ଚଷମା ଦାଗ ଦୂର କରିବାର ଘରୋଇ ଉପାୟ
Khabar Odisha:spectacular
ଏପ୍ରିଲ ୩(ଖବର ଓଡିଶା):

ଚଷମା ପିନ୍ଧିବା ଆଜିକାଲି ଦୁନିଆରେ ଲୋକଙ୍କ ଫେସନ ପାଲଟି ଯାଇଛି । ପୁଅ ହେଉ ବା ଝିଅ ସମସ୍ତ ଆଖିରେ ଚଷମା ପିନ୍ଧିବାର ଦେଖିବାକୁ ପାଇବେ । ସୁନ୍ଦର ଦେଖାଯିବା ପାଇଁ  ହେଉ ବା ଆଖି ଖରାପ ପାଇଁ ହେଉ ସମସ୍ତେ ଚଷମା ବ୍ୟବହାର କରିଥାନ୍ତି । କିନ୍ତୁ ଚଷମା ପିନ୍ଧିବା ପରେ ନାକ ଓ ଆଖିରେ ଦାଗ ହୋଇ ବହୁ ଖରାପ ଦେଖାଯାଏ । ଯଦି ଆପଣ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ କିଛି ଘରୋଇ ଉପାୟ ରହିଛି ଯାହାକି ଦାଗରୁ ମୁକ୍ତ ପାଇ ପାରିବେ ।

. ବାଦାମ ତେଲରେ ଭିଟାମିନ୍ – ଇ ରହିଛି । ଏହା କେବଳ ତ୍ୱଚା ଦାଗ ଓ ମଇଳା ସଫା କରିବା ସହିତ ପୋଷାକ ଦାଗ ମଧ୍ୟ ସଫା କରେ । ମୁହଁରେ ଚଷମା ପିନ୍ଧି ଦାଗ ପଡିଯାଇଥିଲେ ବାଦାମ ତେଲ ମାଲିସ କରନ୍ତୁ, କିଛି ଦିନ ପରେ ଦାଗ ଦୂରେଇ ଯିବ ।

. ଘିକୁଆଁରୀ ତ୍ୱଚା ପାଇଁ ବହୁତ ଉପକାରୀ । ଏହା କେବଳ ତ୍ୱଚାକୁ କୋମଳ ବା ସୁନ୍ଦର କରେ ନାହିଁ ଏହାର ଔଷଧୀୟ ଗୁଣ ରହିଛି । ନାକ ଓ ଆଖି ତଳର ଚଷମା ଦାଗ ଦୂର କରିବା ପାଇଁ ଶୋଇବା ପୂର୍ବରୁ ଘିକୁଆଁରୀ ରସ ଲଗାଇ ଶୁଅନ୍ତୁ । 

. କଂଚା କ୍ଷୀର ଦାଗ ଦୂର କରିବାରେ ସାହାଯ୍ୟ କରେ । ଏଥିରେ ଆପଣ ଦାଗଥିବା ସ୍ଥାନରେ କଂଚା କ୍ଷୀର ଲଗାଇଲେ ଦାଗ ଦୁର ହୁଏ । 

  • Tags:

Subscribe

National International State Sports Entertainment