ଚତୁର୍ଥ ଶ୍ରେଣୀର ଦୁଇ ଛାତ୍ରୀଙ୍କୁ ସ୍କୁଲରେ ଦୁର୍ଷ୍କମ, ଶିକ୍ଷକ ଫେରାର
Khabar Odisha:Fourth-Class-Two-Girls-Rape-In-School-West-Bengal
ପଶ୍ଚିମ ବଙ୍ଗାଳ, ଏପ୍ରିଲ ୨୨ (ଖବର ଓଡିଶା)

 ପ୍ରଦେଶର ଉତର ଦିନାଜପୁର ଜିଲ୍ଲାର ଏକ ସ୍କୁଲରେ ଟିଚର ୪ର୍ଥ କ୍ଲାସର ୨ ଛାତ୍ରୀଙ୍କ ସହିତ ଲଗାତାର ୪ଦିନ ଦୁର୍ଷ୍କମ କରିବା ଘଟଣା ସାମନାକୁ ଆସିଛି । ପୋଲିସ କହିଛି କି ଏହି ଘଟଣା ଟି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଘଟିଛି । ଘଟଣାଟି ଏହି ସମୟର ସାମନାକୁ ଆସିଛି କି ଯେତବେଳେ ଶୁକ୍ରବାର ଦିନ ଜଣେ ଛାତ୍ରୀ ସ୍କୁଲ ଯିବା ପାଇଁ ମନା କରିଥିଲା । ଅଭିଯୁକ୍ତ ଶିକ୍ଷକ ଜଣକ ବିବାହିତ ଏବଂ ତାଙ୍କ ବୟସ ୩୫ ବର୍ଷ । ଏହି ଘଟଣା ପରେ ସେ ଫେରାର ଅଛନ୍ତି । 

ପୋଲିସ ର କହିବା ଅନୁସାରେ ଅଭିଯୁକ୍ତ ଶିକ୍ଷକ ଦୁଇ ଛାତ୍ରୀଙ୍କୁ କ୍ଲାସରେ ସ୍କୁଲ ଛୁଟି ହେବା ପରେ ଦୁର୍ଷ୍କମ କରିଥିଲେ । ଶିକ୍ଷକ ଜଣକ ଏହି ବିଷୟରେ କାହାକୁ କହିଲେ ପରିଣାମ ଭୟାବହ ହେବ ବୋଲି କହିଥିଲେ । ଛାତ୍ରୀ ଜଣକ ଶୁକ୍ରବାର ସ୍କୁଲ ଯିବାକୁ ମନାକରିବାରୁ ଘର ଲୋକ ସ୍କୁଲ ନ ଯିବାର କାରଣ ପଚାରି ଥିଲେ । ଛାତ୍ରୀ ଜଣକ କାନ୍ଦି କାନ୍ଦି ପୁରା ଘଟଣା ବିଷୟରେ କହିଥିଲେ । ଏହା ଶୁଣିବା ପରେ ଛାତ୍ରୀଙ୍କ ପରିବାର ଲୋକ ଅନ୍ୟ ପୀଡିତା ଛାତ୍ରଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଏହି ଘଟଣା ବିଷୟରେ ପଚାରି ଥିଲେ । ଅନ୍ୟ ଜଣେ ଛାତ୍ରୀ ମଧ୍ୟ ଏହି ଘଟଣା ବିଷୟରେ କହିଥିଲେ । ଦୁଇ ପରିବାର ମିଶି ରାୟଗଞ୍ଜ ପୋଲିସ ଷ୍ଟେସନରେ ଶିକ୍ଷକଙ୍କ ବିରୁଦ୍ଧରେ ଏଫଆଇଆର ଲେଖାଇଛନ୍ତି । ଶନିବାର ଦିନ ଦୁଇ ଛାତ୍ରୀଙ୍କୁ  ଜିଲ୍ଲା ହସ୍ପିଟାଲରେ ମେଡିକାଲ ମେଡିକାଲ ପରିକ୍ଷା କରାଯାଇଛି । 

  • Tags:

Subscribe

National International State Sports Entertainment