ମଂଚ ଉପରେ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗିଲେ ଯୁବକ
Khabar Odisha:a-young-man-threw-slipper-on-chief-minister-nitish-kumar-in-patna
ପାଟନା, ଅକ୍ଟୋବର ୧୧(ଖବର ଓଡିଶା):

ବିହାର ରାଜଧାନୀ ପାଟନାର ଏକ ସଭାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରକୁ ଜଣେ ଯୁବକ ଚପଲ ମାଡ କରିଛି । ଏହା ପରେ ସେ ସଂରକ୍ଷଣ ବିରୋଧରେ ନାରାବାଜି କରିଥିଲେ । ଘଟଣାରେ ଉତକ୍ଷିପ୍ତ ସେଠାରେ ଉପସ୍ଥିତ ଜେଡିୟୁ କର୍ମୀ ଯୁବକଙ୍କୁ ମାଡ ମାରି ପୋଲିସରେ ଦେଇଛନ୍ତି । 

ଏହି ଘଟଣା ଆଜି ଦିନ ୧୨ଟା ୩୦ ସମୟରେ ଘଟିଛି । ଜେଡିୟୁର ଏକ ଛାତ୍ର ସମାବେଶକୁ ଉଦବୋଧନ ଦେବା ପାଇଁ ନୀତିଶ ମଂଚରେ ପହଁଚିଥିବା ସମୟରେ ଚନ୍ଦନ ତିଓାରୀ ନାମକ ଯୁବକ ତାଙ୍କୁ ଜୋତା ଫିଙ୍ଗିଥିଲେ । ଏହାପରେ ତୁରନ୍ତ ସୁରକ୍ଷାକର୍ମୀମାନେ ନୀତିଶଙ୍କୁ ଘେରି ଯାଇଥିଲେ । ଏବଂ ଯୁବକ କର୍ମୀଙ୍କ ମାଡର ଶିକାର ହୋଇଥିଲେ । ଏହି ଦୁର୍ଘଟଣା ପରେ ନୀତିଶଙ୍କ ସୁରକ୍ଷାରେ ଢିଲା ହୋଇଥିବା ଜଣାପଡିଛି ।   

କୁହାଯାଉଛି କି, ଚନ୍ଦନ ଔରଙ୍ଗାବାଦ ଅଂଚଳର ବାସିନ୍ଦା । ସେ ସବର୍ଣ୍ଣ ସେନାର ଜଣେ ସଦସ୍ୟ । ପୂର୍ବରୁ ଆରକ୍ଷଣକୁ ବିରୋଧ କରି ବିହାର ଯୁବକଙ୍କ ଭବିଷ୍ୟତ ଏବଂ ରୋଜଗାର ସହ ନୀତିଶ ଖେଳୁଥିବା  ସେ ଅଭିଯୋଗ କରିଛନ୍ତି ।

  • Tags:

Subscribe

National International State Sports Entertainment