ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ପାଲକ କର୍ଣ୍ଣ ଚିଜ ମୋମୋଜ
Khabar Odisha:cooking-odisha-you-will-love-this-palak-corn-cheese-momos-recipe
ଭୁବନେଶ୍ୱର, ଫେବୃଆରୀ ୧୦ (ଖବର ଓଡିଶା) :

 ସନ୍ଧ୍ୟା ସମୟରେ ଆମେ ପ୍ରାୟତଃ କିଛି ବାହାରେ ଖାଇବା ପାଇଁ ଭଲ ପାଉ । ଯମେିତିକି, ମୋମୋଜ, ଗୁପଚୁପ, ଚାଓମିନି, ଚାଟ ଇତ୍ୟାଦି । କିନ୍ତୁ ବାହାରର ଖାଦ୍ୟ ସର୍ବଦା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏଥିରୁ ମୁକ୍ତି ପାଇବା ପାଇଁ ଘରେ ପ୍ରସ୍ତୁତ ହେଉଥିବା ମୋମୋଜ ବିଷୟରେ କହିବୁ । ଏହା ସ୍ୱାସ୍ଥ୍ୟ ପାଇଁ ଯେତିକି ସ୍ୱାସ୍ଥ୍ୟକର ପାଟିକୁ ସେତିକି ସ୍ୱାଦିଷ୍ଟ । ତେବେ ଏହି ଡିସ୍ ର ନାମ ହେଉଛି ପାଲକ କର୍ଣ୍ଣ ଚିଜ ମୋମୋଜ । ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ:- 

୧କପ୍ ମଇଦା, ଲୁଣ ଏବଂ ପାଣି, ଏକ କପ ପାଳଙ୍ଗ, ୧/୨କପ ସ୍ୱିଟ କର୍ଣ୍ଣ, ୧/୨ଚିଜ୍, ୧/୨ଛୋଟ ଚାମଚ ଲଙ୍କା ଗୁଣ୍ଡ, ୧/୨ ଚାମଚ ଚିଲି ଫ୍ଲେକ୍ସ । 

ବିଧି:- ପ୍ରଥମେ ଏକ ପାତ୍ରରେ ମଇଦା ପାଣିରେ ପକାଇ ଦଳି ଦିଅନ୍ତୁ । ଏହା ପରେ ଏହାକୁ ୨ଘଂଟା ଉତମ ପାଗ ପାଇଁ ରଖି ଦିଅନ୍ତୁ । ଏହା ପରେ ପାଳଙ୍ଗକୁ ଭଲ ଭାବରେ ଧୋଇ କାଟି ଦିଅନ୍ତୁ । ମିଡିଅମ ଆଂଚରେ ଏକ ପ୍ୟାନରେ ତେଲ ଗରମ କରନ୍ତୁ । ଏଥିରେ ପାଳଙ୍ଗ ଏବଂ କର୍ଣ୍ଣ ପକାନ୍ତୁ । ଏବେ ଏଥିରେ କଳା ଲଙ୍କା ଗୁଣ୍ଡ, ଚିଲି ଫ୍ଲେକ୍ସ ଏବଂ ଲୁଣ ପକାନ୍ତୁ । ଏଥିରେ ଗ୍ୟାସ ବନ୍ଦ କରି ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । 

ଏବେ ଆପଣଙ୍କ ନିକଟରେ ଯଦି ମୋମୋଜ ଷ୍ଟିମର ରହିଛି ସେଥିରେ ପାଣି ଗରମ ହେବା ପାଇଁ ଛାଡି ଦିଅନ୍ତୁ । ଏହା ପରେ ମଇଦାକୁ ବେଲି ଦିଅନ୍ତୁ । ତାହା ଉପରେ ଏବେ ଆପଣଙ୍କର ମିଶ୍ରଣକୁ ରଖି ଦିଅନ୍ତୁ । ଏଥିରେ କିଛି ଚିଜ ପକାଇ ମୋମୋଜର ଆକାର ଦିଅନ୍ତୁ ଏବଂ ଷ୍ଟିମ କରିବା ପାଇଁ ୧୦ ମିନିଟ ଛାଡି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ମୋମୋଜ । ଏହାକୁ ସସ୍ ସହ ପରଷି ଦିଅନ୍ତୁ । 

Subscribe

National International State Sports Entertainment