ଭ୍ରଷ୍ଟାଚାର ଅଭିଯୋଗର ତଦନ୍ତକୁ ନେଇ ଆଜି ସିଭିସି ଆଗରେ ହାଜର ହେଲେ ଆଲୋକ ବର୍ମା
Khabar Odisha:Alok-Verma-Appeared-Before-The-Cvc-Today-For-Investigating-Allegations-Of-Corruption
ନୂଆଦିଲ୍ଲୀ, ନଭେମ୍ବର ୯, (ଖବର ଓଡିଶା)

 ଭ୍ରଷ୍ଟାଚାର ଅଭିଯୋଗର ସାମ୍ନା କରୁଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଆଜି ପୁଣି କେନ୍ଦ୍ରୀୟ ସତର୍କତା ଆୟୋଗ ( ସିଭିସି)ଙ୍କ ଆଗରେ ହାଜର ହୋଇଛନ୍ତି । ଏହା ପୂର୍ବରୁ ଗୁରୁବାର ମଧ୍ୟ ସେ କେନ୍ଦ୍ରୀୟ ସତର୍କତା ଆୟୁକ୍ତ କେ.ବି ଚୌଧୁରୀଙ୍କ ସହିତ ସାକ୍ଷାତ କରିଥିଲେ ଓ ନିଜ ଉପରେ ଲାଗିଥିବା ଭ୍ରଷ୍ଟାଚାର ଅଭିଯୋଗର ତଦନ୍ତକୁ ନେଇ ନିଜ ପକ୍ଷ ତାଙ୍କ ସମ୍ମୁଖରେ ରଖିଥିଲେ । 

ନିଜ ନିଜ ଭିତରେ  ଅଭିଯୋଗ- ପ୍ରତିଅଭିଯୋଗକୁ ନେଇ କ୍ଷମତାହୀନ କରାଯାଇଥିବା ସିବିଆରର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ଆଲେକ ବର୍ମାଙ୍କ ଉପରେ ଅଭିଯୋଗ ଲଗାଇଥିଲେ । ଆଲୋକ ବର୍ମା ଆସ୍ଥାନାଙ୍କ ଅଭିଯୋଗ ଉପରେ ଗୁରୁବାର ସିଭିସିଙ୍କ ସାମନାରେ ନିଜ ପକ୍ଷ ରଖିଛନ୍ତି ।  ସେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣଭାବେ ମିଛ ବୋଲି କହିଛନ୍ତି । 

ମିଳିଥିବା ସୂଚନା ଅନୁଯାୟୀ, ଆଲୋକ ବର୍ମା ଗୁରୁବାର ସିଭିସି କାର୍ଯ୍ୟାଳୟରେ ଦ୍ୱିପହର  ପ୍ରାୟ ୧ ଟା ବେଳେ ପହଂଚିଥିଲେ ଓ ଦୁଇ ଘଂଟା ପର୍ଯ୍ୟନ୍ତ ସେଠାରେ ଉପସ୍ଥିତ ଥିଲେ । ଆଲୋକ ବର୍ମା ଚୌଧୁରୀଙ୍କ ବ୍ୟତିତ ସତର୍କତା ଆୟୁକ୍ତ ଶରଦ କୁମାରଙ୍କ ସହିତ ଦେଖା କରିଥିଲେ । 

ସୂଚନାଯୋଗ୍ୟ କି, ଅକ୍ଟୋବର ୨୬ରେ ସୁପ୍ରିମକୋର୍ଟ ଅସ୍ଥାନାଙ୍କ ତରଫରୁ ଆଲୋକ ବର୍ମାଙ୍କ ଉପରେ ଲଗାଯାଇଥିବା ଅଭିଯୋଗର ତଦନ୍ତ ଦୁଇ ସପ୍ତାହରେ ଶେଷ କରି ରିପୋର୍ଟ ହସ୍ତାନ୍ତର କରିବାର ଆଦେଶ ସିଭିସିକୁ ଦେଇଥିଲେ । ବର୍ମା ଏବଂ ଅସ୍ଥାନାଙ୍କୁ କେନ୍ଦ୍ର ସରକାର ଏହି ବିବାଦକୁ ନେଇ ସମସ୍ତ ଅଧିକାର ଫେରାଇ ନେଇ ଛୁଟିରେ ପଠାଇଛନ୍ତି । 

Subscribe

National International State Sports Entertainment