ମୁମ୍ବାଇ, ଫେବୃଆରୀ ୧୧(ଖବର ଓଡ଼ିଶା):
ଝିମିଟି ଖେଳରୁ ମହାଭାରତ । ସାଙ୍ଗକୁ ଟ୍ରକ ସାମନାକୁ ଧକ୍କା ଦେବା ଅଭିଯୋଗରେ ମୁମ୍ବାଇ ପୋଲିସ ଆଜି ଜଣେ ୨୯ ବର୍ଷୀୟ ଯୁବକକୁ ଗିରଫ କରିଛି । ଫୋନ ନଦେବାରୁ ଘଟିଛି ଏହି କାଣ୍ଡ । ଏହି ଅଘଟଣରେ ଆଉ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।
ଅଭିଯୁ୍କ୍ତ ଜଣକ ନିଜ ସାଙ୍ଗକୁ କଲ କରିବା ପାଇଁ ମୋବାଇଳ ଫୋନ ମାଗିଥିଲେ । ଅନ୍ୟ ଯୁବକ ତାଙ୍କୁ ଫୋନ ଦେଇନଥିଲେ । ଏନେଇ ଊଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡ଼ା ଆରମ୍ଭ ହେବାପରେ ଯୁବକଜଣଙ୍କ ନିଜ ସାଙ୍ଗକୁ ଟ୍ରକ ସାମନାକୁ ଧକ୍କା ଦେଇଥିଲେ ।ଏହି ଅଭିଯୋଗରେ ମୁମ୍ବାଇ ପୋଲିସ ଆଜି ଜଣେ ୨୯ ବର୍ଷୀୟ ଯୁବକକୁ ଗିରଫ କରିଛି ।
ପୋଲିସ କହିବାନୁଯାୟୀ , ଦୁଇ ବନ୍ଧୁ ମୃତ କିଶୋର କାଇଲାତ ଓ ବିଜୟ ସାୱେ ୟାନ୍ନିକ ବାର ଆଣ୍ଡ ରେଷ୍ଟୁରାଣ୍ଟରେ ମଦ ପିଇଥିଲେ । ସେଠାରେ ବିଜୟର ଗୋଟିଏ ସାଙ୍ଗ ଶିବା ଆସିବା ପରେ ସେ କିଶୋରଙ୍କୁ ଫୋନ ମାଗିବାରୁ ଏପରି ପରିସ୍ଥିତି ପରେ ଏପରି ଅଘଟଣ ଘଟିଛି । ଏହ ପରେ ଦୁହିଙ୍କ ମଧ୍ୟରେ ବିବାଦ ଆରମ୍ଭ ହେବା ପରେ ଶିବା ଚାକୁ ନେଇ ବାହାରକୁ ଆସିଥିଲେ । ପରେ ବେଗରେ ଆସୁଥିବା ଟ୍ରକ ସାମନାକୁ ଶିବା କିଶୋରକୁ ଧକ୍କା ଦେଇଥିଲା । ଏଥିରେ କିଶୋର ଗୁରତର ହୋଇପଡ଼ିଥିବା ବେଳେ ମେଡ଼ିକାଲରେ ତାଙ୍କ ମୃତ୍ୟୁ ଘଟିଛି ।