ପ୍ରଧାନମନ୍ତ୍ରୀ ମୋଦୀ ଏବଂ ୟୁପି ମୁଖ୍ୟମନ୍ତ୍ରୀଙ୍କ ଉପରେ ହୋଇପାରେ କେମିକାଲ ଆକ୍ରମଣ, ଆତଙ୍କୀ ଅଡିଓ ଟେପରେ ଖୁଲାସା
Khabar Odisha:pm-modi-and-cm-yogi-on-threat-of-chemical-attack-alert-release
ନୂଆଦିଲ୍ଲୀ, ଅଗଷ୍ଟ ୧୦(ଖବର ଓଡିଶା ):

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କେମିକାଲ ଏବଂ ମେଡିସିନ ଆକ୍ରମଣ ହୋଇପାରେ । ସୁରକ୍ଷା ଏଜେନ୍ସିଙ୍କୁ ଏହି ଖବର ମିଳିବା ପରେ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷାକୁ କଡାକଡି କରାଯାଇଛି । ଯୋଗୀଙ୍କ ମେରଠ ଗସ୍ତକୁ ନେଇ ତତ୍ପର ହୋଇପଡିଛନ୍ତି ସୁରକ୍ଷା ଏଜେନ୍ସି । ଏସପି ସିଏମ ସିକ୍ୟୁରିଟି ମେରଠ ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ରେଡିଓଗ୍ରାମ ପଠାଇଛନ୍ତି । 

ସୁରକ୍ଷା ଏଜେନ୍ସିଙ୍କୁ ମିଳିଥିବା ସୂଚନା ଅନୁସାରେ, କାଶ୍ମୀରରେ କିଛି ଯୁବକଙ୍କୁ ଆତଙ୍କବାଦୀମାନେ ତାଲିମ ଦେଉଛନ୍ତି । ସେମାନଙ୍କ ସଦସ୍ୟ ଆଦିତ୍ୟନାଥଙ୍କ ଉପରେ ଆକ୍ରମଣ କରିପାରନ୍ତି । ଏପରିକି ସେମାନେ ଟ୍ରେନ ଯୋଗେ କାଶ୍ମୀରରୁ ଲକ୍ଷ୍ନୈା ପହଁଚିବା ନେଇ ସୂଚନା ମିଳିଛି । ଏହି ଯୁବକମାନେ ଯୋଗୀଙ୍କ ଉପରେ କେମିକାଲ ଏବଂ ମେଡିସିନ ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ମାନବ ବୋମାର ବ୍ୟବହାର ମଧ୍ୟ କରାଯାଇ ପାରେ ବୋଲି ସତର୍କ କରିଛି ଗୁଇନ୍ଦା ବିଭାଗ  ।

ଗୁଇନ୍ଦା ଏଜେନ୍ସି ଆତଙ୍କବାଦ ସଂଗଠନ ଜୈଶ-ଏ-ଅହମ୍ମଦର ଏକ ଅଡିଓ ଟେପ୍ ଜାରି କରିଛି, ଯେଉଁଥିରେ ମୋଦୀ ଏବଂ ଯୋଗୀଙ୍କ ଉପରେ ଆକ୍ରମଣ କରିବା ପାଇଁ କୁହାଯାଇଛି । କୌଣସି ସାଧାରଣ ସଭା ଏବଂ ରାଲିରେ ଆକ୍ରମଣ କରିବା ପାଇଁ ଷଡଯନ୍ତ୍ର କରୁଛି ସଂଗଠନ । ଏହି ଖବର ଆସିବା ପରେ ମୋଦୀ ଏବଂ ଯୋଗୀଙ୍କ ସୁରକ୍ଷାକୁ ବୃଦ୍ଧି କରାଯାଇଛି ।

  • Tags:

Subscribe

National International State Sports Entertainment