ଶୀତ ଦିନରେ ଗରମାଗରମ ପରଟାର ମଜା ନିଅନ୍ତୁ ଓ ସ୍ୱାସ୍ଥ୍ୟକୁ ଫିଟ ରଖନ୍ତୁ
Khabar Odisha:Odisha-lifestyle-jaggery-paratha-recipe
ଭୁବନେଶ୍ୱର ,ଜାନୁଆରୀ ୧୧(ଖବର ଓଡ଼ିଶା):

ଶୀତଋତୁ ଚାଲିଛି । ଆପଣ ଯଦି ସକାଳ ଜଳଖିଆରେ ପରଟା ଖାଇବାକୁ ଭଲ ପାଆନ୍ତି ତାହେଲେ ଏଇ ଥର ଆଳୁ କିମ୍ବା କୋବି ପରଟା ବଦଳରେ ଗୁଡ଼ ପରଟା ଟେଷ୍ଟ କରନ୍ତୁ । ଏହା ଖାଇବା ପାଇଁ ସୁଆଦିଆ ହେବା ସହ ସ୍ୱାସ୍ଥ୍ୟପକ୍ଷେ ମଧ୍ୟ ହିତକାରକ । 

ମିଠା ପସନ୍ଦ କରୁଥିବା ଲୋକଙ୍କୁ ଏହି ଗୁଡ଼ ପରଟା ବହୁତ ପସନ୍ଦ ଆସିବ । ଏହା ବନାଇବା ମଧ୍ୟ ବହୁତ ସହଜ । ତେବେ ଆସନ୍ତୁ ଜାଣିବା ଗୁଡ଼ ପରଟା କିପରି ପ୍ରସ୍ତୁତ କରାଯାଇପାରିବ ।

ଆବଶ୍ୟକୀୟ ସାମଗ୍ରୀ : 

ଅଟା – ୫୦୦ ଗ୍ରାମ

ପାଣି ଆବଶ୍ୟକ ଅନୁଯାୟୀ 

ଗୁଡ଼ – ଏକ କପ

ରାଶି – ୨ଟି ଛୋଟ ଚାମଚ

କାଜୁ – ୨ଟି ବଡ଼ ଚାମଚ ପେଷ୍ଟ

ବାଦାମ – ୨ଟି ବଡ଼ ଚାମଚ ପେଷ୍ଟ

ପିସ୍ତା- ୨ଟି ବଡ଼ ଚାମଚ ପେଷ୍ଟ

କିସମିସ – ୨ଟି ମଡ଼ ଚାମଚ କଟାଯାଇଥିବା କିସମିସ

ଘିଅ ଆବଶ୍ୟକ ଅନୁଯାୟୀ 

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଅଟାକୁ ଭଲଭାବେ ଚକୋଟି ରଖନ୍ତୁ । ପୂର ଦେବା ପାଇଁ ଏକ କପରେ ଗୁଡ଼ ,ରାଶି, କାଜୁ,ପିସ୍ତା,ବାଦାମଓ କିସମିସ ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ଅଟାକୁ ପୂର ଦେଇ ପରଟା ଭଳି ବେଲି ଦିଅନ୍ତୁ । କିଛି ଅଟା ବେଲିବା ବେଳେ ବ୍ୟବହାର କରିବେ । ମିଡ଼ିଅମ ଜାଳଦେଇ ତାୱା ଗରମ କରି ସେଥିରେ ବେଲାହୋଇ ରଖାଯାଇଥିବା ପରଟାକୁ ଦୁଇ ସାଇଡ଼ ଘିଅ ଲଗାଇ ଭଲ ଭାବେ ସେକନ୍ତୁ । ଏହି ଭଳି ବାକି ପରଟା ମଧ୍ୟ ସେକି ପ୍ରସ୍ତୁତ ହୋଇଥିବା ପରଟାକୁ ଗରମାଗରମ ପରସନ୍ତୁ ।

Subscribe

National International State Sports Entertainment