ଟିଫିନରେ ସାମିଲ କରନ୍ତୁ ମସଲା ଇଟିଲି, ସ୍ୱାସ୍ଥ୍ୟ ପାଇଁ ଉପକାରୀ ପାଟିକୁ ସ୍ୱାଦିଷ୍ଟ
Khabar Odisha:life-styale-cooking-odisha-recipe-of-making-masala-idli-instantly
ଭୁବନେଶ୍ୱର, ଫେବୃଆରୀ ୧୧ (ଖବର ଓଡିଶା) :

ଟିଫିନରେ ଯଦି ଆପଣ ପରଟା ଏବଂ ଚକୁଳି ଖାଇ ଖାଇ ବିରକ୍ତ ହୋଇ ଗଲଣି ତେବେ ନିଜ ଖାଦ୍ୟରେ ସାମିଲ କରନ୍ତୁ ମସଲା ଇଟିଲି । ଏହା ଆପଣଙ୍କର ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ସହ ସ୍ୱାଦିଷ୍ଟ ହୋଇଥାଏ । 

ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ- ଚାଉଳ ୧୦୦ ଗ୍ରାମ, ବତୁରା ଯାଇଥିବା ଡାଲି ୧୦୦ ଗ୍ରାମ, ଚାଳ ୧୦୦ ଗ୍ରାମ, ଲୁଣ ସ୍ୱାଦ ଅନୁସାରେ, ତେଲ ୨୩ ମିଲି, ଭୁରୁଷୁଙ୍ଗା ପତ୍ର ୫ଟି, କଂଚା ଲଙ୍କା ୧ଟେବୁଲ ଟି ସ୍ପୁନ, ଅଦା ୨ ଟି ସ୍ପୁନ, ହେଙ୍ଗୁ ୧/୨ଟି ସ୍ପୁନ, ପିଆଜ ୫୦ ଗ୍ରାମ, ନଡିଆ ୧୦୦ ଗ୍ରାମ, ହଳଦୀ ୧/୨ ଟି ସ୍ପୁନ । 

ବିଧି – ବତୁରା ଯାଇଥିବା ଚାଉଳକୁ ଡାଲି ସହ ମିଶାଇ ତାହାକୁ ପେଶି ଇଟିଲି ପାଇଁ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହା ପରେ ଏକ ପ୍ୟାନରେ ତେଲ ଗରମ କରନ୍ତୁ । ସେଥିରେ ଶୋରିଷ ଏବଂ ଡାଲି ପକାନ୍ତୁ । ଏବେ ଏଥିରେ ଭୁରୁଷୁଙ୍ଗା ପତ୍ର, ଲଙ୍କା, ଅଦା, ହେଙ୍ଗୁ ଏବଂ ଲୁଣ ପକାନ୍ତୁ । ଏହା ପରେ ଏଥିରେ କିଛି ନଡିଆ ପକାଇ ଭାଜି ନିଅନ୍ତୁ । ମସଲା ଭାଜି ହୋଇ ଗଲା ପରେ ପ୍ରସ୍ତୁତ ହୋଇଥିବା ଇଟିଲିକୁ ସେଥିରେ ପକାଇ ଦିଅନ୍ତୁ । ଏବେ ଆପଣଙ୍କର ମସଲା ଇଟିଲି ପ୍ରସ୍ତୁତ ହୋଇଯିବ । ଏହାକୁ ନଡିଆ ଚଟଣି ସହ ଗରମା ଗରମ ପରଷି ଦିଅନ୍ତୁ । 

Subscribe

National International State Sports Entertainment