ଇସ୍ରୋ ଗୁପ୍ତଚର ମାମଲାରେ ନିର୍ଦ୍ଦୋଷ ପ୍ରମାଣିତ ହେଲେ ବୈଜ୍ଞାନିକ ନମ୍ବୀ ନାରାୟଣନ, ପାଇବେ ୫୦ ଲକ୍ଷ କ୍ଷତିପୂରଣ
Khabar Odisha:ISRO-Spy-Case-Supreme-Court-Orders-To-Give-50-Lakh-Compensation-To-Scientist
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୪, (ଖବର ଓଡିଶା)

 ଉଚ୍ଚତମ ନ୍ୟାୟାଳୟ ଶୁକ୍ରବାର ୧୯୯୪ ମସିହାର ଏକ ଗୁପ୍ତଚର ସମ୍ବନ୍ଧୀୟ ମାମଲାରେ ବିଚାର କରି କହିଛନ୍ତ କି, ଇସ୍ରୋର ପୂର୍ବ ବୈଜ୍ଞାନିକ ନମ୍ବୀ ନାରାୟଣଙ୍କୁ ବିନା କାରଣରେ ଗିରଫ କରିବା ଏବଂ ତାଙ୍କୁ ସମସ୍ୟାରେ ପକାଇବା ଓ ମାନସିକଭାବେ ନିର୍ଯ୍ୟାତନା ଦେବା ଘଟଣାରେ ଜଡିତ ଥିବା ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ । ଏହା ସହିତ କେରଳର ପୋଲିସ ଅଧିକାରୀଙ୍କୁ ଭୂମିକାକୁ ତଦନ୍ତ କରିବା ପାଇଁ ମଧ୍ୟ ଆଦେଶ ଦେଇଛନ୍ତି । 

ପ୍ରଧାନ ନ୍ୟାୟଧିଶ ଦୀପକ ମିଶ୍ରାଙ୍କ ଏକ ଖଣ୍ଡପୀଠ ମାମଲାରେ ମାନସିକ ନିର୍ଯ୍ୟାତନାର ଶିକାର ହୋଇଥିବା ୭୬ ବର୍ଷୀୟ ନାରାୟଣଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୁରଣ ଦେବାକୁ କହିଛନ୍ତି । ଏହି ପୀଠ ନ୍ୟୟମୂର୍ତୀ ଏ ଏନ ଖାନବିଲକର ଓ ନ୍ୟାୟମୂର୍ତୀ ଡି. ୱାଇ ଚନ୍ଦ୍ରଚୂଡ ମଧ୍ୟ ସାମିଲ ଅଛନ୍ତି । 

ଏହି ପୀଠ ଗୁପ୍ତଚର ମାମଲାରେ ନାରାୟଣନଙ୍କୁ ଫସାଇଥିବା ମାମଲାର ତଦନ୍ତ କରିବାକୁ ଉଚ୍ଚତମ ନ୍ୟାୟାଳୟର ପୂର୍ବ ନ୍ୟାୟମୂର୍ତୀ ଡି କେ ଜୈନଙ୍କ ଅଧ୍ୟକ୍ଷତାରେ ତିନି ସଦ୍ୟସ ପ୍ୟାନେଲ ମଧ୍ୟ ଗଠନ କରିଛନ୍ତି । ନାରାୟଣନ କେରଳର ନ୍ୟାୟାଳୟର ଆଦେଶ ବିରୁଦ୍ଧରେ ଉଚ୍ଚତମ ନ୍ୟାୟାଳୟକୁ ଜଣାଇଥିଲେ । ଯେଉଁଥିରେ କୁହାଯାଇଥିଲା କି, ପୂର୍ବ ଡିଜିପି ଓ ପୋଲିସର ଦୁଇ ସେବା ନିବୃତ ଅଧିକାରୀଙ୍କ ବିରୋଧରେ କୌଣସୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ନାହିଁ । ଏହି ଦୁଇ ଜଣଙ୍କୁ ପରେ ସିବିଆଇ ବୈଜ୍ଞାନିକଙ୍କୁ ବେଆଇନ ଭାବେ ଗିରଫ କରବା ପାଇଁ ଦାୟୀ କରିଛନ୍ତି ।

୧୯୯୪ରେ ପୋଲିସ ଦାବି କରିଥିଲା କି , ବୈଜ୍ଞାନିକ ନାରାୟଣନ କିଛି ଗୁପ୍ତ କାଗଜପତ୍ର ପାକିସ୍ତାନକୁ ଦେଇଛନ୍ତି । କିନ୍ତୁ ତଦନ୍ତ ପରେ ସିବିଆଇ ଏହି ଅଭିଯୋଗକୁ ମିଥ୍ୟା ବୋଲି ପ୍ରମାଣିତ କରିଥିଲା । ଏହା ପରେ ମଧ୍ୟ ଦ୍ୱିତୀୟ ଥର ତଦନ୍ତ କରିବାକୁ ଆଦେଶ ଦିଆଯାଇଥିଲା । କିନ୍ତୁ ୧୯୯୮ରେ ସୁପ୍ରିମ କୋର୍ଟ ଏହି ମାମଲାକୁ ରଦ୍ଦ କରିଦେଇଥିଲା । ଏହା ପରେ ନାରାୟଣନ ରାଷ୍ଟ୍ରୀୟ ମାନବଧିକାର ଆୟୋଗଙ୍କ ପାଖରେ ପହଂଚି ଥିଲେ । ଆୟୋଗ ତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆଦେଶ ଦେଇଥିଲା । କିନ୍ତୁ ଏଥିରେ ସେ ସନ୍ତୁଷ୍ଟ ନ ହୋଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । କୋର୍ଟ ନିଷ୍ପତି ପରେ ତାଙ୍କୁ ୫୦ ଲକ୍ଷ କ୍ଷତିପୂରଣ ଦିଆଯିବାକୁ ନର୍ଦ୍ଦେଶ ଦିଆଯାଇଛି । 

  • Tags:

Subscribe

National International State Sports Entertainment