ଡାଳିମ୍ବ ଚୋପାର ଔଷଧୀୟ ଗୁଣ
Khabar Odisha:benifit-of-dalimba
ଏପ୍ରିଲ ୩ (ଖବର ଓଡିଶା) :

ତ୍ୱଚା ଓ କେଶ ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ ଡାଳିମ୍ବ । ଡାଳିମ୍ବର ବହୁ ପ୍ରକାର ଔଷଧୀୟ ଗୁଣ ରହିଛି । ଡାଳିମ୍ବରେ ପ୍ରଚୁର ମାତ୍ରାରେ ଭିଟାମିନ ରହିଛି ଯାହାକୁ ଖାଇଲେ ଦେହରେ ରକ୍ତ ସୁଷ୍ଟି ହୋଇଥାଏ । ଆସନ୍ତୁ ଜାଣିବା ଏହାର ଔଷଧୀୟ ଗୁଣ ।

. ମୁହଁର ବ୍ରଣ ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି ଡାଳିମ୍ବ ଚୋପାକୁ ଭାଜି ଦିଅନ୍ତୁ ପରେ ତାକୁ ଥଣ୍ଡା କରି ଗୁଣ୍ଡ କରି ଦିଅନ୍ତୁ । ଏହି ପାଉଡରକୁ ଗୋଲାପ ଜଳ ଓ କ୍ଷୀର ସହିତ ମିଶାଇ ମୁହଁରେ ଲଗାନ୍ତୁ । ଶୁଖିଗଲେ ସଫା ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏହି ପ୍ୟାକକୁ ଲଗାଇଲେ ମୁଖ ଚର୍ମର କୁଂଚିତପଣକୁ ରୋକି ପାରିବେ ।

.ଶୁଷ୍କ ତ୍ୱଚାପାଇଁ ମଧ୍ୟ ଡାଳିମ୍ବର ଚୋପା ଲାଭକାରୀ । ଅତ୍ୟଧିକ ଖରା ଓ ପରିଶ୍ରମ ଫଳରେ ଆପଣଙ୍କ ତ୍ୱଚାର ନମନିୟତା କମିଯାଇଥାଏ । ଡାଳିମ୍ବ ଚୋପରେ ଦହି ମିଶାଇ ଲଗାଇଲେ ସୁଫଳ ମିଳିଥାଏ ।

. କେଶ ଝଡିବା ଓ ରୂପି ହେବା ସାଧାରଣ କଥା । ସମସ୍ତଙ୍କର ଏହି ସମସ୍ୟା ଥାଏ । କେଶକୁ ଝଡିବାରେ ମୁକ୍ତି ଦେବା ପାଇଁ ଘନ ବନାଇବା ପାଇଁ  ଡାଳିମ୍ବ ପାଉଡର ଆପଣଙ୍କ ମନ ପସନ୍ଦର ତେଲ ମିଶାଇ ମୁଣ୍ଡରେ ମାଲିସ କରନ୍ତୁ । ଦୁଇ ଘଂଟା ପରେ ଧୋଇ ଦିଅନ୍ତୁ ।

. ମହିଳାଙ୍କ ଋତୁସ୍ରାବ ସମୟରେ ଅଧିକାଂଶ ପେଟ ବ୍ୟଥା ହୋଇଥାଏ । ଏହି ସମସ୍ୟାରେ ଯଦି ଆପଣ ଡାଳିମ୍ବ ପାଉଡରକୁ ପାଣିରେ ମିଶାଇ ପେଟ ବ୍ୟଥା କମିଯାଇଥାଏ । 

. ଯାହା ଶରୀରରେ କୋଲେଷ୍ଟରଲର ପରିମାଣ ଅଧିକ ଥାଏ । ସେମାନେ ଯଦି ଡାଳିମ୍ବ ପାଉଡରକୁ ମିଶାଇ ପିଇଲେ ସେମାନଙ୍କ କୋଲେଷ୍ଟରଲ କମିଥାଏ ।  

  • Tags:

Subscribe

National International State Sports Entertainment