୬ଟି ଉପାୟ ଯୋଗୁଁ ପୁଣି କ୍ଷମତାକୁ ଫେରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ!
Khabar Odisha:The-pre-election-perks-that-could-push-Modi-closer-to-2019-finish-line

ନୂଆଦିଲ୍ଲୀ, ଜାନୁଆରୀ ୧୨ (ଖବର ଓଡ଼ିଶା): ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ଚାଷୀ, କ୍ଷୁଦ୍ର ବ୍ୟବସାୟୀ ଓ ଗରୀବଙ୍କ ପାଇଁ ନିକଟରେ ଅନେକ ଘୋଷଣା କରିଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସାଧାରଣ ଜନତାଙ୍କୁ ସୂଚନା ମାଧ୍ୟମରେ କହିଛନ୍ତି, ମୋଦୀଙ୍କ ଦ୍ୱାରା କରାଯାଇଥିବା ଘୋଷଣା ବିକାଶ ଓ ପରିବର୍ତ୍ତନ ପାଇ ଉଦ୍ଦିଷ୍ଟ । ସେ କହିଛନ୍ତି, ବିଜୟ ଅଥବା ପରାଜୟ ସାଧାରଣ ଜନତା ନିର୍ଦ୍ଧାରଣ କରିବେ । ଆମେ ଆଶା କରୁଛୁ ଯେ, ଯେତେବେଳେ ନିର୍ବାଚନ ହେବ ଦେଶର ସାଧାରଣ ଜନତା ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ମହାମେଣ୍ଟକୁ ବହୁମତ ଦେବେ । ନିମ୍ନ ଲିଖିତ କାରଣ ଯୋଗୁଁ ଆଗାମୀ ଲୋକସଭା ନିର୍ବାଚନରେ ମୋଦୀ ବିଜୟୀ ହେବାର ଆଶା ଦେଖାଯାଉଛି । 

ଖୁଦ୍ର ବ୍ୟବସାୟୀଙ୍କୁ ସହାୟତା: 

କେନ୍ଦ୍ର ସରକାର ଜାନୁଆରୀ ୧୦ରେ ନ୍ୟାସନାଲ ସେଲ୍ସ ଟ୍ୟାକ୍ସ ନିୟମ ପରିବର୍ତ୍ତନ କରିଥିବା ଘୋଷଣା କରିଛନ୍ତି । ଏହା ଦ୍ୱାରା ୨୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ପରିଷୋଧ କରିବାରୁ ମୁକ୍ତି ମିଳିବ । ସରକାର ବାର୍ଷିକ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟର୍ଣ୍ଣ ଓଭର କରୁଥିବା ବ୍ୟବସାୟୀଙ୍କୁ ଜିଏସଟି ଛାଡ଼ କରୁଛନ୍ତି ।

ଚାଷୀଙ୍କୁ ସହାୟତା:

ସରକାରୀ ସୂତ୍ର ଅନୁସାରେ ମୋଦୀ ସରକାର ଫସଲର ଦର କମ କାରଣରୁ କ୍ଷତି ସହିଥିବା ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କରିବାକୁ ବିକଳ୍ପ ଚିନ୍ତା କରୁଛନ୍ତି ।  ଏଥି ପାଇଁ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । 

ଚାକିରିରେ ସଂରକ୍ଷଣ: 

ସଂସଦରେ ବୁଧବାର ଐତିହାସିକ ବିଧେୟକ ପାରିତ ହୋଇଛି, ଯେଉଁଥିରେ ଗରିବ ସାଧାରଣ ବର୍ଗର ଲୋକଙ୍କୁ ଚାକିରି କ୍ଷେତ୍ରରେ୧୦ ପ୍ରତିଶତ ସଂରକ୍ଷଣ ମିଳିବ । ବାର୍ଷିକ ୮ ଲକ୍ଷ ଟଙ୍କାରୁ କମ ରୋଜଗାର କରୁଥିବା ଏବଂ ୫ ଏକରରୁ କମ ଜମି ଥିବା ସାଧାରଣ ବର୍ଗର ପରିବାରକୁ ଏହି ସୁବିଧା ମିଳିବ । 

ପିଆଜ ଚାଷୀଙ୍କୁ ସହାୟତା:

ପିଆଜ ଦର କମିବା ଫଳରେ ଚାଷୀ ଆର୍ଥିକ କ୍ଷତି ସହିଛନ୍ତି । କେନ୍ଦ୍ର ସରକାର ଡିସେମ୍ବର ୨୮ରେ ପିଆଜ ଚାଷୀଙ୍କୁ ରପ୍ତାନୀ ପ୍ରୋତ୍ସାହନ ୨ ଗୁଣ କରି ୧୦ ପ୍ରତିଶତ କରି ଦେଇଛନ୍ତି । 

ଇ-କମର୍ସ ନୂଆ ନିୟମ:

ସରକାର ଗତ ବର୍ଷ ଡିସେମ୍ବର ୨୬ରେ ଏଫଡିଆଇର ନୂଆ ନିୟମ ଆଣିଛନ୍ତି । ଏହି ଆଇନ ଯୋଗୁଁ ଆମାଜନ ଏବଂ ଫ୍ଲିପକାର୍ଟ ଭଳି ଇ-କମର୍ସ କମ୍ପାନୀ ନିଜର ଅଂଶଧାରୀ କଂପାନୀର ଜିନିଷ ନିଜର ପ୍ଲାଟଫର୍ମରେ ବିକ୍ରି କରିପାରିବେ ନାହିଁ । 

ବିକ୍ରି କର ହ୍ରାସ:

ବର୍ଷ ୨୦୧୮ ଡିସେମ୍ବର ୨୨ରେ କେନ୍ଦ୍ର ସରକାର ୨୦ଟି ଜିନିଷ ଉପରୁୁ ବିକ୍ରି କର ହ୍ରାସ କରିଛନ୍ତି । ଏଥିରେ ଟେଲିଭିଜନ, ବ୍ୟାଟେରୀ ଓ ସିନେମା ଟିକେଟ ସାମିଲ ଅଛି । 

 

  • Tags:

Subscribe

National International State Sports Entertainment