ରହସ୍ୟର ସହର ମୁନ୍ନାର, ଏହି ସହରରେ ଲୁଚି ରହିଛି ସୌନ୍ଦର୍ଯ୍ୟର ରହସ୍ୟ
Khabar Odisha:india-s-special-secret-lies-in-kerela-it-is-strange-to-know-this-fact
ନୂଆଦିଲ୍ଲୀ, ଡିସେମ୍ବର ୦୫ (ଖବର ଓଡିଶା) :

ଦକ୍ଷିଣ ଭାରତର ଏକ ସୁନ୍ଦର ରାଜ୍ୟ ଭାବେ ପରିଚିତ କେରଳର ଏକ ଛୋଟ ସହର ମୁନ୍ନାର ବନସ୍ପତି ଏବଂ ଅଦ୍ଭୁତ ସମୁଦ୍ର ପାଇଁ ବେଶ୍ ପ୍ରସିଦ୍ଧ ଲାଭ କରିଛି । ସମୁଦ୍ର ଠାରୁ ୧୬୦୦ ମିଟର ଉଚ୍ଚରେ ଅବସ୍ଥିତ ଏହି ସହର ଚା, କଫି, ମସଲା ଏବଂ ମନ୍ତ୍ରମୁଗ୍ଧ କରୁଥିବା ଦୃଶ୍ୟ ପାଇଁ ସମଗ୍ର ବିଶ୍ୱରେ ଆଦୃତ ଲାଭ କରିଛି । କେବଳ ସେତିକି ନୁହେଁ ଏହି ସହର ସହ ଜଡିତ କିଛି ରହସ୍ୟ ମଧ୍ୟ ରହିଛି । 

ଏହି ରହସ୍ୟର ନାମ ହେଉଛି ନୀଳକୁରିଂଜୀ । ବିଶ୍ୱର ସବୁଠାରୁ ଦୁର୍ଲଭ ଫୁଲ ଯାହାକି ୧୨ ବର୍ଷରେ ଥରେ ଫୁଟି ଥାଏ । ତେବେ ଦେଖିବାକୁ ଗଲେ ଏହି ବର୍ଷକୁ ବହୁତ ଭାଗ୍ୟଶାଳୀ ବୋଲି କୁହା ଯାଉଛି । କାରଣ ଏହି ବର୍ଷ ମୁନ୍ନାରରେ ନୀଳକୁରିଂଜୀ ଫୁଲ ଫୁଟିଛି । ଏହା ଷ୍ଟ୍ରୋବିଲାନ୍ଥସ ପ୍ରଜାତିର ଏକ ଫୁଲ । ଷ୍ଟ୍ରୋବିଲାନ୍ଥସର ୩୫୦ଟି ପ୍ରଜାତି ରହିଛି । ଯେଉଁଥିରୁ ୬୦ ପ୍ରଜାତି ଭାରତର ଉପଦ୍ୱୀପ ଗୁଡିକରେ ଦେଖା ଯାଏ । ଏହି ଫୁଲ ଗୁଡିକ ୧୦, ୧୨ ଏବଂ ୧୬ ବର୍ଷ ମଧ୍ୟରେ ଥରେ ଫୁଟି ଥାଏ । ତେବେ ଲମ୍ବା ସମୟ ଧରି ଅପେକ୍ଷା କରିବା ପରେ ଏହି ସହରର ସମ୍ପୂର୍ଣ୍ଣ ଅଂଚଳରେ ଏକ ନୀଳ ରଙ୍ଗର ଚାଦର ବିଛେଇ ହେଲା ଭଳି ଜଣା ପଡେ । 

ନୀଳକୁରିଂଜୀକୁ ସେଠାରେ ରହୁଥିବା ଆଦୀବାସୀମାନେ ଏହାକୁ ପ୍ରେମର ପ୍ରତୀକ ବୋଲି ମାନନ୍ତି । ତେଣୁ ସେମାନେ ବିବାହ ସମୟରେ ଏହାର ହାର ତିଆରି କରି ପିନ୍ଧି ଥାନ୍ତି । ତେବେ ଏହି ବର୍ଷ ପରେ ବୋଧହୁଏ  ନୀଳକୁରିଂଜୀକୁ ୨୦୩୦ରେ ଦେଖିବାକୁ ମିଳିବ । 

Subscribe

National International State Sports Entertainment