ମାର୍ଚ୍ଚ ୨୭ (ଖବର ଓଡିଶା);
ଆରମ୍ଭ ହୋଇଗଲାଣି ଖରାଦିନର ତାତି । ତାତି ବଢିବା ସହିତ ଶରୀରରୁ ଝାଳ ବାହାରିଥାଏ, ତ୍ୱଚା ଶୁଷ୍କ ଓ ରୁକ୍ଷାପଣ ଏବଂ କୁଣ୍ଡେଇ ହେବା ସମସ୍ୟା ଦେଖାଯାଏ । ତେଣୁ ଖରାଦିନେ ନିଅନ୍ତୁ ତ୍ୱଚାର ଖାସ୍ ଯତ୍ନ ଆସନ୍ତୁ ଜାଣିବା କେମିତି ନେବେ ଯତ୍ନ?
.ତ୍ୱଚାରୁ ଶୁଷ୍କ କୋଷଗୁଡିକୁ ପରିଷ୍କାର କରିବା ପାଇଁ ଏକ ବାଉଲରେ କିଛି ବେସନ ଓ କ୍ଷୀରକୁ ମିଶାଇ ପେଷ୍ଟ ତିଆରି କରନ୍ତୁ । ସେଥିରେ କିଛି ଗୋଲାପ ଜଳ ମିଶାନ୍ତୁ । ଏହାକୁ ନେଇ ତ୍ୱଚାରେ ଲଗାଇ କିଛି ସମୟ ପରେ ଧୋଇ ଦିଅନ୍ତୁ ଏହା ଦ୍ୱାରା ତ୍ୱଚାର ଚମକ ଆସିଥାଏ ।
.କର୍ମଜୀବୀ ମହିଳାମାନେ ଖରାରେ ବାହାରକୁ ବାହାରିଲା ବେଳେ ସନ୍ ଗ୍ଲାସ ସହିତ କପଡା ଦ୍ୱାରା ଯଥା ସମ୍ଭବ ଢାଙ୍କି ରଖନ୍ତୁ ।
.ରାତି ଶୋଇବା ପୂର୍ବରୁ ମୁହଁକୁ ଭଲ ଭାବେ ଧୋଇ ପୋଛନ୍ତୁ । ପରେ କିଛି ତୁଳାକୁ କ୍ଷୀରରେ ଧିରେ ଧିରେ ତାହାକୁ ମୁହଁରେ ଘଷନ୍ତୁ । କ୍ଷୀର ତ୍ୱଚାକୁ ନରମ ଓ ସୁନ୍ଦର ରଖିବାରେ ସାହାର୍ଯ୍ୟ କରେ । ଖରାଦିନରେ ବରଫକୁ ମଧ୍ୟ ତ୍ୱଚାରେ ଲଗାଇପାରିବେ ।
.ଟମାଟୋ ଓ ଲେମ୍ବୁରସ ତ୍ୱଚାରେ ଲଗାଇଲେ ତାହା ତ୍ୱଚାକୁ ପରିଷ୍କାର ରଖିବା ସହିତ ଚମକ ମଧ୍ୟ ଆଣିଥାଏ ।
.ପାଚିଲା ଅମୃତଭଣ୍ଡା ଓ କ୍ଷୀରକୁ ମିସାଇ ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ତାହାକୁ ତ୍ୱଚାରେ ଲଗାଇପାରିବେ ।
.କାକୁଡି ମଧ୍ୟ ତ୍ୱଚା ପାଇଁ ବହୁ ଉପକାରୀ ଅଟେ । କାକୁଡିକୁ କାଟି ମୁହଁରେ ୫ ମିନିଟ ପର୍ଯ୍ୟନ୍ତ ଘଷନ୍ତୁ । ଯାହା ତ୍ୱଚାକୁ ସୁନ୍ଦର ଓ ଚମକ ଆଣିବ ।
.ଖରାଦିନରେ ସ୍କିନ୍ ଟୋନର୍ ଅନୁସାରେ ଗୋଲାପ ଜଳ ବ୍ୟବହାର କରିପାରିବେ । ତାହା ତ୍ୱଚା କ୍ଲିନ୍ ସହ ଉଜ୍ଜଳ କରିଥାଏ ।