ରାଫେଲ ଚୁକ୍ତିରେ ରିଲାଏନ୍ସକୁ ସାମିଲ କରିବା ପାଇଁ ରଖା ଯାଇଥିଲା ସର୍ତ, ଫ୍ରାନ୍ସ ପତ୍ରିକାରେ ଖୁଲାସା
Khabar Odisha:involving-reliance-in-the-rafale-deal-was-compulsory-french-investigative-magazine-disclosed
ନୂଆଦିଲ୍ଲୀ, ଅକ୍ଟୋବର ୧୧(ଖବର ଓଡିଶା):

ରାଫେଲ ଲଢୁଆ ବିମାନ ନିର୍ମାଣକାରୀ କମ୍ପାନୀ ଦସାଲ୍ଟ୍ ଆଭିଏସନର ଦସ୍ତାବିଜରେ ଏକ ଫରାସୀ ପତ୍ରିକା ଏବଂ ୱେବସାଇଟ ଭାରତ ସହ ଚୁକ୍ତି ନେଇ ରିଲାଏନ୍ସ ଡିଫେନ୍ସକୁ ସାମିଲ କରାଯିବାକୁ ଅନିବାର୍ଯ୍ୟ ବୋଲି ଦାବି କରାଯାଇଛି । ରିଲାଏନ୍ସକୁ ସାମିଲ କରାଯିବା ସମୟରେ କିଛି ସର୍ତ ରଖାଯାଇଥିଲା ବୋଲି ଏହି ପତ୍ରିକାରେ କୁହାଯାଇଛି । 

ତଥ୍ୟ ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିବାଦ ଧିରେଧିରେ ବଢିବାରେ ଲାଗିଛି । ଏହି ନୂଆ ଖୁଲାସାକୁ ନେଇ କେନ୍ଦ୍ର ସରକାର ଏବଂ ନରେନ୍ଦ୍ର ମୋଦୀ ଅଡୁଆରେ ପଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ପୁସ୍ତକରେ କୁହାଯାଇଛି ଯେ ଦସାଲ୍ଟ କମ୍ପାନୀର ଦସ୍ତାବିଜକୁ ଦେଖିଲେ ସେଥିରେ ରାଫେଲ ଚୁକ୍ତି ପାଇଁ ରିଲାଏନ୍ସ ସହ ସଂଯୁକ୍ତ ଉପକ୍ରମ ଅନିବାର୍ଯ୍ୟ ଥିଲା । 

ନିକଟରେ ଏହି ପତ୍ରିକା ପୂର୍ବ ଫ୍ରାନ୍ସ ରାଷ୍ଟ୍ରପତି ଫ୍ରାନ୍ସବା ଓଲାନ୍ଦଙ୍କ ସାକ୍ଷାତକାର ନେଇଥିଲା  । ସେ ଭାରତୀୟ କମ୍ପାନୀ ରିଲାଏନ୍ସ ବ୍ୟତୀତ ଅନ୍ୟ କିଛି ବିକଳ୍ପ ନଥିବା କହିଥିଲେ । ଏହି ମାମଲାରେ ଫ୍ରାନ୍ସ ସରକାରଙ୍କ କୌଣସୀ ଭୂମିକା ନଥିଲା । ରିଲାଏନ୍ସର ନାମ ଭାରତ ତରଫରୁ ପ୍ରସ୍ତାବିତ ହୋଇଥିଲା । 

ଫ୍ରାନ୍ସ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ

ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ତିନି ଦିନିଆ ଫ୍ରାନ୍ସ ଗସ୍ତ କରିଛନ୍ତି । ଏହି ଗସ୍ତ ସେହି ସମୟରେ ହୋଇଛି ଯେତେବେଳେ ରାଫେଲ ଚୁକ୍ତିକୁ ନେଇ ଦେଶରେ ରାଜନୀତି ସରଗରମ ରହିଛି । ସେ ନିଜ ସମକକ୍ଷଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି । 

ଏହି ଗସ୍ତରେ ଦୁଇ ଦେଶ ମଧ୍ୟରେ ରଣନୀତିକ ବୁଝାମଣା ବୃଦ୍ଧି ତଥା ଆଂଚଳିକ ଏବଂ ଅନ୍ୟ କିଛି ପ୍ରସଙ୍ଗ ଉପରେ ଆଲୋଚନା ହେବ । ନିର୍ମଳା ରାଫେଲ ପ୍ରସଙ୍ଗ ଉପରେ ମଧ୍ୟ ଚର୍ଚ୍ଚା କରିପାରନ୍ତି । ସେ ରାଫେଲ ନିର୍ମାଣସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି ।  

  • Tags:

Subscribe

National International State Sports Entertainment