଗଡ଼,ଜୁଲାଇ୧୦(ଖବର ଓଡ଼ିଶା):

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବର ମଲୋଟରେ କିସାନ କଲ୍ୟାଣ ରାଲିକୁ ସମ୍ବୋଧିତ କରି କଂଗ୍ରେସ ଉପରେ ବର୍ଷିଛନ୍ତି।  ସେ କହିଛନ୍ତି ଯେ କଂଗ୍ରେସ ୭୦ ବର୍ଷ ପର୍ୟ୍ୟନ୍ତ ଚାଷୀଙ୍କର ନୁହେଁ ବରଂ ନିଜ ପରିବାରର ଚିନ୍ତା କରିଛି। ଯେ କୌଣସି ସ୍ଥିତିରେ ମଧ୍ୟ ଦେଶର ଚାଷୀ କେବେ ବି ନିଜର ପରିଶ୍ରମରେ କୌଣସି ଅଭାବ ରଖି ନାହାନ୍ତି ମାତ୍ର କଂଗ୍ରେସ ପାର୍ଟି ଏବଂ ତାର ସରକାର କେବେ ବି ଚାଷୀଙ୍କ ସମ୍ମାନ ଏବଂ ମାନ ରଖିନାହିଁ। 

ମୋଦୀ କହିଛନ୍ତି ଯେ କଂଗ୍ରେସ ସର୍ବଦା ଚାଷୀଙ୍କୁ ଧୋକା ଦେଇ ଆସିଛି। ଚାଷୀଙ୍କ ସଶକ୍ତିକରଣ ପାଇଁ କାର୍ୟ୍ୟ ନକରି କେବଳ ଭୋଟ୍ ବ୍ୟାଙ୍କ ରୂପେ ବ୍ୟବହାର କରି ଆସିଛି।  ପଞ୍ଜାବ ସର୍ବଦା ପ୍ରେରିତ କରିବା ଭଳି କାମ କରିଛି। ଆଜି ମଧ୍ୟ ଦେଶ ନୁହେଁ ବରଂ ଦୁନିଆର ପ୍ରତ୍ୟେକ କୋଣରେ ପଞ୍ଜାବର ବ୍ୟକ୍ତି ଅଛନ୍ତି ଏବଂ ସେମାନେ ନିଜର ପରିଶ୍ରମରେ ଦେଶର ବିକାଶରେ ଯୋଗଦାନ ଦେଉଛନ୍ତି। ପଞ୍ଜାବର ଚାଷୀ ଉତ୍ପାଦନରେ ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି। ଏଥର ପୁଣି ଥରେ ସବୁ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି। 

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମ ସରକାର ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି କରି ନିଜର ପ୍ରତିଶ୍ରୁତି ପାଳନ କରିଛନ୍ତି ଏବଂ ବ୍ୟୟର ଦେଢ ଗୁଣା ମୂଲ୍ୟ ସୁନିଶ୍ଚିତ କରିବାର କାମ କରିଛି। ଯେବେ ସରକାର ଏହି ନିଷ୍ପତ୍ତି ନେଲେ ତେବେଠୁ ଦେଶର ଚାଷୀଙ୍କର ବହୁତ ବଡ଼ ଚିନ୍ତା ଦୂର ହୋଇଛି। ସେମାନେ ବିଶ୍ଵାସ କରିଛନ୍ତି ଯେ ସେମାନେ ଯେଉଁ ନିବେଶ କରିଛନ୍ତି ଏବଂ ପରିଶ୍ରମ କରିଛନ୍ତି ତାର ଫଳ ଅବସଶ୍ୟ ମିଳିବ। 

ଆମର ସରକାର ୨୦୨୨ ପର୍ୟ୍ୟନ୍ତ ଚାଷୀଙ୍କ ଆୟ ଦୁଇ ଗୁଣ କରିବା ପାଇଁ ପ୍ରତିବଦ୍ଧ ଅଟେ। ଦେଶରେ ଏ ପର୍ୟ୍ୟନ୍ତ ୧୫ କୋଟିରୁ ଅଧିକ ସ୍ଵାସ୍ଥ୍ୟ କାର୍ଡ ବିତରଣ କରାଯାଇଛି। ମାତ୍ର ଏଥିରେ କଂଗ୍ରେସ ଓ ତାର ସହଯୋଗୀଙ୍କ ନିଦ ଉଡି ଯାଇଛି। ଦେଶର ଚାଷୀ ଶାନ୍ତିରେ ଶୁଅନ୍ତୁ କଂଗ୍ରେସ ପାର୍ଟିକୁ ଏହା ମଞ୍ଜୁର ନୁହେଁ ବୋଲି ପିଏମ ମୋଦୀ କହିଛନ୍ତି। 

ସେ କହିଛନ୍ତି ଯେ ଦେଶରେ ଏମିତି ଏକ ସମୟ ଥିଲା ଯେଉଁଠି ୟୁରିଆ ଚାଷୀଙ୍କ ପାଖରେ ପହଞ୍ଚିବା ପରିବର୍ତ୍ତେ ଗୋଦାମକୁ ଚାଲି ଯାଉଥିଲା ଏବଂ ଚାଷୀଙ୍କୁ ୟୁରିଆ ନେବା ପାଇଁ ଲାଠି ଖାଇବାକୁ ମଧ୍ୟ ପଡୁଥିଲା। ଆମେ ୟୁରିଆର ୧୦୦ ପ୍ରତିଶତ କୋଟିଙ୍ଗ କଲୁ ଏବଂ ଆଜି ଚାଷୀଙ୍କ ପାଇଁ ୟୁରିଆ ପର୍ୟ୍ୟାପ୍ତ ମାତ୍ରାରେ ଉପଲବ୍ଧ ରହିଛି। 

ଚାଷୀଙ୍କ ଫସଲ ଯେମିତି ବରବାଦ ନହେବ ସେ ନେଇ ପ୍ରଧାନମନ୍ତ୍ରୀ  କିସାନ ସଂପଦା ଯୋଜନା କାର୍ୟ୍ୟକାରୀ କରାଯାଉଛି। ସାରା ଦେଶରେ ନୂତନ ଗୋଦାମ ତିଆରି କରାଯାଉଛି, ଫୁଡ ପାର୍କ ନିର୍ମାଣ କରାଯାଉଛି। ପୁରା ଯୋଗାଣ ଚେନକୁ ମଜଭୁତ କରାଯାଉଛି ଏବଂ ସୁନିଶ୍ଚିତ କରାଯାଉଛି ଯେ ଚାଷୀଙ୍କୁ ସେମାନଙ୍କର ଫସଲ ନଷ୍ଟ ହେବା କାରଣରୁ କ୍ଷତି ଯେମିତି ଉଠାଇବାକୁ ନପଡେ। ମୋଦୀ କହିଛନ୍ତି ଯେ ଗାଁର ଗୌରବ ଓ ଚାଷୀଙ୍କ ସମ୍ମାନକୁ ପୁଣି ଥରେ ସ୍ଥାପିତ କରିବା ଦିଗରେ ଆମେ ନିରନ୍ତର ଆଗକୁ ବଢୁଛୁ। 

  • Tags:

Subscribe

National International State Sports Entertainment