ଗୁଜୁରାଟ ହିଂସା, ମୁଖ୍ୟ ସଚିବ ଓ ଡିଜିପିଙ୍କୁ ମାନବାଧିକାର ଆୟୋଗ ନୋଟିସ ଜାରି କରି ମାଗିଛି ଜବାବ
Khabar Odisha:Gujarat-Violence-Notice-Of-Human-Rights-Commission-To-Chief-Secretary-And-DGP
ନୂଆଦିଲ୍ଲୀ, ଅକ୍ଟୋବର ୧୧, (ଖବର ଓଡଶା)

ଗୁଜୁରାଟ ରାଜ୍ୟ ମନବାଧିକାର ଆୟୋଗ ବୁଧବାର ଦିନ ଉତର ଭାରତୀୟଙ୍କ ଉପରେ ଆକ୍ରମଣ ଓ ପଳାୟନର ଘଟଣା ପରେ ମୁଖ୍ୟ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରିଛନ୍ତି । ଆୟୋଗ ୨୦ ଦିନ ଭିତରେ  ଜବାବ ଦେବାକୁ କହିଛନ୍ତି । ଆୟୋଗଙ୍କ ଅଧ୍ୟକ୍ଷା ଜଷ୍ଟିସ(ଅବସର ପ୍ରାପ୍ତ) ଅଭିଳାଷା କୁମାରୀ କହିଛନ୍ତି କି ଉତର ଭାରତୀୟଙ୍କ ବିରୁଦ୍ଧରେ ହିଂସା ବଢିଚାଲିଛି । ସେମାନଙ୍କୁ ଧମକ ସହ ମାର ପିଟ ମଧ୍ୟ କରାଯାଉଛି । 

ଆୟୋଗ ମୁଖ୍ୟ ସଚିବ ଜେଏନ ସିଂହ ଓ ଡିଜିପି ଶିବାନନ୍ଦ ଝା ଏହି ବୟାନ ପାଇଁ କହିଛନ୍ତି କି, ସେ ରାଜ୍ୟରେ ଶାନ୍ତି ଶୃଙ୍ଖଳା ରଖିବା ପାଇଁ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କି ପଦକ୍ଷେପ ଉଠାଇଛନ୍ତି । 

ସିପିଆଇ(ଏମ) ଗୁଜୁରାଟରେ ଉତର ଭାରତୀୟଙ୍କ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରଛି । ପାର୍ଟିର ମହାସଚିବ ସିତାରାମ ୟେଚୁରୀ କହିଛନ୍ତି କି, ଗୁଜୁରାଟ ହିଂସା ଖରାପ ଅବସ୍ଥାକୁ ସଙ୍କେତ କରୁଛି । ହିଂସା, ଘୃଣା ଓ ମାରପିଟରୁ ବେକାରୀ ସମସ୍ୟା ଓ ଆର୍ôଥକ ସମସ୍ୟାର ସମାଧାନ ହୋଇପାରିବ ନାହିଁ । ଦଳର କେନ୍ଦ୍ରୀୟ ସମିତି ବୟାନରେ କହିଛି କି, ହିଂସାର କାରଣରୁ ହଜାର ହଜାର କର୍ମଚାରୀମାନେ ଓ ତାଙ୍କ ପରିବାର ଜୀବନ ବଂଚାଇବା ପାଇଁ ପଳାୟନ କରିବାକୁ ପଡୁଛି । ଗୁଜୁରାଟର ଭାଜପା ସରକାର ହିଂସାକୁ ଅଟକାଇବା ବଦଳରେ ଏହାକୁ ବଢାଉଛନ୍ତି । 

Subscribe

National International State Sports Entertainment