ଭୁବନେଶ୍ୱର,ଫେବୃଆରୀ ୧୦(ଖବର ଓଡ଼ିଶା):
ଅଧିକ ମିଠା ଖାଉଥିବା ବ୍ୟକ୍ତି ଧ୍ୟାନ ଦିଅନ୍ତୁ । ମିଠା ଶରୀରରେ ଏପରି କିଛି ରୋଗର ଘର କରିନିଏ । ଯାହା ଦ୍ୱାରା ଆପଣ ପରବର୍ତ୍ତି ସମୟରେ ଅସୁବିଧାରେ ପଡ଼ନ୍ତି । ଅଧିକ ମିଠା ଖାଇବା ଦ୍ୱାରା ଆପଣଙ୍କୁ ମଧୁମେହ ,ହୃଦରୋଗ ଓ ଶରୀରର ଓଜନ ବୃଦ୍ଧି କରିଥାଏ । ଆସନ୍ତୁ ଏହି କିଛି ଟିପ୍ସ ଦ୍ୱାରା ଆମେ ମିଠା ଖାଇବା ଅଭ୍ୟାସକୁ ବଦଳାଇବା ...
ଆପଣଙ୍କ ମିଠା ଖାଇବାର ଅଭ୍ୟାସ ଆପଣଙ୍କୁ ରୋଗରେ ପକାଇପାରେ । ଅଧିକ ମିଠା ଖାଇବା ଦ୍ୱାରା ଆପଣଙ୍କୁ ମଧୁମେହ ,ହୃଦରୋଗ ଓ ମେଦବହୁଳତା ଭଳି କିଛି ରୋଗ ହୋଇଥାଏ । ଆଣ୍ଟିକ୍ୟାଲସିୟମ ଜାତୀୟ ମିଠା ଦ୍ରବ୍ୟକୁ ସେବନ କରିବା ବନ୍ଦ କରନ୍ତୁ । ଯେଉଁ ମିଠା ଗୁଡ଼ିକରେ ପ୍ରୋଷ୍ଟେଡ଼ ସୁଗାର ବ୍ୟବହାର କରାଯାଇଛି ସେଗୁଡ଼ିକ ଠାରୁ ଦୂରେଇ ରୁହନ୍ତୁ । ଏହା ଶରୀର ପାଇଁ ଅଧିକ ହାନିକାରକ ହୋଇଥାଏ ।
ଆପଣ ପ୍ରଚୁର ପାଣି ପିଇବା ଆବଶ୍ୟକ । ଏହା ଦ୍ୱାରା ଶରୀରରେ ସୁଗାର ପରିମାଣ ସନ୍ତୁଳିତ ହୋଇ ରହିବ। ମିଠା ଖାଇବା ପୂର୍ବରୁ ମଧ୍ୟ ପାଣି ପିଅନ୍ତୁ । ଯଦି ଆପଣଙ୍କୁ ସବୁ ସମୟରେ ଭୋକ ଲାଗୁଛି ତେବେ ଆପଣଙ୍କ ପାଖରେ କିଛି ହେଲଦି ଜଳଖିଆ ରଖନ୍ତୁ । ଭୋକ ଲାଗିଲେ ପେଷ୍ଟ୍ରି , ଡ଼ୋମିନ ଆଦି ଖାଆନ୍ତୁ ନାହିଁ ।