ହଳଦି ମିଶ୍ରିତ କ୍ଷୀରର ଉପକାରିତା
Khabar Odisha:benifits-of-trumeric-with-milk
ଏପ୍ରିଲ୨( ଖବର ଓଡିଶା);

  ସାଧାରଣତଃ ଦେଖିବାକୁ ଗଲେ ହଳଦି ସମସ୍ତ କାମରେ ଲାଗିଥାଏ । ହଳଦି ରକ୍ତ ଜମାଟ ବାନ୍ଧିବାରେ ମଧ୍ୟ ସାହାଯ୍ୟ କରେ ।ଏହା ସହ ଶରୀର ଦରଜରୁ ଆରାମ ପାଇବା ପାଇଁ ହଳଦି ମିଶ୍ରିତ କ୍ଷୀର ପିଇବା ଲାଭ ଦାୟକ । ହଳଦିରେ ଆଂଟିସେପ୍ଟିକ୍ ବା ଆଂଟିବାୟୋଟିକ୍ ଗୁଣ ରହିଥାଏ । ସେହିଭଳି କ୍ଷୀରରେ କ୍ୟାଲସିୟମର ମାତ୍ରା ରହିଥାଏ । ଆସନ୍ତୁ ଜାଣିବା ହଳଦି  ମିଶିଥିବା କ୍ଷୀରର ଉପକାରିତା

. ବ୍ଲଡ ସୁଗାରର ମାତ୍ରା କମ୍ ହୋଇଥାଏ – କ୍ଷୀରରେ ହଳଦି ମିଶାଇ ପିଇବା ଦ୍ୱାରା ରକ୍ତରେ ସୁଗାର ମାତ୍ରା କମ ହୋଇଥାଏ । କିନ୍ତୁ ଅଧିକ ହଳଦି ଖାଇବା ଦ୍ୱାରା ସୁଗାରର ନିର୍ଦ୍ଧାରିତ ମାତ୍ରା କମ ହେବାର ସମ୍ଭାବନା ମଧ୍ୟ ଥାଏ ।

  . ଦରଜ ଦୁର କରେ – ହଳଦିକୁ ଚୂନରେ ମିଶାଇ ଖଣ୍ଡିଆ ହୋଇଥିବା ସ୍ଥାନରେ ଲଗାଇଲେ ଦରଜ କମ୍ ହୋଇଥାଏ । ସେହିପରି ହଳଦିକୁ କ୍ଷୀରରେ ମିଶାଇ ପିଇଲେ ଶରୀରକୁ ଆରାମ ଦେଇଥାଏ ।

.ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରେ – କ୍ଷୀର ପିଇବା ଦ୍ୱାରା ତ୍ୱଚାର ପ୍ରାକୃତିକ ଚମକ ଆସିଥାଏ । ହଳଦିକୁ ବେସନ ସହିତ ମିଶାଇ ତ୍ୱଚାରେ ଲଗାଇଲେ ଉପଯୋଗ କରିପାରିବେ ।

. ଅନିଦ୍ରା ଦୂର କରେ- ଯଦି ଆପଣଙ୍କୁ ନିଦ୍ରାହୀନତାର ସମସ୍ୟା ଅଛି ଅର୍ଥାତ ରାତିରେ ନିଦ ନହେଉଛି ତେବେ ହଳଦି ମିଶ୍ରିତ କ୍ଷୀର ପିଇବା ବହୁ ଉପକାରୀ ଅଟେ ।

  • Tags:

Subscribe

National International State Sports Entertainment