ମଥାରେ ଓଢଣୀ ଏବଂ ବିନ୍ଦି ଲଗାଇ ନୂଆ ଅନ୍ଦାଜରେ ନଜର ଆସିଲେ କ୍ରିକେଟର ଗୌତମ ଗମ୍ଭୀର
Khabar Odisha:national-ncr-know-new-look-of-cricketer-gautam-gambhir
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୪ (ଖବର ଓଡିଶା) :

ଟିମ ଇଣ୍ଡିଆର ଆଗ ଧାଡିର କ୍ରିକେଟର ଗୌତମ ଗମ୍ଭୀର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ଏମିତି କିଛି ଫଟୋ ସୋସିଆଲ ମିଡିଆରେ ବୁଲୁଛି ଯାହା ଦ୍ୱାରା ସେ ଚର୍ଚ୍ଚାରେ ଅଛନ୍ତି । ଏହି ଫଟୋରେ ସେ ମଥାରେ ଓଢଣୀ ଏବଂ ବିନ୍ଦି ଲଗାଇଛନ୍ତି । ସୂଚନାନୁଯାୟୀ, ଟ୍ରାନ୍ସଜେଣ୍ଡରମାନଙ୍କର ସମାନତା ଅଧୀକାର ପାଇଁ ଗୌତମ ଗମ୍ଭୀର ଏଭଳି ବେଶଭୂଷା ଧାରଣ କରିଛନ୍ତି । ଏହି ଫଟୋ ଗୁଡିକରେ ସେ ମଧ୍ୟ ଟ୍ରାନ୍ସଜେଣ୍ଡରମାନଙ୍କ ସହ ନଜର ଆସିଛନ୍ତି । ଶେମାରୀ ସୋସାଇଟି ଦ୍ୱାରା ଏହାର ଆୟୋଜନ କରାଯାଇଥିଲା । ଏହା ପୂର୍ବରୁ ରକ୍ଷାବନ୍ଧନ ସମୟରେ ସେ କିନ୍ନରମାନଙ୍କ ହାତରୁ ରାକ୍ଷୀ ବାନ୍ଧି ଥିଲେ । 

ସୂଚନା ଅନୁଯାୟୀ, ଗମ୍ଭୀରଙ୍କର ଏଭଳି ଅନ୍ଦାଜ ହିଂଜଡା ହବାର ୭ମ ଉଦଘାଟନ ସମୟରେ ନଜର ଆସିଥିଲା । ସେଠାରେ ସେ ପହଂଚିବା ପୂର୍ବରୁ ଏଭଳି ବେଶଭୂଷା ପରିଧାନ କରିଥିଲେ । ସେଠାରେ ସେ କହିଥିଲେ ଯେ, କିନ୍ନରମାନଙ୍କୁ ସମାଜର ଭେଦଭାବର ସାମ୍ନା କରିବାକୁ ପଡେ ଏବଂ ସେମାନେ ହିଂସାର ମଧ୍ୟ ଶୀକାର ହୋଇଥାନ୍ତି । ଏହା ପୂର୍ବରୁ ଆମକୁ ମନେ ରଖିବାକୁ ପଡିବ ଯେ, ସର୍ବଶେଷରେ ସେମାନେ ମଧ୍ୟ ମନୁଷ୍ୟ । 

  • Tags:

Subscribe

National International State Sports Entertainment