ଦିଲ୍ଲୀ ସରକାରୀ ସ୍କୁଲରେ ୨ୟ ଶେଣ୍ରୀ ଛାତ୍ରୀ ସହିତ ଦୁର୍ଷ୍କମ
Khabar Odisha:Delhi-Police-Arrested-A-Man-Charges-Of-Sexually-Assaulting-A-Student-At-A-Government-School
ନୂଆଦିଲ୍ଳୀ, ଅଗଷ୍ଟ ୧୦, (ଖବର ଓଡିଶା)

 ଆଉ ଥରେ ପୁଣି ଦେଶର ରାଜଧାନୀ ଦିଲ୍ଲୀରେ ଲଜ୍ଜାଜନକ ଘଟଣା ଘଟିଛି । ସରକାରୀ ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କ ସହିତ ଦୁର୍ଷ୍କମ କରାଯାଇଛି । ସ୍କୁଲର କର୍ମଚାରୀ ଉପରେ ଏଭଳି ଅମାନୁଷିକ କାର୍ଯ୍ୟ କରିଥିବାର ଅଭିଯୋଗ ଲଗାଯାଇଛି । 

ଏହି ଘଟଣା ଦିଲ୍ଳୀର ମନ୍ଦିର ମାର୍ଗ ଅଂଚଳରେ ଘଟିଛି । ଗୋଲ ମାର୍କେଟ ନିକଟରେ ଥିବା ସରକାରୀ ସ୍କୁଲରେ ପଢୁଥିବା ଦ୍ୱିତୀୟ ଶ୍ରେୀଣୀର ଛାତ୍ରୀଙ୍କୁ ଦୁର୍ଷ୍କମ କରାଯାଇଥିବା ଘଟଣା ସାମନାକୁ ଆସିଛି । ଦୁର୍ଷ୍କମ କରିଥିବା ବ୍ୟକ୍ତି ସ୍କୁଲର କର୍ମଚାରୀ ବୋଲି କୁହାଯାଉଛି । 

ମିଳିଥିବା ସୂଚନା ଅନୁଯାୟୀ, ସେହି ସ୍କୁଲରେ ଇଲେକ୍ଟ୍ରିସିଆନ ଭାବେ କାମ କରୁଥିବା କର୍ମଚାରୀ ଛାତ୍ରୀଙ୍କ ମୁହଁ ବନ୍ଦ କରି ପମ୍ପ ପାଖକୁ ନେଇଯାଇଥିଲା । ଏହା ପରେ ଅଭିଯୁକ୍ତ ଏହି ଘୃଣ୍ୟ କାମ କରିଥିଲା  । ଗୁରୁବାର ଏହି ଘଟଣାଟି ଘଟିଥିଲା । ସୂଚନାଯୋଗ୍ୟ କି ଏହି ୱାଟର ପମ୍ପ ମଧ୍ୟ ଏନଡିଏମସିର ଅଟେ । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । 

ପୋଲିସର କହିବା ଅନୁଯାୟୀ, ପୀଡିତା ଛାତ୍ରୀ ଦିଲ୍ଲୀର ମନ୍ଦିର ମାର୍ଗ ସ୍ଥିତ ଏକ ଗାର୍ଲ ସ୍କୁଲର ଦ୍ୱିତୀୟ  ଶ୍ରେଣୀରେ ପଢୁଥିଲେ । ଅଭିଯୋଗ ଏହା ଯେ, ବୁଧବାର ଦିନ ସ୍କୁଲ ଛୁଟି ହେବା ପରେ ଅଭିଯୁକ୍ତ ରାମ ଛାତ୍ରୀକୁ ଭୁଲାଇ ସ୍କୂଲ ପରିସରରେ ଥିବା ପମ୍ପ ହାଉସକୁ ନେଇଯାଇଥିଲେ । 

ଏଠାରେ ସେ ଛାତ୍ରୀଙ୍କ ସହିତ ଦୁର୍ଷ୍କମ କରିଥିଲେ ଓ ସେଠାରୁ ଚାଲିଯାଇଥିଲେ । ଝିଅଟି ତାଙ୍କ ଘରେ ପହଂଚିବା ପରେ ରାତିରେ ଝିଅଟିର ଦେହ ଖରାପ ଓ ହୋଇଥିଲା । 

ଘରେ ବାପା ମା ଝିଅଟିକୁ ପଚାରିବାରୁ ସେ ସବୁ ସତ କଥା କହିଥିଲା ଓ ଆହୁରି ମଧ୍ୟ କହିଥିଲା କି କର୍ମଚାରୀ ଜଣକ ଲାଲ କଲରର ସାର୍ଟ ପିନ୍ଧିଥିଲା । ଝିଅଟିର କଥା ଶୁଣିବା ପରେ ବାପା ,ମା’ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ନିଜ ଝିଅକୁ ଧରି ଦୁର୍ଷ୍କମର ଅଭିଯୋଗ ପୋଲିସରେ କରିଥିଲେ । ଏହା ପରେ ପୋଲିସ ସ୍କୁଲରେ ପହଂଚି ସ୍କୁଲ ପ୍ରବନ୍ଧକଙ୍କ ସହିତ କଥା ହୋଇଥିଲେ । ଝିଅଟିର ବୟାନ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । 

  • Tags:

Subscribe

National International State Sports Entertainment