ପାଣି ବଞ୍ଚାଇଲେ ମୋଦୀ ସରକାର ଦେବେ ୨୫ ହଜାର ଟଙ୍କାର ପୁରସ୍କାର, ଜାଣନ୍ତୁ କଣ ଏହି ସ୍କିମ
Khabar Odisha:25000-rupees-reward-for-saving-water-know-what-is-the-whole-scheme-of-the-ministry
ପାଟନ,ଜୁଲାଇ୧୦(ଖବର ଓଡ଼ିଶା):

ପାଣି ବଞ୍ଚାଇବା ଏବେ ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଲାଭଦାୟକ ହେବାକୁ ଯାଉଛି। ପାଣି ବଞ୍ଚାଇ ଆପଣ ପରିବେଶ ସଂରକ୍ଷଣରେ ନିଜର ଯୋଗଦାନ ଦେଇ ପାରିବେ। ଏହା ସହିତ ଏହି ପ୍ରୟାସ ଜରିଆରେ ଆପଣ ବଡ଼ ଅର୍ଥ ଉପାର୍ଜନ ମଧ୍ୟ କରି ପାରିବେ। ଜଳ ସମ୍ବଳ, ନଦୀ ବିକାଶ ଓ ଗଙ୍ଗା  ସଂରକ୍ଷଣ ମନ୍ତ୍ରଣାଳୟ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ଏହି ପ୍ରୟାସକୁ ‘ଜଳ ବଚାଓ, ଭିଡିଓ ବନାଓ ଓ ପୁରସ୍କାର ପାଓ’ ସ୍କିମର ନାମ ଦିଆଯାଇଛି। ଏହି ସ୍କିମ୍ ଜରିଆରେ ଦେଶର ଯେ କୌଣସି ନାଗରିକ ମଧ୍ୟ ଜଳ ସଂରକ୍ଷଣକୁ ନେଇ ନିଜ ପ୍ରୟାସର ଭିଡିଓ ତିଆରି କରି ୨୫,୦୦୦ ଟଙ୍କା ପର୍ୟ୍ୟନ୍ତ ପୁରସ୍କାର ଜିତି ପାରିବେ। 

ମନ୍ତ୍ରଣାଳୟ ଦ୍ଵାରା ଆରମ୍ଭ କରାଯାଇଥିବା ଏହି ସ୍କିମର ଉଦ୍ଦେଶ୍ୟ  ଦେଶର ସମସ୍ତ ନାଗରିକଙ୍କୁ ଜଳ ସଂରକ୍ଷଣ ତଥା ଜଳ ପ୍ରବନ୍ଧନ ବାବଦରେ ସଚେତନତା କରାଇବା ସହିତ ଜଳ ସଂରକ୍ଷଣ ସମ୍ବନ୍ଧିତ ସେମାନଙ୍କର ପ୍ରୟାସକୁ ମଧ୍ୟ ଯୋଡ଼ିବା। ନିଜର ଏହି ଉଦ୍ଦେଶ୍ୟ ଆଧାରରେ ଜଳ ସମ୍ବଳ ମନ୍ତ୍ରଣାଳୟ  ‘ଜଳ ବଚାଓ, ଭିଡିଓ ବନାଓ ଓ ପୁରସ୍କାର ପାଓ’ ପ୍ରତିଯୋଗିତା ଆରମ୍ଭ କରିଛନ୍ତି। 

ମନ୍ତ୍ରଣାଳୟ ଅନୁସାରେ ଏହି ପାକ୍ଷିକ ପ୍ରତିଯୋଗିତାର ଆରମ୍ଭ mygov.in ମାଧ୍ୟମରେ ଆରମ୍ଭ  କରାଯାଇଥିଲା। ଏହି ପ୍ରତିଯୋଗିତା ୨୦୧୮ ନଭେମ୍ବର ୪ ପର୍ୟ୍ୟନ୍ତ ଜାରି ରହିବ। ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ପ୍ରତିଯୋଗୀଙ୍କୁ ପ୍ରତିଯୋଗିତାକୁ ନିଜର ଭିଡିଓ ୟୁଟ୍ୟୁବରେ ଅପଲୋଡ୍ କରିବାକୁ ପଡ଼ିବ।  ଏହା ପରେ  ୟୁଟ୍ୟୁବ୍ ଉପରେ ଅପଲୋଡ୍ କରାଯାଇଥିବା ଭିଡିଓର ଲିଙ୍କକୁ www.mygov.in ଉପରେ ଥିବା ମାଇ ଜିଓଭି ପ୍ରତିଯୋଗିତାର ଭିଡିଓ ଲିଙ୍କ ସେକ୍ସନରେ ଦେବାକୁ ପଡ଼ିବ। 

ମନ୍ତ୍ରଣାଳୟ ଅନୁସାରେ ପ୍ରତିଯୋଗୀଙ୍କୁ ସୃଜନାତ୍ମକ, ମୌଳିକତା, ସରଞ୍ଚନା, ବୈଷେୟିକ ଉତ୍କୃଷ୍ଟତା, କଳାତ୍ମକ ଯୋଗ୍ୟତା, ଭିଡିଓର ଗୁଣବତ୍ତା, ବିଷୟ ଓ ପ୍ରଭାବର ଆଧାରରେ ଆକଳନ କରାଯିବ। ପ୍ରତିଯୋଗିତାରେ ତିନି ଜଣ ବିଜେତା ଚୟନ କରାଯିବ। ଏଥିରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ପାଇଁ କ୍ରମଶଃ ୨୫୦୦୦, ୧୫୦୦୦ ଓ ୧୦୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। 

  • Tags:

Subscribe

National International State Sports Entertainment