ନିଜ ବୟାନ ପାଇଁ କ୍ଷମା ମାଗିଲେ ଦଲାଇଲାମା, ଗାନ୍ଧି ଏବଂ ନେହେରୁଙ୍କୁ ନେଇ ଦେଇଥିଲେ ବିବାଦୀୟ ମନ୍ତବ୍ୟ
Khabar Odisha:dalai-lama-apologize-for-mahatma-gandhi-nehru-jinnah-statement
ନୂଆଦିଲ୍ଲୀ, ଅଗଷ୍ଟ ୧୦(ଖବର ଓଡିଶା ):

ତିବ୍ଦତ ଧର୍ମଗୁରୁ ଦଲାଇଲାମା ମହାତ୍ମା ଗାନ୍ଧି ଏବଂ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ନେଇ ଦେଇଥିବା ବୟାନ ପାଇଁ କ୍ଷମା ମାଗିଛନ୍ତି । ଯଦି ତାଙ୍କ ବୟାନ ଭୁଲ ଥିଲା ତେବେ ସେ ଏଥି ନିମନ୍ତେ କ୍ଷମା ପ୍ରାର୍ଥନା କରୁଛନ୍ତି ବୋଲି କହିଛନ୍ତି । 

ଗତ ବୁଧବାର ଦିନ ଦଲାଇ ଲାମା ଏକ କାର୍ଯ୍ୟକ୍ରମରେ ମହାତ୍ମା ଗାନ୍ଧି ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ଭାରତର ପ୍ରଧାନମନ୍ତ୍ରୀ କରିବା ପାଇଁ ଚାହୁଁଥିବା କହିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ହେବା ପାଇଁ ଜବାହାରଲାଲ ନେହେରୁ ନିଜ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଅଡି ବସିଥିଲେ । 

ଦଲାଇଲାମାଙ୍କ ଏହି ବୟାନକୁ ନେଇ ଦେଶର ରାଜନୀତି ସରଗରମ ହୋଇଥିଲା । ଅନେକ ରାଜନୈତିକ ଦଳ ଏହା ଉପରେ ଆପତି ପ୍ରକାଶ କରିଥିଲେ । ତେବେ କାର୍ଯ୍ୟକ୍ରମରେ ଏକ ପ୍ରଶ୍ନର ଉତର ଦେବାକୁ ଯାଇ ଦଲାଇଲାମା ଏହା କହିଥିଲେ । 

ଏହି ତିବ୍ଦତୀୟ ଗୁରୁଙ୍କ କହିବାନୁଯାୟୀ, ସାମନ୍ତ ବ୍ୟବସ୍ଥା ବଦଳରେ ଗଣତନ୍ତ୍ର ପ୍ରଣାଳୀ ବହୁତ ଭଲ । ସାମନ୍ତବାଦ ବ୍ୟବସ୍ଥାରେ କିଛି ବ୍ୟକ୍ତିଙ୍କ ହାତରେ ସମସ୍ତ କ୍ଷମତା ରହିଥାଏ । ଯାହା ବହୁତ ଭୟାନକ ହୋଇଥାଏ । ଯଦି ଭାରତ କଥା ଦେଖାଯାଏ ତେବେ ମହାତ୍ମା ଗାନ୍ଧି ଜିନ୍ନାଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଉଚ୍ଛୁକ ଥିଲେ କିନ୍ତୁ ପଣ୍ଡିତ ନେହେରୁ ଏହାକୁ ସ୍ୱୀକାର କରି ନଥିଲେ । 

ଏପରି କି ନିଜ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ନେହେରୁ ଭାରତର ପ୍ରଧାନମନ୍ତ୍ରୀ ହେବା ପାଇଁ ଚାହୁଁଥିବା କହିଥିଲେ ଦଲାଇଲାମା । ଯଦି ମହାତ୍ମା ଗାନ୍ଧିଙ୍କ ଇଚ୍ଛାକୁ ଗୁରୁତ୍ୱ ଦିଆଯାଇଥାନ୍ତା ତେବେ ଭାରତ ଏବଂ ପାକିସ୍ତାନ ଗୋଟିଏ ଦେଶ ହୋଇ ରହିଥାନ୍ତେ । ନେହୁରୁ ଜଣେ ବୁଦ୍ଧିମାନ ବ୍ୟକ୍ତି ହୋଇଥିଲେ ମଧ୍ୟ ବେଳେବେଳେ ଭୁଲ କରିଥାନ୍ତି ବୋଲି ଏହି ତିବ୍ଦତୀୟ ଧର୍ମଗୁରୁ କହିଥିଲେ । 

  • Tags:

Subscribe

National International State Sports Entertainment