ଜାଣନ୍ତୁ ସାଂଟା କ୍ଲଜର ଏହି ଅସଲି ଗାଁ ସମ୍ପର୍କରେ
Khabar Odisha:merry-christmas-2018-on-this-christmas-know-about-the-most-beautiful-real-village-of-santa-claus
ନୂଆଦିଲ୍ଲୀ, ଡିସେମ୍ବର ୨୫ (ଖବର ଓଡିଶା) :

ପିଲାଦିନେ ସମସ୍ତେ ସାଂଟା କ୍ଲଜର କାହାଣୀ ବିଷୟରେ ଶୁଣିଥିବେ ନିଶ୍ଚୟ । ଏହି କାହାଣୀ ଶୁଣିବାକୁ ରୋଚକ ହୋଇଥିଲେ ମଧ୍ୟ ସେତିକି ଅବିଶ୍ୱସନୀୟ । ପିଲାବେଳେ ଆପଣ ବହୁ ଥର କାଗଜ ଟୁକୁଡାରେ ୱିସ୍ ମାଗି ସକାଳେ ସେସବୁ ପୂରଣ ହେବାକୁ ଅପେକ୍ଷା ମଧ୍ୟ କରିଥିବେ । କିନ୍ତୁ ସକାଳେ ସେସବୁ ପୂରଣ ନହୋଇଥିବା ଦେଖି ଦୁଃଖୀ ମଧ୍ୟ ହୋଇ ଯାଇଥିବେ । ତେବେ ଚାଲନ୍ତୁ ଜାଣିବା ଅସଲି ସାଂଟା କ୍ଲଜ କେଉଁଠାରେ ରୁହନ୍ତି । 

ଫିନଲ୍ୟାଣ୍ଡର ରୋବାନିୟମ ନାମକ ଏକ ସ୍ଥାନରେ ଏହି ସାଂଟା ଭିଲେଜ ରହିଛି । ଏଠାରେ ବହୁ ଜୋରରେ ଥଣ୍ଡା ଅନୁଭୂତ ହୋଇଥାଏ । ବର୍ଷର ୬ମାସ ରାତ୍ରୀ ହୋଇଥିବା ବେଳେ ଏଠାରେ ୬ମାସ ଦିନ ହୋଇଥାଏ । ବର୍ଷକର ୧୨ ମାସ ଏଠାରେ ବରଫର ଚାଦରରେ ଆବୃତ ରହିଥାଏ । ରୋବାନିୟମରେ ଏକ ଛୋଟ ଗ୍ରାମ ରହିଛି । ଏହା ସାଂଟା ଭିଲେଜ ନାମରେ ପରିଚିତ । ଏହି ଗ୍ରାମରେ ଲମ୍ବା ଦାଢି ରଖିଥିବା ଏକ ବୃଦ୍ଧ ବ୍ୟକ୍ତି ରହୁଛନ୍ତି । ସେ ସର୍ବଦା ନାଲି ରଙ୍ଗର କପଡା ପିନ୍ଧି ଥିବା ଦେଖାଯାଆନ୍ତି । ତାଙ୍କୁ ଲୋକମାନେ ସତ ସାଂଟା କ୍ଲଜ ବୋଲି କୁହନ୍ତି । ଏହି ଗ୍ରାମରେ କାଠ ନିର୍ମିତ ଘର ରହିଛି । ଏଠାରେ ପ୍ରତି ଜିନିଷ କାହାଣୀରେ ଶୁଣି ଥିବା ବସ୍ତୁ ଭଳି ଲାଗେ । 

ତେବେ ରୋବାନିୟମ ଗ୍ରାମରେ ଏକ ଘର ରହିଛି । ଯେଉଁଠାରେ ସାଂଟା ଏବଂ ତାଙ୍କ ପତ୍ନୀ ରୁହନ୍ତି । ତାଙ୍କ ପାଖରେ ପିଲାମାନଙ୍କର ବହୁ ଚିଠି ମଧ୍ୟ ରହିଛି । ଯାହାକୁ ସେମାନେ ସମ୍ଭାଳି ରଖିଥାନ୍ତି । ସାଂଟାଙ୍କ ଘରେ ଏଭଳି ଏକ ସ୍ଥାନ ରହିଛି ଯେଉଁଠାରେ ସେ ଲୋକମାନଙ୍କ ସହ ସାକ୍ଷାତ କରନ୍ତି । ଏହାକୁ ସାଂଟାର ଅଫିସ ମଧ୍ୟ କୁହାଯାଏ । ସବୁଠାରୁ ରୋଚକ କଥା ହେଉଛି ଏଠାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଭ୍ରମଣ କରିବା ସହ ସାଂଟାଙ୍କ ସହ କଥା ହୁଅନ୍ତି ଏବଂ ତାଙ୍କ ସହ ଫଟୋ ଉଠାନ୍ତି । ତେବେ ଆପଣଙ୍କୁ ଏଠାରେ ବୁଲିବାକୁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ କିନ୍ତୁ ଉଠାଇଥିବା ଫଟୋକୁ ସାଂଟାର ପୋଷ୍ଟ ଅଫିସରୁ କିଣି ନେବାକୁ ପଡିବ । 

ସାଂଟାଙ୍କ ଘର ବ୍ୟତୀତ ଏକ ପାର୍କ ରହିଛି । ଏଠାରେ ପ୍ରବେଶ କରିବା ପାଇଁ ଆପଣଙ୍କୁ କିଛି ଟଙ୍କା ଦେବାକୁ ପଡିବ । ଦିନ ସରିବା ପରେ ଏହି ପାର୍କର ଟିକେଟର ଭ୍ୟାଲିଡିଟି ଶେଷ ହୋଇଯାଏ । ଏଠାରେ ଲୋକମାନେ ବସିବା ପାଇଁ ଏକ ଛୋଟ ଆଇସ୍ ହାଉସ୍ ନିର୍ମାଣ କରାଯାଇଛି । ଏଠାରେ ଲୋକମାନେ ବସି ନିଆଁର ମଧ୍ୟ ମଜା ଉଠାଇ ପାରିବେ । ଏହାକୁ ଦେଖିବା ପାଇଁ ଆପଣଙ୍କୁ ରୋବାନିୟମ ଯିବାକୁ ପଡିବ । 

Subscribe

National International State Sports Entertainment