ଗୋଲ ମରିଚର ଔଷଧୀୟ ଗୁଣ, ଦୂର କରେ ଚର୍ମ ସମସ୍ୟା
Khabar Odisha:kali-mirch-ayurvedic-medicine
ଭୁବନେଶ୍ୱର,ଜାନୁଆରୀ ୦୪(ଖବର ଓଡ଼ିଶା):

 ମନୁଷ୍ୟ ଜୀବନଯାପନ କରିବା ବେଳେ ନିଜ ଦେହ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ନିଜକୁ ସୁସ୍ଥ ରଖିବାକୁ ଅନେକ କିଛି ଉପାୟ ଅବଲମ୍ବନ କରିବାକୁ ପଡ଼େ । ସେହିପରି ଆଜି ଆମେ ଜାଣିବା ଗୋଲ ମରିଚର ଔଷଧୀୟ ଗୁଣ । ଏହି ମରିଚ ଖାଇଲେ କଣ ହୁଏ ଲୋକଙ୍କ ଉପକାର ?

କାଶ ହେଉଥିଲେ ଗୋଲ ମରିଚ ଚୂର୍ଣ୍ଣ ସହ ଏକ ଚାମଚ ମହୁ , ଘିଅ ,ସାମାନ୍ୟ ମିଶ୍ରି ମିଳାଇ ସେବନ କରିବା ଦ୍ୱାରା ଭଲ ହୋଇଥାଏ । ଚର୍ମରେ କିଛି ସମସ୍ୟା ଦେଖାଦେଉଥିଲେ ଗୋଲ ମରିଚ ଚୂର୍ଣ୍ଣରେ ଗାଈ ଘିଅ କିମ୍ବା ନଡ଼ିଆ ତେଲକୁ ମିଶାଇ ଦେହରେ ଲେପନ କଲେ ସମସ୍ୟା ଦୂର ହୋଇଥାଏ । ଦାନ୍ତରେ ସମସ୍ୟା ଦେଖାଦେଉଥିଲେ ଗୋଲ ମରିଚ ର କାଢା ସେବନ କଲେ ଦାନ୍ତ ବ୍ୟଥା କମ ହୋଇଥାଏ । କୌଣସି କାରଣରୁ ଭୋକ ନ ହେଉଥିଲେ ଗୋଲ ମରିଚ ଚୂର୍ଣ୍ଣକୁ ପାଣିରେ ଗୋଳାଇ ପିଇଲେ ଭୋକ ବଢେ । ମୁଖ ଦୁର୍ଗନ୍ଧ ହେଉଥିଲେ ଉଷୁମ ପାଣିରେ ଲୁଣ ମିଶାଇ କୁଳି କରନ୍ତୁ ଦେଖିବେ କିଛି ଦିନରେ ଏହି ଦୁର୍ଗନ୍ଧ ଚାଲିଯିବ ।

Subscribe

National International State Sports Entertainment