ନୂଆଦିଲ୍ଲୀ: ଜାନୁଆରୀ ୨୬ ଯୋଗୁଁ ଚଳାଚଳ ପ୍ରଭାବିତ ହେବ ୧୦୦୦ ବିମାନ
Khabar Odisha:One-thousand-flights-to-be-affected-due-to-26th-January

ନୂଆଦିଲ୍ଲୀ, ଜାନୁଆରୀ ୧୨ (ଖବର ଓଡ଼ିଶା): ଆଗାମୀ ସାଧାରଣତନ୍ତ୍ର ଦିବସ ଅବସରରେ ହେବାକୁ ଥିବା ଏୟାର ଶୋ’ କାରଣରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପରିଚାଳିତ ହେଉଥିବା ୧୦୦୦ ବିମାନ ପ୍ରଭାବିତ ହୋଇପାରେ । କାରଣ ଏଥିରୁ କିଛି ବିମାନକୁ ବାତିଲ କରାଯାଉଥିବା ବେଳେ ଅନ୍ୟ କିଛି ବିମାନଗୁଡ଼ିକୁ ବିଳମ୍ବରେ ଅଥବା ଅନ୍ୟ ସମୟରେ ପରିଚାଳନା କରାଯାଇପାରେ । ସେହିଭଳି ଜାନୁଆରୀ ୧୮ ରୁ ୨୬ ମଧ୍ୟରେ ପ୍ରତ୍ୟେକ ଦିନ ୧୦୦ ମିନିଟ ପର୍ଯ୍ୟନ୍ତ ଟ୍ରାଫିକ ବନ୍ଦ କରାଯାଉଥିବାରୁ ମଧ୍ୟ ବିମାନ ପରିଚାଳନରେ ବାଧା ପହଂଚିପାରେ । କୁହାଯାଉଛି ଯେ ବାୟୁସେନା ଏବଂ ଅନ୍ୟ ସମ୍ବନ୍ଧିତ ସଂସ୍ଥା ତରଫରୁ ଦିଲ୍ଲୀ ବିମାନବନ୍ଦରକୁ ଯୋଡୁଥିବା ବିମାନ କମ୍ପାନୀ ଗୁଡ଼ିକୁ ସୂଚନା ଦିଆଯାଇଛି । 

ବିମାନବନ୍ଦର ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଆଇଜିଆଇ ବିମାନ ବନ୍ଦରକୁ ଜାନୁଆରୀ ୧୮ ରୁ ୨୬ ମଧ୍ୟରେ ପ୍ରତିଦିନ ସକାଳ ୧୦ଟା ୩୫ ଠାରୁ ଅପରାହ୍ନ ୧୨ଟା ୩୫ ପର୍ଯ୍ୟନ୍ତ ବନ୍ଦ ରଖାଯିବାକୁ ଆଦେଶ ଦିଆଯାଇଛି । ଅର୍ଥାତ ଏହି ସମୟରେ ଆଇଜିଆଇ ବିମାନ ବନ୍ଦରରେ କୌଣସି ବିମାନ ଅବତରଣ ଅଥବା ଯାଇ ପାରିବ ନାହିଁ । ଏହି ସମୟକୁ ବିମାନ ବନ୍ଦରର ବିଶ୍ରାମ ସମୟ ଭାବରେ ବ୍ୟବହାର କରାଯିବ । ସାଧାରଣତଃ ଏହି ସମୟ ମଧ୍ୟରେ ଏଠାରେ ୬୫ରୁ ୭୦ ବିମାନ ଅବତରଣ ଏବଂ ଟେକ ଓଭର କରିଥାଏ । 

ଆଇଜିଆଇ ବିମାନ ବନ୍ଦରର ଜଣେ ଅଧିକାରୀ କହିଛନ୍ତି, ଏହା ପ୍ରତିବର୍ଷ କରାଯାଇଥାଏ । ଏଥିପାଇଁ ଏହି ସମୟରେ ଯେତେଗୁଡ଼ିଏ ବିମାନ ମୁଭମେଣ୍ଟ ହୋଇଥାଏ, ଯାତ୍ରୀଙ୍କୁ ପୂର୍ବରୁ ସୂଚନା ଦିଆଯାଇ ଥାଏ । ପୁଣି ଏହି ହିସାବରେ ବିମାନ କମ୍ପାନୀମାନେ ନିଜ ନିଜ ବିମାନକୁ ନିଜ ସୁବିଧାରେ ପରିଚାଳନା କରିଥାନ୍ତି । ମାତ୍ର ଏହା ପରେ ବି କିଛି ବିମାନକୁ ବାତିଲ କରିବାକୁ ପଡ଼ିଥାଏ । 

 

  • Tags:

Subscribe

National International State Sports Entertainment