ଫ୍ରାନ୍ସକୁ ପଛରେ ପକାଇ ଭାରତ ବର୍ତ୍ତମାନ ଦୁନିଆର ଷଷ୍ଠ ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥା
Khabar Odisha:india-becomes-worlds-sixth-largest-economyworld-bank
ପ୍ୟାରିସ୍,ଜୁଲାଇ୧୦(ଖବର ଓଡ଼ିଶା):

 ବିକାଶର ଦମରେ ଭାରତୀୟ ଅର୍ଥ ବ୍ୟବସ୍ଥା ଏବେ ଅଗ୍ରମୁଖୀ ହେବାରେ ଲାଗିଛି।  ଭାରତ ଏବେ ଫ୍ରାନ୍ସକୁ ପଛରେ ପକାଇ ଦୁନିଆର ଷଷ୍ଠ ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥାରେ ପରିଣତ ହୋଇଛି।  ବିଶ୍ଵ ବ୍ୟାଙ୍କ ୨୦୧୭ର ଅପଡେଟ୍ ତଥ୍ୟରେ ଏହାର ସୂଚନା ଦେଇଛି। ସୂଚନା ମୁତାବକ  ଭାରତର ଜିଡିପି(ସକଳ ଘରୋଇ ଉତ୍ପାଦ) ଗତ ବର୍ଷର ଶେଷ ଆଡ଼କୁ ୨.୫୯୭ ଟ୍ରିଲିୟନ ଡଲାର ଥିବା ବେଳେ ଫ୍ରାନ୍ସର ଥିଲା ୨.୫୮୨ ଟ୍ରିଲିୟନ ଡଲାର। 

ଅନେକ ତ୍ରୟୋମାସିକରେ  ଭାରତ ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥାରେ ରହିବା ପରେ  ୨୦୧୭ ଜୁଲାଇରୁ ପୁଣି ଥରେ ଟ୍ରାକକୁ ଫେରିଥିଲା। ଏଠାରେ କହି ରଖୁଛୁ ଯେ ବର୍ତ୍ତମାନ ଭାରତର ଜନସଂଖ୍ୟା ୧୩୪ କୋଟି ଏବଂ ଏହା ଦୁନିଆର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶରେ ପରିଣତ ହେବାକୁ ଯାଉଛି। ଫ୍ରାନ୍ସର ଜନସଂଖ୍ୟା ୬ କୋଟି ୭ ଲକ୍ଷ।  ମାତ୍ର ମୁଣ୍ଡ ପିଛା ଆୟ ମାମଲାରେ ଭାରତ ଫ୍ରାନ୍ସଠୁ ଅନେକ ଗୁଣ ପଛରେ ରହିଛି। 

ଏକ ଦଶନ୍ଧିରେ ଭାରତର ଜିଡିପି ଦୁଇ ଗୁଣ ହୋଇଛି ଏବଂ ଆଶଙ୍କା କରାଯାଉଛି ଯେ ଚୀନର ଜିଡିପି ଧିମା ପଡିପାରେ।  ଏଥିରେ ଭାରତ ଏସିଆର ପ୍ରମୁଖ ଆର୍ଥିକ ଶକ୍ତିଶାଳୀ ରୂପେ ଆର୍ବିଭାବ ହୋଇପାରେ। ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ) ଚଳିତ ବର୍ଷ ଭାରତ ଅଭିବୃଦ୍ଧି ହାର ୭.୪ ପ୍ରତିଶତ ରହିପାରେ ଏବଂ କର ସୁଧାର ଓ ଘରୋଇ ଖର୍ଚ୍ଚ କାରଣରୁ ୨୦୧୯ରେ ଭାରତର ବିକାଶ ଦର ୭.୮ ପ୍ରତିଶତରେ ପହଞ୍ଚିପାରେ। ଅନ୍ୟ ପଟେ ଦୁନିଆର ହାରାହାରି ବିକାଶ ଦର ୩.୯ ପ୍ରତିଶତ ରହିବାର ଅନୁମାନ କରାଯାଉଛି। 

ଉଲ୍ଲେଖଯୋଗ୍ୟ ୨୦୧୭ର ଶେଷ ଆଡ଼କୁ ବ୍ରିଟେନ ୨.୬୨୨ ଟ୍ରିଲିୟନର ଜିଡିପି ସହିତ ଦୁନିଆର ପଞ୍ଚମ ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥା ଥିଲା। ଏହି ସମୟରେ ଆମେରିକା ଦୁନିଆର ଶୀର୍ଷ ଅର୍ଥ ବ୍ୟବସ୍ଥା ରହିଛି। ଦ୍ଵିତୀୟରେ ରହିଛି ଚୀନ। ଏହା ପରେ ଜାପାନ ଓ ଜର୍ମାନୀ ରହିଛନ୍ତି। 

  • Tags:

Subscribe

National International State Sports Entertainment