ବ୍ରିଟିଶ ସାଂସଦଙ୍କୁ ଭାରତରେ ନୋଏଣ୍ଟ୍ରି, ଏୟାର ପୋର୍ଟରୁ ଫେରେଇ ଦିଆଗଲା
Khabar Odisha:india-sends-back-british-mp-from-delhi-airport-over-invalid-visa
ନୂଅାଦିଲ୍ଲୀ,ଜୁଲାଇ12(ଖବର ଓଡ଼ିଶା):

 ବ୍ରିଟିଶ ସାଂସଦ ଲର୍ଡ ଆଲେକଜାଣ୍ଡାର କାର୍ଲିଲଙ୍କୁ ଭାରତ ଏୟାରପୋର୍ଟରୁ ଫେରାଇ ଦିଅାଯାଇଛି। ବ୍ରିଟେନର ଶୀର୍ଷ ଓକିଲଙ୍କ ମଧ୍ୟରୁ ଜଣେ ଆଲେକଜାଣ୍ଡାରଙ୍କ ବିମାନ ବୁଧବାର ଦିନ ସକାଳେ ଦିଲ୍ଲୀ ଏୟାରପୋର୍ଟରେ ଓହ୍ଲେଇଥିଲା । କିନ୍ତୁ ଭାରତରେ ତାଙ୍କୁପ୍ରବେଶ କରେଇ ଦିଆଯାଇନଥିଲା । ଲର୍ଡ ଆଲେକଜାଣ୍ଡାର ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖଲିଦା ଜିଆଙ୍କର ଅାଇନ ପରାମର୍ଶଦାତା ଅଟନ୍ତି। ଖାଲିଦା ଏବେ ଢାକାର ଜେଲରେ ବନ୍ଦୀ ଅଛନ୍ତି । ତିନି ଥର ପ୍ରଧାନ ମନ୍ତ୍ରୀ ଭାବେ ରହି ସାରିଥିବା ୭୨ ବର୍ଷିୟା ଖାଲିଦାଙ୍କୁ ଚଳିତ ବର୍ଷ ଫେବୃୟାରୀରେ ୫ ବର୍ଷ ଜେଲ ହୋଇଛି । ଜିୟା ଅର୍ଫାନେଜ ଟ୍ରଷ୍ଟକୁ ଦିଆଯାଇଥିବା ଅଢେଇ ଲକ୍ଷ ଡଲାର ବିଦେଶୀ ଚାନ୍ଦା ସହିତ ଜଡ଼ିତ ମାମଲାରେ ଏହି ସଜା ଶୁଣାଯାଇଥିଲା ।

ଏହି ମାମଲାକୁ ନେଇ ଆଲେକଜାଣ୍ଡାର ବୁଧବାର ଦିନ ଦିଲ୍ଲୀ ଆସିଥିଲେ । ସେଠି ତାଙ୍କ ପାଇଁ ଏକ ପ୍ରେସ କନଫରେନ୍ସର ଆୟୋଜନ କରାଯାଇଥିଲା । ଏହି ପ୍ରେସ କନଫରେନ୍ସରେ ସେ ଜିୟା ଉପରେ ଲଗାଯାଇଥିବା ଆରୋପ ବିଷୟରେ ଅନ୍ତରାଷ୍ଟ୍ରୀୟ ମିଡିଆକୁ ଅବଗତ କରେଇବାକୁ ଚାହୁଁଥିଲେ । ଆଲେକଜାଣ୍ଡାରଙ୍କ ଉପରେ ଅମାନ୍ୟ ଭିଜା ପାଇଁ ଏହି ଆରୋପ ଲଗାଯାଇଥିଲା । ବିଦେଶୀ ମନ୍ତ୍ରାଳୟର ପ୍ରବକ୍ତା ରବୀଶ କୁମାର କହିଛନ୍ତି ଯେ ଭାରତରେ ତାଙ୍କର ଉଲ୍ଲେଖିତ ଯାତ୍ରା ଉଦ୍ଦେଶ୍ୟରେ ଅସଙ୍ଗତ ଥିଲା । ସେଥିପାଇଁ ତାଙ୍କର ପ୍ରବେଶକୁ ନେଇ ଭାରତ ମନା କରିଦେଇଥିଲା ।

ଜଣେ ଓକିଲ ହିସାବରେ ଆଲେକଜାଣ୍ଡାରଙ୍କୁ ଢାକାରେ ପ୍ରବେଶ ଅନୁମତି ନାହିଁ । ସେଥିପାଇଁ ସେ ଭାରତରେ ପ୍ରେସ କନଫରେନ୍ସ କରିବାକୁ ଚାହୁଁଥିଲେ । ଯାହାଫଳରେ ଖଲିଦାଙ୍କ କେସର ଜଟିଳତା ବିଷୟରେ ସେ ଅନ୍ତରାଷ୍ଟ୍ରୀୟ ମିଡିଆ ସମୁଦାୟକୁ କହି ପାରିବେ । ଖଲିଦାଙ୍କ  ବିରୁଦ୍ଧରେ ତିନି ଡର୍ଜନ ଅପରାଧିକ ମାମଲା ରୁଜୁ ହୋଇଛି । ଏହି ମାମଲାରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର କହିବା ମୁତାବିକ ତାଙ୍କ ପରିବାରକୁ ରାଜନୀତିରୁ ଦୂରେଇ ରଖିବା ପାଇଁ ଏହି ଷଡ଼ଯନ୍ତ୍ର ରଚାଯିବା ଅଭିଯୋଗରେ ତାଙ୍କୁ ଜେଲରେ ବନ୍ଦ କରାଯାଇଛି ।

  • Tags:

Subscribe

National International State Sports Entertainment