ରେଓ୍ଵାଡ଼ି, ସେପ୍ଟେମ୍ବର୧୪(ଖବର ଓଡ଼ିଶା):
ହରିୟାଣାର ମହେନ୍ଦ୍ରଗଢ଼ ଜିଲ୍ଲାରେ ୧୯ ବର୍ଷୀୟ ଜଣେ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ ପରି ହୃଦୟକୁ ଦୋହଲାଇ ଦେବା ପରି ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ମୁତାବକ ମହେନ୍ଦ୍ରଗଢର କନିନାରେ ୩ ଜଣ ଯୁବକ ୧୯ ବର୍ଷୀୟ ଯୁବତୀଙ୍କୁ ଅପହରଣ କରି ବଳାତ୍କାର କରିଛନ୍ତି। ଗୁରୁବାର ଦିନ ପୋଲିସ ଏହାର ସୂଚନା ଦେଇଛି। ମାତ୍ର ଘଟଣାରେ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ। ସବୁଠୁ ବଡ଼ କଥା ଏହା ଯେ ପୀଡ଼ିତା ରାଜ୍ୟର ସିବିଏସଇ ଟପ୍ପର।
ପୋଲିସ କହିଛି ଯେ ଯୁବତୀଙ୍କୁ ଅଭିଯୁକ୍ତମାନେ ବୁଧବାର ଅପହରଣ କରିଥିଲେ। ସେହି ସମୟରେ ଯୁବତୀ କୋଚିଂ ପାଇଁ ଘରୁ ବାହାରୁଥିଲେ। ଘରୁ ବାହାରିବା ପରେ କିଛି ଦୂରରେ କାର ସହିତ ପ୍ରସ୍ତୁତ ହୋଇ ରହିଥିବା ଦୁର୍ବୃତ୍ତମାନେ ଯୁବତୀଙ୍କୁ ଲିଫ୍ଟ ଦେବା ପାଇଁ କହିଥିଲେ। ଯୁବତୀ ମଧ୍ୟ ଏଥିରେ ରାଜି ହୋଇଥିଲେ। କାରଣ ଅପରାଧୀମାନେ ଯୁବତୀଙ୍କ ଗାଁର ଥିଲେ ଏବଂ ସେ ଉକ୍ତ ଯୁବକଙ୍କୁ ମଧ୍ୟ ଜାଣିଥିଲେ। ଅଭିଯୁକ୍ତିମାନେ ଯୁବତୀଙ୍କୁ ଲିଫ୍ଟ ଦେଇ ଏକ ଶୂନଶାନ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ସେମାନେ ଯୁବତୀଙ୍କୁ ପାନୀୟ ଜଳରେ ନିଶା ପଦାର୍ଥ ଦେଇ ଗଣବଳାତ୍କାର କରିଥିଲେ।
ଏଡିଜିପି ଏଏସ ଚାଓ୍ଵାଲା କହିଛନ୍ତି ଯେ ଯୁବତୀଙ୍କ ଅଭିଯୋଗ ମୁତାବକ ତାଙ୍କ ଗାଁର ଦୁଇ ଜଣ ଯୁବକ ତାଙ୍କୁ ଅପହରଣ କରି ନିକଟସ୍ଥ ଏକ ଶୂନଶାନ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ଅଭିଯୁକ୍ତମାନେ ଯୁବତୀଙ୍କୁ କିଛି ପିଇବାକୁ ଦେବା ପରେ ସେ ବେହୋସ ହୋଇ ପଡିଥିଲେ। ଏହା ପରେ ତାଙ୍କୁ କିଛି ମନେ ନାହିଁ। ଯେବେ ହୋସ ଆସିଲା ସେଠାରେ ଯୁବତୀଙ୍କ ପାଖରେ ଜଣେ ଯୁବକ ଥିଲା। ଉକ୍ତ ଯୁବକ ଯୁବତୀଙ୍କ ଅଭିଭାବକଙ୍କୁ କଲ କରି ଘରେ ଛାଡ଼ିଥିଲେ। ଏହି ମାମଲାରେ ପୋଲିସ ୩ ଜଣ ଲୋକଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି।