ଡେବିଟ କାର୍ଡ ହୋଲଡର ମଧ୍ୟ କରିପାରିବେ ଇଏମଆଇରେ ସପିଂ
Khabar Odisha:Debit-Card-Holders-Can-Also-Buy-Product-On-Emi-Offers-On-Ecommerce-Websites
ନୂଆଦିଲ୍ଲୀ, ମେ’ ୫ (ଖବର ଓଡିଶା)

 ଯଦି ଆପଣଙ୍କ ପାଖରେ କେବଳ ଡେବିଟ କାର୍ଡ ଅଛି ଏବଂ ଇମଆଇ ମାଧ୍ୟମରେ ସପିଙ୍ଗ କରିବାକୁ ଚାହୁଁଛନ୍ତି ତ ଏପରି କରି ପାରିବେ । କେତୋଟି ପ୍ରମୁଖ ବ୍ୟାଙ୍କ ନିଜ ଡେବିଟ କାର୍ଡ ଉପରେ ଇଏମଆଇର ସୁବିଧା ଦେଇଛନ୍ତି । ଯାହା ଦ୍ୱାରା କି ବାର୍ଷିକ କିମ୍ବା ଅନଲିମିଟେଡ ସପିଂ ଆରମରେ କରିପାରିବେ । 

ଯଦି ଆପଣ ଏଚଡିଏଫସି ବ୍ୟାଙ୍କର ଗ୍ରାହକ ଅଟନ୍ତି ତେବେ ୧୦ ହଜାର ଟଙ୍କାରୁ ଅଧିକ ମୂଳ୍ୟର ଜିନିଷ କିଣିବା ଉପରେ ଡେବିଟ କାର୍ଡରେ ଇମଏମଆଇର ସୁବିଧା ନେଇପାରିବେ । ଏହି ଅଫରର ଲାଭ କେବଳ ସେହିମାନେ ଉଠାଇ ପାରିବେ ଯେଉଁମାନେ କି ଆମାଜନରୁ ଜିନିଷ କିଣିବେ । ଏହା ପାଇଁ ଲୋକମାନଙ୍କୁ ପ୍ରଥମେ କୌଣସୀ ପ୍ରକାର ଡାଉନ ପେମେଂଟ ଦେବାକୁ ପଡିବନି । 

ପ୍ରାଇଭେଟ ସେକ୍ଟରର ପ୍ରମୁଖ ବ୍ୟାଙ୍କ ଆଇସିଆଇସିଆଇ ନିଜ ଗ୍ରାହକଙ୍କୁ ବ୍ୟାଙ୍କର ସେଭିଂ ଆକାଉଂଟ ସହିତ ଏଫଡି ଥିଲେ ଏହି ସୁବିଧା ଦେଉଛି । ଏପରି ଆକାଉଂଟ ହୋଲଡରଙ୍କୁ ବ୍ୟାଙ୍କ ଡେବିଟ କାର୍ଡରୁ ସପିଂ କଲେ ୩,୬,୯ , ଏବଂ ୧୨ ମାସରେ ଇଏମଆଇ ଭରିବା ପାଇଁ ବିକଳ୍ପ ବ୍ୟବସ୍ଥା ମଧ୍ୟ ରହିଛି । 

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜ ଗ୍ରାହକଙ୍କୁ ଅନ ଲାଇନ ରିଟେଲ ୱେବସାଇଟ ଫ୍ଲିଟକାର୍ଟରେ ସପିଂ କରିବା ଉପରେ ଇଏମଆଇର ସୁବିଧା ଦେଉଛି । ବ୍ୟାଙ୍କ ଗ୍ରାହାକମାନଙ୍କୁ ସପିଂ କରିବା ଉପରେ ୩,୬,୯ , ଏବଂ ୧୨ ମାସରେ ଇଏମଆଇ ଭରିବା ପାଇଁ ବ୍ୟବସ୍ଥା ମଧ୍ୟ କରିଛି । ଏହା ପାଇଁ ବ୍ୟାଙ୍କ ତରପରୁ କେବଳ ଗୋଟିଏ ସର୍ତ ଜାରି କରାଯାଇଛି ଏହା କି, ଆପଣଙ୍କ ଆକାଉଂଟରେ ଟଙ୍କା ଥିବା ଦରକାର । ଯଦି ଆପଣଙ୍କ ଆକାଉଂଟରେ ଟଙ୍କା ନାହିଁ ତେବେ ଏହି ସୁବଧାର ଲାଭ ଆପଣ ଉଠାଇ ପାରିବେ ନାହିଁ । 

  • Tags:

Subscribe

National International State Sports Entertainment