ଦିଲ୍ଳୀରେ ପୋଲିସ ପୁଅର ବର୍ବରକାଣ୍ଡ, ଅଫିସରେ ଯୁବତୀକୁ ମାଡ ମାରି ଭିଡିଓ କଲେ ଭାଇରାଲ
Khabar Odisha:girl-beaten-by-sub-inspector-son-in-delhi-video-viral
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୪, (ଖବର ଓଡିଶା)

ଦେଶର ରାଜଧାନୀ ଦିଲ୍ଳୀରେ ଲଜ୍ଜା ଜନକ ଘଟଣା ସାମନାକୁ ଆସିଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ଆଇନ ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଇଛି । ସୂଚନାଯୋଗ୍ୟ କି, ସୋସିଆଲ ମିଡିଆରେ ଏକ ଯୁବତୀକୁ ମାଡ ମାରୁଥିବାର ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଏକ ଯୁବକ ଜଣେ ଯୁବତୀକୁ ମାଡ ମାରୁଥିବାର ଦେଖା ଯାଇଛି । 

ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଏ ସମ୍ବନ୍ଧରେ କୌଣସୀ ଅଭିଯୋଗ କରାଯାଇ ନାହିଁ । ପୋଲିସ ନିଜ ତରଫରୁ ଏହି ଭିଡିଓ ଦେଖି ପୀଡିତାଙ୍କୁ ଚିହ୍ନିବାକୁ ଚେଷ୍ଟା କରୁଛି । 

ସୂଚନା ଅନୁଯାୟୀ, ଏକ କାର୍ଯ୍ୟାଳୟରେ ଏକ ଯୁବକ ଯୁବତୀକୁ ମାଡ ମାରୁଛି । ଗାଳି ମଧ୍ୟ କରୁଛି । ଭିଡିଓ ତିଆରି କରୁଥିବା ଯୁବକ ଲଗାତାରଭାବେ ଅଭିଯୁକ୍ତ ଯୁବକକୁ ଏପରି ନକରିବା ପାଇଁ କହୁଥିବାର ଦେଖାଯାଇଛି । 

ସେ ବାରମ୍ବାର ବାରମ୍ବାର ଅଭିଯୁକ୍ତର ନାଁ ଧରି ଡାକୁଛି । ଅଭିଯୁକ୍ତର ନାଁ ରୋହିତ । ସେ ଜଣେ ପୋଲିସ କର୍ମୀଙ୍କ ପୁଅ ବୋଲି କୁହାଯାଉଛି । ରୋହିତ ରାମ ନଗରର ବାସିନ୍ଦା ଅଟେ । 

ମିଳିôବା ସୂଚନା ଅନୁଯାୟୀ ରୋହିତ ଅନ୍ୟ ଏକ ଯୁବତୀକୁ ଏହି ଭିଡିଓ ପଠାଇ ଧମକ ଦେଇଥିଲା କି ଜଦି ସେ ତା କଥା ନ ମାନେ ତେବେ ତାର ମଧ୍ୟ ଏହିଭଳି ଅବସ୍ଥା ହେବ । ଏହି ଯୁବତୀ ଜଣକ ତିଲକ ନଗର ଥାନାରେ ଅଲିଯୁକ୍ତ ରୋହିତ ବିରୁଦ୍ଧରେ ଲିଖିତ ଅଭିଯୋଗ ଆଣିଛି । ଅଭିଯୋଗ ପରେ ପୋଲିସ ଉକ୍ତ ଯୁବକକୁ ଖୋଜୁଛି । 

  • Tags:

Subscribe

National International State Sports Entertainment