କଟକଣା ପରେ ବି ଦିଲ୍ଲୀ-ଏନସିଆରରେ ଫୁଟିଲା ୫୦ ଲକ୍ଷ କିଲୋରୁ ଅଧିକ ବାଣ
Khabar Odisha:Even-after-ban-Delhi-NCR-fired-50-lakh-kilogram-of-firecrackers

ନୂଆଦିଲ୍ଲୀ, ନଭେମ୍ବର ୦୯ (ଖବର ଓଡ଼ିଶା): ଆଲୋକର ପର୍ବ ‘ଦୀପାବଳି’ ୨ ଦିନ ପୂର୍ବରୁ ଶେଷ ହୋଇ ଯାଇଛି ସତ କିନ୍ତୁ ତା’ ପୂର୍ବରୁ ଜାତୀୟ ରାଜଧାନୀର ଆକାଶ ପୂର୍ବାପେକ୍ଷା ଅଧିକ ବିଷାକ୍ତ ହୋଇ ଯାଇଛି । ସୁପ୍ରିମକୋର୍ଟଙ୍କ କଟକଣା ଜାରି ପରେ ବି ଦୀପାବିଳି ରାତିରେ ଦିଲ୍ଲୀରେ ୫୦ ଲକ୍ଷ କିଲୋରୁ ଅଧିକ ବାଣ ଫୁଟିଛି । ଏହାର ଫଳ ହେଉଛି ରାତି ୧ଟା ବେଳକୁ ପ୍ରଦଷଣ ସ୍ତର ଖରାପ ସ୍ତରକୁ ପହଞ୍ଚି ସାରିଥିଲା । କିଛି ସ୍ଥାନରେ ପ୍ରଦୂଷଣ ସ୍ତର ୨୫୦୦ ପର୍ଯ୍ୟନ୍ତ ପହଞ୍ଚି ସାରିଥିଲା, ଯାହାକି ୬୦ରୁ ଅଧିକ ହେବା କଥା ନୁହେଁ । 

ଦିଲ୍ଲୀ ସରକାରଙ୍କ ତଥ୍ୟ କହୁଛି, ବାଣ ଯୋଗୁଁ ଦୀପାବଳିରେ ଦିଲ୍ଲୀର ବାୟୁମଣ୍ଡଳ ୨୦୧୭ ମୁକାବିଲାରେ ଅଧିକ ବିଷାକ୍ତ ହୋଇ ଯାଇଛି । ପିଏମ ୧୦, କାର୍ବନ ମୋନୋଅକସାଇଡ ଓ ପୂରା ଅନ୍ୟ ବିଷାକ୍ତ ଗ୍ୟାସ ଗତ ବର୍ଷ ତୁଳନାରେ ଅଧିକ ବ୍ୟାପିଛି । ସନ୍ଧ୍ୟା ନଇବା ପରେ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ବାଣ ଫୁଟିଥିଲା । ନିୟମ ଉଲଂଘନକାରୀଙ୍କ ବିରୋଧରେ ପୋଲିସ ୫୬୨ଟି ମାମଲା ରୁଜୁ କରିଛି । 

ତଥ୍ୟ ଅନୁସାରେ ଭଜୀରପୁରରେ ସର୍ବାଧିକ ପ୍ରଦୂଷଣ ମାତ୍ରା ରହିଛି । ଏଠାରେ ପ୍ରଦୂଷଣ ସ୍ତର ୪୬୮୦ ପର୍ଯ୍ୟନ୍ତ ପହଞ୍ଚିଛି । ଏହା ସାଧାରଣ ଠାରୁ ୭୭ ଗୁଣ ଅଧିକ । ପିଏମ ୧୦ର ସ୍ତର ଜାହାଙ୍ଗୀରପୁରରେ ରାତି ୧୧ଟା ବେଳକୁ ୪୫୦୦ ଏମଜିଜସଏମ ଅତିକ୍ରମ କରି ସାରିଥିଲା । ନଜଫଗଢ଼ ଏଥର ଉଦାହରଣ ସୃଷ୍ଟି କରିଛି । ରାତି ୧ଟା ବେଳକୁ ଏଠାରେ ପ୍ରଦୂଷଣ ସ୍ତର ୨୬୩ ଏମଜିସିଏମ ଓ ପିଏମ ୨.୫ ସ୍ତର ୧୯୧ ଏମଜିସିଏ ପୟହଞ୍ଚିଛି । କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡର ଜଣେ ଅଧିକାରୀ କହିଛନ୍ତି, ସନ୍ଧ୍ୟା ୭ଟାରୁ ରାତି ୧୨ ଟା ପର୍ଯ୍ୟନ୍ତ ଦିଲ୍ଲୀ-ଏନସିଆରରେ ଆନୁମାନିକ ୫୦ ଲକ୍ଷ କିଲୋ ବାଣ ଫୁଟାଯାଇଛି । 


 

  • Tags:

Subscribe

National International State Sports Entertainment