ପଟିଆଲା କୋର୍ଟର ନିର୍ଦ୍ଦେଶ, ଜବତ ହେବ ବିଜୟ ମାଲ୍ୟାଙ୍କ ବେଙ୍ଗାଲୁର ସମ୍ପତି
Khabar Odisha:patiala-house-court-orders-order-to-attach-property-of-vijay-mallya
ନୂଆଦିଲ୍ଲୀ, ଅକ୍ଟୋବର ୧୧, (ଖବର ଓଡିଶା)

ପଳାତକ ମଦ ବେପାରି ବିଜୟ ମାଲ୍ୟାଙ୍କ ଚିନ୍ତା ବଢି ଯାଇଛି । ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ମାଲ୍ୟାଙ୍କ ବେଙ୍ଗାଲୁରସ୍ଥିତ ସମ୍ପତି ଜବତ କରାଯିବାର ଆଦେଶ ଦିଆଯାଇଛି । କୋର୍ଟ ଆଜି ହାଜିରା ଉଲଙ୍ଘନ କରିବା ମାମଲାରେ ଶୁଣାଣି କରିଥିଲେ । ଏହି ସମୟରେ ନିଷ୍ପତି ଶୁଣା ଯାଇଥିଲା କି, ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି)ର ବିଶେଷ ଲୋକ ଅଭିଯୋଜକ ଏନ.କେ ମଟ୍ଟା ଓ ଜଣେ ଏକ ଓକିଲ ସମ୍ବେଦନା ବର୍ମାଙ୍କ ଦ୍ୱାରା ପ୍ରଥମ ଆଦେଶ ଲାଗୁ କରିବା ପାଇଁ ଆଉ ଅଧିକ ସମୟ ଦେବା ପାଇଁ ଅନୁରୋଧ କରିବା ଉପରେ ମୁଖ୍ୟ ମେଟ୍ରେ ପଲିଟାନ ମାଜିଷ୍ଟ୍ରେଟ ଦୀପକ ଐରାବତ ଏହି ନିର୍ଦ୍ଦେଶ ଦେଇଛନ୍ତି । 

ଏହି ମାମଲାରେ ଅଦାଳତ ୪ ଜାନୁଆରୀରେ ମାଲ୍ୟାଙ୍କୁ ପଳାତକ ଘୋଷଣା କରିଥିଲେ । କାରଣ ସେ ସମନର ଜବାବ ଦେଇ ନଥିଲେ ମେ ୮ରେ ବେଙ୍ଗାଲୁର ପୋଲିସ ଆୟୁକ୍ତଙ୍କୁ ମାଲ୍ୟାଙ୍କ ସମ୍ପତି ଜବତ କରିବାର ଆଦେଶ ଦେଇଥିଲେ ଓ ଏହା ଉପରେ ରିର୍ପୋଟ ମଧ୍ୟ ମାଗିଥିଲେ ।  ଅଦାଲତ କହିଛି କି, ସମନ ପଠାଇବା ପରେ ମଧ୍ୟ ମାଲ୍ୟା କୋର୍ଟରେ ହାଜର ହୋଇନଥିଲେ । ସେ ଅଦାଲତର ଆଦେଶକକୁ ଅବମାନନା କରିଥିଲେ । 

Subscribe

National International State Sports Entertainment