ଓପେକକୁ ଭାରତର ଚେତାବନୀ, ଅଶୋଧିତ ତୈଳ ଦର ହ୍ରାସ କର ନଚେତ୍...
Khabar Odisha:india-warns-opec-reduce-crude-oil-prices-or-ready-to-face-plunge-in-demand
ନୂଆଦିଲ୍ଲୀ,ଜୁଲାଇ୧୦(ଖବର ଓଡ଼ିଶା):

 ଲଗାତାର ବଢୁଥିବା ଅଶୋଧିତ ତୈଳର ମୂଲ୍ୟକୁ ନେଇ ଭାରତ ଏବେ ତୈଳ ଉତ୍ପାଦକ ଦେଶଗୁଡିକୁ ଚେତାବନୀ ଦେଇ କହିଛି ଯେ ତୈଳ ଦର ହ୍ରାସ କର ନଚେତ୍ ଏହାର ଚାହିଦା ହ୍ରାସ ନେଇ ପ୍ରସ୍ତୁତ ରୁହ। ଦୁନିଆରେ ଅଶୋଧିତ ତୈଳକୁ ନେଇ ସବୁଠୁ ଅଧିକ ଚାହିଦା ଥିବା ଦେଶ ମଧ୍ୟରୁ ଅନ୍ୟତମ ଭାରତ ଓପେକ ଦେଶକୁ କହିଛି ଯେ ସେମାନଙ୍କୁ ଦର ହ୍ରାସ କରିବା ଆରମ୍ଭ କରିବାକୁ ପଡ଼ିବ କିମ୍ବା କ୍ରୟ କମ୍ କରିବାକୁ ପ୍ରସ୍ତୁତ ରହିବାକୁ ପଡ଼ିବ। 

ବ୍ଲୁମର୍ଗର ରିପୋର୍ଟ ମୁତାବକ ଭାରତ ପକ୍ଷରୁ ଚେତାବନୀର ସଙ୍କେତ ଦେଇ ଇଣ୍ଡିଆନ ଓଏଲ  କର୍ପୋରେସନର ଚେୟାରମ୍ୟାନ ସଞ୍ଜୀବ ସିଂହ କହିଛନ୍ତି ଯେ ଯେଉଁ ଭଳି ଗତ ଅଢେଇ ମାସରେ ତେଲର ଦାମ ବଢିଛି, ଯଦି ଏମିତି ବୃଦ୍ଧି ଜାରି ରହେ ତେବେ ଭାରତୀୟ ଉପଭୋକ୍ତା ବିକଳ୍ପ ରାସ୍ତା ଦେଖିବେ। ସେ କହିଛନ୍ତି ଯେ ଅଶୋଧିତ ତୈଳର ମହଙ୍ଗା କାରଣରୁ ଭାରତୀୟ ଉପଭୋକ୍ତା ଇଲେକ୍ଟ୍ରିକ୍ ଯାନ ଓ ଗ୍ୟାସ୍ ପରି ବିକଳ୍ପ ଦିଗରେ ଅଗ୍ରସର ହେବେ କାରଣ ଏହା କମ ମହଙ୍ଗା ହୋଇଥାଏ। ଏମିତି ହେଲେ ୨୦୨୫ ପର୍ୟ୍ୟନ୍ତ ଭାରତ ପ୍ରତିଦିନ ବ୍ୟବହାର କରୁଥିବା ତୈଳ ମଧ୍ୟରୁ ୧୦ ଲକ୍ଷ ବ୍ୟାରେଲ ତୈଳ ହ୍ରାସ ପାଇବ। 

ସିଂହ କହିଛନ୍ତି କି ଚାହିଦାକୁ ଦରଠୁ ଅଲଗା କରି ଦେଖାଯାଇ ପାରିବ ନାହିଁ। ବିଶେଷ କରି ଭାରତ ପରି ଦେଶରେ ଯେଉଁଠି ଦରକୁ ନେଇ ଖାସ୍ ଧ୍ୟାନ ରଖାଯାଏ। ସେ କହିଛନ୍ତି ଯେ ଯଦି ସ୍ଵଳ୍ପ ସମୟ ପାଇଁ ଦର ବଢେ ତେବେ ଚାହିଦାରେ ହ୍ରାସ ପାଇବ ନାହିଁ ମାତ୍ର ଯଦି ଦର ବୃଦ୍ଧି କ୍ରମାଗତ ଜାରି ରହେ ତେବେ ଚାହିଦା ହ୍ରାସରେ ଏହାର ପ୍ରଭାବ ଦେଖିବାକୁ ପଡ଼େ। ଲିବ୍ୟା, ଭେନେଜୁଏଲା ଓ କାନାଡା ପକ୍ଷରୁ ଉତ୍ପାଦନ ହ୍ରାସ ପାଇବା କାରଣରୁ ଗତ କିଛି ଦିନରେ ଅଶୋଧିତ ତୈଳ ଦରରେ ୫ ପ୍ରତିଶତ ବୃଦ୍ଧି ଘଟିଛି। 

  • Tags:

Subscribe

National International State Sports Entertainment