ରାଜସ୍ଥାନରେ ମୋଦୀଙ୍କୁ ରାହୁଲଙ୍କ ତାତ୍ସଲ୍ୟ- ‘ଗଲି ଗଲି ମେଁ ସୋର ହୈ, ଦେଶ କା ଚୌକିଦାର ଚୋର ହୈ’
Khabar Odisha:rajasthan-assembly-election-2018-mewar-sagwara-rahul-gandhi-rally-
ଜୟପୁର,ସେପ୍ଟେମ୍ବର୨୦(ଖବର ଓଡ଼ିଶା):

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ରାଜସ୍ଥାନର ଆଦିବାସୀ ଜିଲ୍ଲା ଡୁରଙ୍ଗପୁରର ସାଗଓ୍ଵାଡାରେ ଏକ ରାଲିକୁ ସମ୍ବୋଧିତ କରି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଦେଢ ମାସରେ ଦ୍ଵିତୀୟ ଥର ରାଜସ୍ଥାନ ଗସ୍ତ କରିଥିବା ରାହୁଲ ଏକ ଢଗର ବ୍ୟବହାର କରି ରାଫେଲ ମାମଲାରେ ପ୍ରଧାନମନ୍ତ୍ରୀଙ୍ୁ୍ କଟୁ ସମାଲୋଚନା କରିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ପଦ ଗାରିମାର ଧ୍ୟାନ ମଧ୍ୟ ଦେଇନଥିଲେ।  ରାହୁଲ କହିଛନ୍ତି ଯେ ‘ଗଲି ଗଲି ମେଁ ସୋର ହୈ, ଦେଶ କା ଚୌକିଦାର ଚୋର ହୈ’।

ଅମର‌୍ୟ୍ୟାଦା ଭାଷାର ପ୍ରୟୋଗକୁ ନେଇ ବିଜେପି ମଧ୍ୟ କଂଗ୍ରେସ ଉପରେ ପାଲଟା ଆକ୍ରମଣ କରିଛି।  କେନ୍ଦ୍ର ମନ୍ତ୍ରୀ ସ୍ମୁତି ଇରାନୀ କହିଛନ୍ତି ଯେ ରାହୁଲଙ୍କ ଏହି ବୟାନ ଦୁର୍ଭାଗ୍ୟପୂର୍ଣ୍ଣ। ମନମୋହନ ସିଂହ ଯେବେ ପ୍ରଧାନମନ୍ତ୍ରୀ ଥିଲେ ତେବେ ମଧ୍ୟ ରାହୁଲ ଅଧ୍ୟାଦେଶକୁ ଚିରି ଫାଡ଼ି ଦେଇଥିଲେ। ସେହି ସମୟରେ ମଧ୍ୟ ସେ ପ୍ରଧାନମନ୍ତ୍ରୀ ପଦର ଗାରିମା ମଧ୍ୟ ରଖିନଥିଲେ। ସଭାରେ ରାହୁଲ ଆଦିବାସୀ ଓ ଯୁବ ବର୍ଗଙ୍କୁ ଆକର୍ଷିତ  କରିବାକୁ ଚେଷ୍ଟା କରିଥିଲେ।

ରାହୁଲ ଗାନ୍ଧୀ ରାଫେଲ ବିମାନ ଡିଲ ମାମଲାରେ ମୋଦୀ ସରକାରଙ୍କୁ ନିଶାଣ କରି କହିଛନ୍ତି ଯେ ୟୁପିଏ ସରକାର ୫୨୬ କୋଟି ଟଙ୍କାରେ ଗୋଟିଏ ରାଫେଲ ବିମାନ କିଣିବାକୁ ସ୍ଥିର କରିଥିଲେ, ମାତ୍ର ଏନଡିଏ ସରକାର ବିମାନ ପ୍ରତି ୧୬୦୦ କୋଟି ଟଙ୍କାର ଡିଲ କରିଛି। ଏହି ସମୟରେ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କ ଉପରେ ଅନେକ ଅଭିଯୋଗ କରିଛନ୍ତି। 

ବିଜୟ ମାଲ୍ୟାଙ୍କ ଉପରେ ଚର୍ଚ୍ଚା କରି ୯୦୦୦ କୋଟି ଟଙ୍କାର ଚୋର ସଂସଦ ଭବନରେ ଦେଶର ଅର୍ଥମନ୍ତ୍ରୀଙ୍କୁ ଭେଟି ଦେଶରୁ ପଳାୟନ କରୁଛି। ଏହି କଥା ମୁଁ କହୁନି ଖୋଦ୍ ଅରୁଣ ଜେଟଲୀ ଏହି କଥା କହିଛନ୍ତି। ତଥାପି ଦେଶର ଚୌକିଦାର ମଉନ ରହିଛନ୍ତି।  ସେ ଏହା ମଧ୍ୟ କହିଛନ୍ତି ଯେ ମୋଦୀ ନିଜର ୫ ରୁ ୧୦ ବିତ୍ତଶାଳୀ ମିତ୍ରଙ୍କ ପାଇଁ ବୁଲେଟ୍ ଟ୍ରେନ ଆଣୁଛନ୍ତି। ବୁଲେଟ୍ ଟ୍ରେନରେ ଯେତେ ଅର୍ଥ ଖର୍ଚ୍ଚ ହେଉଛି ସେଥିରେ ଅଧା ଟଙ୍କାରେ ରାଜସ୍ଥାନର କୃଷକଙ୍କ ଋଣଛାଡ଼ ହୋଇ ପାରିଥାନ୍ତା। 

  • Tags:

Subscribe

National International State Sports Entertainment