ଅମିରଙ୍କ କ୍ୟାରିୟର ବ୍ଲକବଷ୍ଟର ସିନେମା ଠଗସ ଅଫ ହିନ୍ଦୋସ୍ଥାନ, ୫ମ ରେକର୍ଡ ସହ ପ୍ରଥମ ଦିନର ଆୟ ୫୨ କୋଟି
Khabar Odisha:aamir-khan-reaction-on-thugs-of-hindostan-first-day-massive-box-office-collection
ମୁମ୍ବାଇ, ନଭେମ୍ବର ୯, (ଖବର ଓଡିଶା)

 ଅମିର ଖାନଙ୍କ ବହୁ ଚର୍ଚ୍ଚିତ ସିନେମା ଠଗସ ଅଫ ହିନ୍ଦୋସ୍ଥାନ ରିଲିଜ ହେବା ଦିନରୁ ଇତିହାସ ସୃଷ୍ଟି କରିଛି । ଦର୍ଶକଙ୍କ କଟୁ ମନ୍ତବ୍ୟ ଓ ସମୀକ୍ଷକଙ୍କ ମନ୍ତବ୍ୟ ପରେ ମଧ୍ୟ ଏହି ସିନେମା ପ୍ରଥମ ଦିନରେ ୫୨.୨୫ କୋଟି ଟଙ୍କା ଆୟ କରିଛି । ଠଗସ ଅଫ ହିନ୍ଦୋସ୍ଥାନର ବ୍ୟବସାୟ ମାମଲାରେ ଅନେକ ରେକର୍ଡ ଭାଙ୍ଗିଛି । ଏହି ସିନେମା ଟି ହାଇଏଷ୍ଟ ଓପନର ମୁଭି ହେବା ପରେ ଅମିର ଖାନଙ୍କ ପତିକ୍ରିୟା ସାମନାକୁ ଆସିଛି । 

ସିନେମାଟିର ଆୟରେ ଖୁସି ହୋଇ ଅମିର ଖାନ କହିଛନ୍ତି କି, ଠଗସ ଅଫ ହିନ୍ଦୋସ୍ଥାନର ପ୍ରଥମ ଦିନର କଲେକ୍ସନକ ଜଣାପଡିବା ପରେ ମୁଁ ଦର୍ଶକଙ୍କ ଭଲ ପାଇବା ଓ ସ୍ନେହ ପାଇଁ ବିନମ୍ର ଅଟେ । 

ଠଗସ ଅଫ ହିନ୍ଦୋସ୍ଥାନର ରେକର୍ଡ

ଭାରତରେ ପ୍ରାୟ ୫୦୦୦ ରୁ ଅଧିକ ସ୍କ୍ରିନରେ ରିଲିଜ ହୋଇଛି ଠଗସ ଅଫ ହିନ୍ଦୋସ୍ଥାନ

ଦୀପାବଳିରେ ରିଲିଜ ହୋଇଥିବା ପ୍ରଥମ ଦିନରେ ଅଧିକ ଆୟ କରିଥିବାର ରେକର୍ଡ

ୟଶରାଜ ଫିଲ୍ମର ପ୍ରଥମ ଦିନରେ ସବୁଠାରୁ ଅଧିକ ଆୟ କରିଥିବା ସିନେମା

ଓପନିଂ ଡେରେ ସବୁଠାରୁ ଅଧିକ ଆୟ କରିଥିବା ସିନେମା 

ପ୍ରଥମ ଦିନରେ ଏହି ସବୁ ସିନେମାକୁ ପଛରେ ପକାଇଲା ଠଗସ ଅଫ ହିନ୍ଦୋସ୍ଥାନ । ସଞ୍ଜୁ ପ୍ରଥମ ଦିନରେ ୩୪.୭୫ କୋଟ, ରେସ-୩ ପ୍ରଥମ ଦିନରେ ୨୯.୨୫ କୋଟି, ଗୋଲ୍ଡ ପ୍ରଥମ ଦିନରେ ୨୫.୨୫ କୋଟି , ବାଗୀ-୨ ୨୫.୧୦ କୋଟି ।  

Subscribe

National International State Sports Entertainment