ଏରୋ ଇଣ୍ଡିଆ ଅଫିସିଆଲ ୱେବସାଇଟ ଲୋକାର୍ପିତ, ଆପଣ ବି କରିପାରିବେ ନାମ ପଞ୍ଜୀକରଣ
Khabar Odisha:Aero-India-2019-official-website-launched-for-registration

ନୂଆଦିଲ୍ଲୀ, ଅକ୍ଟୋବର ୧୧ (ଖବର ଓଡ଼ିଶା): ଭାରତ ଏରୋ ଇଣ୍ଡିଆ ୨୦୧୯ର ୧୨ତମ ସଂସ୍କରଣର ପ୍ରଦର୍ଶନୀ ଆୟୋଜନ କରିବାକୁ ଯାଉଛି । ବେଙ୍ଗାଲୁରୁର ୟେଲାହନକା ଠାରେ ଏହି ପ୍ରଦର୍ଶନ ୨୦୧୯ ଫେବୃଆରୀ ୨୦ରୁ ୨୪ ମଧ୍ୟରେ ଅନୁଷ୍ଠିତ ହେବ । ଏଥି ପାଇଁ ବୁଧବାର ଅଫିସିଆଲ ୱେବସାଇଟ ଲୋକାର୍ପିତ ହୋଇ ଯାଇଛି । ଯେଉଁମାନେ ଏହି ପ୍ରଦର୍ଶନୀ ଦେଖିବାକୁ ଚାହାନ୍ତି, ଏରୋ ଇଣ୍ଡିଆ ଅଫିସିଆଲ ୱେବସାଇଟ https://aeroindia.gov.inକୁ ଯାଇ ନିଜର ନାମ ପଞ୍ଜୀକରଣ କରିପାରିବେ । 

ଏହି ୫ ଦିନିଆ ପ୍ରଦର୍ଶନୀରେ ଏରୋସ୍ପେସ ଓ ପ୍ରତିରକ୍ଷା ବିଭାଗର ବିଭିନ୍ନ ଯନ୍ତ୍ରପାତି ଦର୍ଶକଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ ହେବ । ସେହିଭଳି ବିଦେଶରୁ ମଧ୍ୟ ଏରୋସ୍ପେ ଯନ୍ତ୍ରପାତି ମଧ୍ୟ ଏହି ପ୍ରଦର୍ଶନୀ କରାଯିବ । ବିଶ୍ୱର ବଡ଼ ବଡ଼ ଦେଶ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ । ଏରୋ ଇଣ୍ଡିଆ ପ୍ରଦର୍ଶନୀ ପାଇଁ ଦେଶ ଓ ବିଦେଶର ପାଖାପାଖି ୫୦୦ କମ୍ପାନୀ ସହିତ ଯୋଗାଯୋଗ କରିସାରିଛି ।

ପ୍ରଦଶନୀ ପୂର୍ବରୁ ଅଫିସିଆଲ ପୋର୍ଟାଲ ଖୋଲାଯାଇଛି । ଏହାରି ମାଧ୍ୟମରେ କମ୍ପାନୀମାନେ ପ୍ରଦର୍ଶନୀ ପାଇଁ ସ୍ଥାନ ବୁକ କରିପାରିବେ । ସେହିଭଳି ଦର୍ଶକମାନେ ମଧ୍ୟ ଅନଲାଇନ ଜରିଆରେ ଟିକେଟ କିଣିପାରିବେ । କ୍ରେଡିଟକାର୍ଡ, ଡେବିଟ କାର୍ଡ, ନେଟ ବ୍ୟାଙ୍କିଙ୍ଗ, ୟୁପିଆଇ, ଏଡ଼ଇଏଫଟି, ଆଟିଜି ମାଧ୍ୟମରେ ଶୁଲ୍କ ଜମା କରାଯାଇପାରିବ । ବିଦେଶୀ କମ୍ପାନୀମାନେ ଆମେରିକୀୟ ଡଲାର ଶୁଲ୍କ ଆକାରରେ ଦେଇ ସ୍ଥାନ ବୁକ ଅଥବା ଦର୍ଶକ ଟିକେଟ କିଣିପାରିବେ । 

 

  • Tags:

Subscribe

National International State Sports Entertainment