ଜମ୍ମୁ କଶ୍ମୀର: ହନ୍ଦୱାଡାରେ ଏନକାଉଣ୍ଟର ଜାରି, ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ
Khabar Odisha:JK-Encounter-in-Jammu-Kashmir-Internet-service-shutdown

ଶ୍ରୀନଗର, ଅକ୍ଟୋବର ୧୧ (ଖବର ଓଡ଼ିଶା): କିଛି ଦିନର ନିରବତା ପରେ ଜମ୍ମୁ କଶ୍ମୀରରେ ଗୁରୁବାର ସକାଳୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ କୁପୱାଡା ଜିଲ୍ଲା ହନ୍ଦୱାଡା ନିକଟସ୍ଥ ସାଟଗୁଣ୍ଡ ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ରହିଥିବା ସଂପର୍କରେ ସୁରକ୍ଷାବାହିନୀକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହା ପରେ ସୁରକ୍ଷାକମୀମାନେ ଘଟଣାସ୍ଥଳକୁ ଯାଇ ଏନକାଉଣ୍ଟର କରିଛନ୍ତି ।

ରିପୋର୍ଟ ଲେଖାଯିବା ବେଳକୁ ଏନକାଉଣ୍ଟର ଜାରି ରହିଥିବା ବେଳେ ଇଣ୍ଟରନେଟ ସେବା ସଂପୂର୍ଣ୍ଣ ରୂପେ ବାତିଲ କରି ଦିଆଯାଇଛି । ଦୁଇ ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରାଯାଉଛି । ଜମ୍ମୁକଶ୍ମୀରରେ ପୌରପରିଷଦ ନିର୍ବାଚନ ଆରମ୍ଭ ହୋଇଯାଇଥିବା ବେଳେ, ଆତଙ୍କବାଦୀମାନେ ବଡ଼ ଧରଣର କ୍ଷୟକ୍ଷତି ଘଟାଇ ପାରନ୍ତି । 

 

  • Tags:

Subscribe

National International State Sports Entertainment