ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ , ଜଣଙ୍କ ଅବସ୍ଥା ଗୁରୁତର
Khabar Odisha:bihar-five-people-die-in-road-accident-one-critical-condition
ପଟନା, ଏପ୍ରିଲ, ୧୬(ଖେବର ଓଡିଶା)

ବିହାରର ଅରରିଆ ଜିଲ୍ଲାରେ ସଡକ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଛି । ମିଳିଥିବା ଖବର ଅନୁଯାୟୀ, ଏହି ଦୁର୍ଘଟଣା ନୃପତଗଞ୍ଜରେ ସୋମବାର ଭୋର ସମୟ ପ୍ରାୟ ୩ଟା ରେ ହୋଇଥିଲା । ଏହି ଭୟାନକ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋିଥବବା ବେଳେ ଆଉ ଜଣଙ୍କର ଅବସ୍ଥା ଗୁରୁତ୍ୱର ରହିଛି । ସବୁ ମୃତକଙ୍କ ଗୋଟିଏ ପରିବାର ଅଟନ୍ତି । 

ଝିଅ ବାହାଘର ପାଇଁ ପୂଜା ସାରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।  ସୁଚନା ଅନୁଯାୟୀ, ଦୁର୍ଘଟଣାରେ ଶିକାର ହୋଇଥିବା ଲୋକ ଅର୍ରିାରୁ ବିବାହ ପୂର୍ବରୁ ବର ଘରେ ଫଳ ଏବଂ ପୁଜାର ଅନ୍ୟାନ୍ୟ ସାମଗ୍ରୀ ଦେବାର ବିଧି ଥିବାରୁ ସେମାନେ ସେଠାକୁ ଯାଇ ପୂଜା ସାରି ଫେରୁଥିଲେ । 

ମିଳିଥିବା ସୂଚନା ମୁତାବିକ, ନୃପତଗଞ୍ଜ ଥାନା ଅଂଚଳର ଏନ ଏଚ ୫୭ର ଚକରଦାହା ଓଭରବ୍ରିଜ ଉପରେ ରାତି ପ୍ରାୟ ୨.୩୦ ସମୟରେ ତାଙ୍କ ସୁମୋ କାରର ଟାୟାର ଲିକ୍ ହୋଇଗଲା । ଡ୍ରାଇଭର ଲିକ୍ ହୋଇଥିବା ଚକକୁ ବାହାର କରି ଦ୍ୱିତୀୟ ଚକ ଲଗାଉଥିବା ବେଳେ କିଛି ଲୋକ ଡ୍ରାଇଭରକୁ ସାହାର୍ଯ୍ୟ କରୁଥିଲେ । ରାତିରେ ରାସ୍ତାରେ ଲାଇଟ ନଥିବାରୁ ଟର୍ଚ୍ଚ ସାହାର୍ଯ୍ୟରେ ଗାଡି ଠିକ୍ କରୁଥିଲେ । ଏହା ଭିତରେ ରାତି ପ୍ରାୟ ୩ଟା ବାଜି ସାରିଥିଲେ । ଏହି ସମୟରେ ଏକ ଟ୍ରକ ଖୁବ ଜୋରରେ ଏକ ଟ୍ରକ ଆସି ସମସ୍ତଙ୍କ ଉପରେ ମାଡିଯାଇଥିଲା । ଏହି ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେେ ଆଉ ଜଣଙ୍କର କିଛଇ ସମୟରେ  ପରେ ମୃତ୍ୟୁ ହୋଇଥିଲା । ଆଉ ଜଣେ ଆହାତଙ୍କୁ ମେଡଇକାଲ ରେ ଭର୍ତି କରାଯାଇଛଇି । ତାଙ୍କ  ଅବସ୍ଥା ବର୍ତମାନ ଗୁରୁତର ଥିବାଜଣାପଛି ।

  • Tags:

Subscribe

National International State Sports Entertainment