ଦିଲ୍ଲୀ: କର୍ଣ୍ଣଟ ପ୍ୟାଲେସ ବିଶ୍ୱର ୯ମ ଖର୍ଚ୍ଚ ବହୁଳ ସ୍ଥାନ, ବର୍ଗ ଫୁଟ ପ୍ରତି ୧୦,୫୨୭ ଟଙ୍କା ଭଡ଼ା
Khabar Odisha:Connaught-place-worlds-9th-most-expensive-office-location

ନୂଆଦିଲ୍ଲୀ, ଜୁଲାଇ ୧୨(ଖବର ଓଡ଼ିଶା): ଜାତୀୟ ରାଜଧାନୀ ନୂଆଦିଲ୍ଲୀର ହୃଦୟ କୁହାଯାଉଥିବା କର୍ଣ୍ଣଟ ପ୍ୟାଲେସ ବିଶ୍ୱର ଅନ୍ୟତମ ମହଙ୍ଗା ସ୍ଥାନ ଭାବରେ ପରିଚୟ ସୃଷ୍ଟି କରିଛି। ଏହି ସ୍ଥାନ ହେଉଛି ବିଶ୍ୱର ୯ମ ସର୍ବାଧିକ ମହଙ୍ଗା କାର୍ଯ୍ୟାଳୟ ସ୍ଥଳ ଭାବରେ ଉଭା ହୋଇଛି। ଏଠାରେ ବର୍ଗଫୁଟ ପ୍ରତ ବାର୍ଷିକ ହାରାହାରି ୧୫୩ ଡଲାର ଅର୍ଥାତ ୧୦,୫୨୭ ଟଙ୍କା ଭଡ଼ା ଦେବାକୁ ପଡୁଛି। ପ୍ରପର୍ଟି ପରାମର୍ଶଦାତା ସିବିଆଇ ଏକ ସର୍ଭେରେ କହିଛି ପୂର୍ବରୁ କର୍ଣ୍ଣଟ ପ୍ୟାଲେସ ୧୦ମ ସ୍ଥାନରେ ଥିଲା। ଏବେ ଆଉ ଗୋଟିଏ ପାହାଚକୁ ଉଠିଛି। 

ରିପୋର୍ଟ ଅନୁସାରେ ଦିଲ୍ଲୀ ଏହି ତାଲିକାରେ ଗୋଟିଏ ସ୍ଥାନ ଉପରକୁ ଉଠି ନବମ ସ୍ଥାନ ଦଖଲ କରିଛି। ଭଡ଼ା ମାମଲାରେ ପୂର୍ବରୁ କର୍ଣ୍ଣଟ ପ୍ୟାଲେସ ୧୦ମ ସ୍ଥାନରେ ଥିଲା। ‘ଗ୍ଲୋବାଲ ପ୍ରାଇମ ଅଫିସ ଆକ୍ୟୁପେସି କଷ୍ଟ ସର୍ଭେ’ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସିବିଆରଇ ଅଧ୍ୟକ୍ଷ (ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆ) ଅଂଶୁମାନ ମେଗଜିନ କହିଛନ୍ତି ଦିଲ୍ଲୀର ଏହା ହେଉଛି ଏକ ମୁଖ୍ୟ ବଜାର। ଏଠାରେ କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଥାଏ ଓ ଚଳିତ ବର୍ଷ ଗୋଟିଏ ସ୍ଥାନ ଉପରକୁ ଉଠି ୯ମ ସ୍ଥାନରେ ପହଞ୍ଚିଛି। 

ସିବିଆରଇ ତାଲିକା ଅନୁସାରେ ଗତ ବର୍ଷ ଏହି ତାଲିକାରେ ୧୬ତମ ସ୍ଥାନରେ ଥିବା ମୁମ୍ବାଇର ବାନ୍ଦ୍ରା କୁର୍ଲା ପରିସର ଏଥର ୨୬ତମ ସ୍ଥାନରେ ରହିଛି। ଏଠାରେ ବର୍ଗଫୁଟ ଜମି ପାଇଁ ଭଡ଼ା ବାର୍ଷିକ ହାରାହାରି ୯୬.୫୧ ଡଲାର ଦେବାକୁ ପଡୁଛି। ସେହିଭଳି ସହରର ନାରୀମନ ପଏଣ୍ଟସ୍ଥିତ ସିବିଡିର ସ୍ଥାନ ୩୭କୁ ଖସିଯାଇଛି। ପୂର୍ବରୁ ଏହା ୩୦ତମ ସ୍ଥାନରେ ଥିଲା। ଏଠାରେ ବର୍ଗଫୁଟ ପ୍ରତି ବାର୍ଷିକ ଭଡ଼ା ୭୨.୮୦ ଡଲାର ଦେବାକୁ ପଡୁଛି। 

ରିପୋର୍ଟ ଅନୁସାରେ ଏହି ତାଲିକାରେ ହଙ୍ଗକଙ୍ଗର କେନ୍ଦ୍ରୀୟ ସ୍ଥଳର ବାର୍ଷିକ ଭଡ଼ା ୩୦୬.୫୭ ଡଲାର ପ୍ରତି ବର୍ଗଫୁଟର ମୂଲ୍ୟ। ତା’ ତଳକୁ ତାଲିକାରେ ଲଣ୍ଡନର ୱେଷ୍ଟଏଣ୍ଡ, ବେଜିଂର ଫାଇନାନ୍ସ ଷ୍ଟ୍ରିଟ, ହଙ୍ଗକଙ୍ଗର କୋଲୁନ ଓ ବେଜିଂର ସିବିଡି ରହିଛି। ନ୍ୟୁୟର୍କର ମିଡଟାଉନ୍‌ ୬ଷ୍ଠ ସ୍ଥାନରେ ରହିଛି। ଏଠାରେ ବର୍ଗଫୁଟ ପ୍ରତି ବାଷିର୍କ ଭଡ଼ାର ମୂଲ୍ୟ ହେଉଛି ୧୮୩.୭୮ ଡଲାର।

  • Tags:

Subscribe

National International State Sports Entertainment