ଆଇଆଇଟି କାନପୁର ; ଏବେ ଡ୍ରୋନ କହିବ ଆକାଶ ପର୍ଯ୍ୟନ୍ତ କେତେ ରହିଛି ପ୍ରଦୂଷଣର ମାତ୍ରା
Khabar Odisha:kanpur-city-iit-kanpurs-drone-will-tell-how-much-pollution-in-the-sky-hpjagran-specia
କାନପୁର, ଅଗଷ୍ଟ ୧୦ (ଖବର ଓଡିଶା):

 ଆଇଆଇଟି କାନପୁର ଏବେ ଆକାଶ ପର୍ଯ୍ୟନ୍ତ ପ୍ରଦୂଷଣ ସ୍ତର ମାପିବ । ଭୂମି ତୂଳନାରେ ଆକାଶ ପର୍ଯ୍ୟନ୍ତ  ହାନିକାରକ ଗ୍ୟାସର ଘନତ୍ୱ କେତେ ରହିଛି ଏବଂ ଏହାର ସୂଚନା ସହିତ ବର୍ଷା ଓ ପବନ ତଳକୁ ଆସିବାର ଗତି ଜାଣି ତାହାଠାରୁ ରକ୍ଷା ପାଇବାର ଉପାୟ ମଧ୍ୟ କରାଯିବ। ଏୟାରସ୍ପେସ ଇଞ୍ଜିନିଅରିଙ୍ଗ ବିଭାଗର ପ୍ରଫେସର ଅଭିଷେକ, ସିଭିଲ ଇଂଜିନିୟରିଙ୍ଗ ବିଭାଗର ପ୍ରଫେସର ସଲୀଳ ଗୋୟଲ ଏବଂ ପ୍ରଫେସର ଅନୁଭା ମିଳିତ ଭାବରେ ଏହି ଡ୍ରୋନ ଏୟାର ସପ୍ଲାୟର ପ୍ରସ୍ତୁତ କରିବେ । ଏହାର ପରୀକ୍ଷଣ ଆଗାମୀ ମାସରେ କରାଯିବ । ପରୀକ୍ଷଣ ପରେ କାନପୁର ଏବଂ ଅନ୍ୟ ଜିଲ୍ଲାରେ ବାୟୁ ପ୍ରଦୂଷଣ ଉପରେ କାମ କରାଯିବ । ଏଥିପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହ ଏନେଇ ଅାଲୋନଚା ମଧ୍ୟ ସରିଛି । ତାଙ୍କର ଟେକନିକ କର୍ମୀ ପ୍ରଦୂଷଣର ଡାଟା ପ୍ରସ୍ତୁତ କରିବା ପାଇଁ ସାହାଯ୍ୟ କରିବ ।

ଏଥିପାଇଁ ଆଇଆଇଟି ଆମେରିକାର ଏୟାର ସପ୍ଲାୟର କମ୍ପାନୀ ସହ ଚୁକ୍ତି କରିଛି । ଆଇଆଇଟିର ଏୟାରସ୍ପେସ ଇଞ୍ଜିନିଅରିଙ୍ଗ ବିଭାଗର ପ୍ରଫେସର ଅଭିଷେକଙ୍କ କହିବା ମୁତାବକ ଡ୍ରୋନ ଏୟାର ପଲ୍ୟୁସନ ମନିଟରିଙ୍ଗ ସିଷ୍ଟମ ସାହାଯ୍ୟରେ ଭୂମିଠାରୁ ଉଚ୍ଚରେ ପ୍ରଦୂଷଣ ସ୍ତର ମପାଯାଇ ପାରିବ । ହାନିକାରକ ଗ୍ୟାସ କେତେ ପ୍ରଭାବଶାଳୀ ରହିଛି ଏହାର ସଠିକ ସୂଚନା ମିଳିବା ସହିତ ଏହାର ତଳକୁ ଆସିବାର ସ୍ଥିତି ଜାଣି ପ୍ରଥମରୁ ଏହାଠାରୁ ରକ୍ଷା ପାଇବାର ବ୍ୟବସ୍ଥା କରାଯିବ ।

ଡିଜିଟାଲ ଟେକନିକ ଦ୍ୱାରା ଆଧାରିତ ଡ୍ରୋନରେ ଏକରୁ ଦୁଇ କିଲୋ ଓଜୋନର ମୋବାଇଲ ଏୟାର ସପ୍ଲାୟର ଲଗାଯିବ । ଭୂମିରୁ ଉପରକୁ ଉଠିବା ମାତ୍ରେ ଏହା ପ୍ରଦୂଷଣର ଥ୍ରୀ ଡାଇମେନସନାଲ ସ୍ତରର ଆକଳନ କରିବ । 

ବାୟୁ ପ୍ରଦୂଷଣର ଯାଞ୍ଚ ପାଇଁ ବୈଜ୍ଞାନିକମାନେ ଏହାକୁ ସିରିଜ କରି ଉପରକୁ ଛାଡିବେ । ଗୋଟିଏ ସିରିଜରେ ୬ରୁ ୮ଟି ଡ୍ରୋନ ରହିଥାଏ । ଏହା କିଛି ଦୂରର ଥିବା ପ୍ରଦୂଷଣ ମାତ୍ରାର ସ୍ତର ହ୍ରାସ, ବୃଦ୍ଧିବା ଏବଂ ଅତ୍ୟଧିକ ଉଚ୍ଚରେ ଧୂଆଁରେ କେତେ ସମୟ ପର୍ଯ୍ୟନ୍ତ ଦୂଷିତ କଣା ରହୁଛି ଏହାର ରିପୋର୍ଟ ଦେବ । ପ୍ରଦୂଷଣକୁ ଆଖି ଆଗରେ ରଖି ଏହି ସିଷ୍ଟମ ପ୍ରସ୍ତୁତ କରାଯାଇଛି । ଏହା ପୂର୍ବରୁ ସହରରେ ଉତରପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୬ ଏବଂ ସିପିସିବିର ଗୋଟିଏ ମନିଟରିଙ୍ଗ ସେଂଟର ରହିଛି ।

  • Tags:

Subscribe

National International State Sports Entertainment